Advertisment

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି ଓ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟାକାଣ୍ଡ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଆନ୍ଦୋଳନ ଆହୁରି ଜୋରଦାର କରିବ ବୋଲି କହିଛି ବିଜେପି। ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ସିବିଆଇ ତଦନ୍ତ ହେବ କି ନାହିଁ, ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ। ଘରୋଇ ଅନୁଷ୍ଠାନକୁ ସରକାରୀ ଅନୁଦାନ କିପରି ଗଲା? କିପରି ଗୋବିନ୍ଦଙ୍କ ଅନୁଷ୍ଠାନକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ଦିଆଗଲା, […]

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି ଓ କଂଗ୍ରେସ

samir-mohanty-and-debasish-pattnaik

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟାକାଣ୍ଡ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଆନ୍ଦୋଳନ ଆହୁରି ଜୋରଦାର କରିବ ବୋଲି କହିଛି ବିଜେପି। ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ସିବିଆଇ ତଦନ୍ତ ହେବ କି ନାହିଁ, ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ। ଘରୋଇ ଅନୁଷ୍ଠାନକୁ ସରକାରୀ ଅନୁଦାନ କିପରି ଗଲା? କିପରି ଗୋବିନ୍ଦଙ୍କ ଅନୁଷ୍ଠାନକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ଦିଆଗଲା, ତା’ର ଉତ୍ତର ମାଗିଛନ୍ତି ସମୀର ମହାନ୍ତି।

Advertisment

ସମୀର ମହାନ୍ତି କହିଛନ୍ତି, ସିଏଜି ମଧ୍ୟ ଉକ୍ତ କଲେଜରେ ଖର୍ଚ୍ଚ ହୋଇଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମମିତାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ନାରେ ଅଭିଯୋଗ କରୁଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ କିଛି ନ ଜାଣିବା ପରି ନୀରବ ରହିଛନ୍ତି। ମାହାଙ୍ଗା ଡବଲ ମର୍ଡର, ପରୀ ଓ ମମିତା ପ୍ରସଙ୍ଗରେ ମନ୍ତ୍ରୀ ମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନି। ତେଣୁ ଆଗାମୀ ଦିନରେ ଏହି ପ୍ରତିବାଦକୁ ଆହୁରି ଶାଣିତ କରିବୁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ସେପଟେ କଂଗ୍ରେସ ଅଭିଯୋଗ କରିଛି, ମନ୍ତ୍ରୀ ଦିବ୍ୟଶଙ୍କର ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଛତ୍ର ଛାୟାରେ ତାର କଳା କାରନାମା ଚଳାଇଥିଲା ଗୋବିନ୍ଦ ସାହୁ। ତାକୁ ଜାଣିଶୁଣି ଫେରାର କରାଯାଇଥିଲା। ହଠାତ ସେ ଆଖୁ କିଆରିରୁ ଧରାପଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ।

Advertisment

ଗୋବିନ୍ଦର କଲ୍ ଡିଟେଲ୍ସ ଯାଞ୍ଚ ଦାବି ସହିତ ରାଜ୍ୟପାଳ ଆର୍ଟିକିଲ- ୧୫୪, ୧୫୯ ଅନୁସାରେ ନିଜ କ୍ଷମତାର ଉପଯୋଗ କରି କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ। ଆଗରୁ ପ୍ରତାପ ଜେନା, ପ୍ରଶାନ୍ତ ଜଗଦେବ ଅନେକ ବିବାଦରେ ଜଡ଼ିତ ଥିଲେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ବିଜେଡି ଏହାର ଜବାବରେ କହିଛି, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀମାନେ ଏପରି ନିର୍ବାଚନ ଚାଲ୍ ଖେଳୁଛନ୍ତି। ଜାଣିଶୁଣି ସରକାରଙ୍କୁ ବଦନାମ କରୁଛନ୍ତି। ରାଜ୍ୟ ସରକାର ସବୁବେଳେ ନ୍ୟାୟ ପ୍ରଦାନ କରିବାରେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe