Advertisment

ମାଷ୍ଟରକ୍ୟାଣ୍ଟିନରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ

ଗତକାଲି ଲୋକସଭାରେ ରାହୁଲ ଗାନ୍ଧି ଦେଇଥିବା ହିନ୍ଦୁ ବିରୋଧୀ ମନ୍ତବ୍ୟ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ ଚାଲିଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
BJP

BJP

ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ। ବିଜେପିର ବିରୋଧ ପ୍ରଦର୍ଶନ ବେଳେ ତୁମୁଳକାଣ୍ଡ। ମୁହାଁମୁହିଁ ହେଲେ ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ। ଉଭୟ ପକ୍ଷ ମଧ୍ୟରେ ଟେକାପଥର ଓ ଗୋବର ମାଡ଼ ହୋଇଥିଲା। ପ୍ରବଳ ନାରାବାଜି କରିଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ।

Advertisment

ଗତକାଲି ଲୋକସଭାରେ ରାହୁଲ ଗାନ୍ଧି ଦେଇଥିବା ହିନ୍ଦୁ ବିରୋଧୀ ମନ୍ତବ୍ୟ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ ଚାଲିଥିଲା। ଏତିକିବେଳେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସ୍ଥିତି ହୋଇଥିଲା। ପୁଲିସ ଉପସ୍ଥିତିରେ ଟେକାପଥର ଓ ଗୋବର ମାଡ଼ ହୋଇଥିଲା। ଏହାପରେ ବିଜେପି ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ସେପଟେ ନିଟ୍ ପରୀକ୍ଷା ଅନିୟମିତତା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଆଗରେ ବିକ୍ଷୋଭ କରିଛି କଂଗ୍ରେସ।

Bjp Congress