ବିଜେପି ଓ କଂଗ୍ରେସ ଫୋକସରେ ‘ଓଡ଼ିଆ ଅସ୍ମିତା’: ପ୍ରଚାର ମଙ୍ଗ ଧରିଛନ୍ତି ପାଣ୍ଡିଆନ, ବ୍ୟାକଫୁଟରେ ବିଜେଡି

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ସେଠାରୁ ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯିବେ ।

BJD

BJD ନେତା ଭିକେ ପାଣ୍ଡିଆନ(ଫାଇଲ ଫଟୋ)

Ordigital Desk
  • Published: Saturday, 27 April 2024
  • Updated: 27 April 2024, 10:17 PM IST

Sports

Latest News

ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି   ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ପାଣ୍ଡିଆନ ଏବେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ଭାବାବେଗ ସହ ରହିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ଚାଣକ୍ୟ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଓଡ଼ିଶା ଗସ୍ତରେ ଆସି ‘ଓଡ଼ିଆ ଅସ୍ମିତା’ କାର୍ଡ ଖେଳିଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ବ୍ରହ୍ମପୁର ଗସ୍ତବେଳେ ମଧ୍ୟ ଅନୁରୂପ ଭାବେ ଓଡ଼ିଶାରେ ‘ମା,ମାଟି, ମାତୃଭାଷା ଓ ଓଡ଼ିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଜଣାପଡ଼ିଛି ।  ସେହିପରି କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଉତ୍କଳଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାର ସନ୍ଦେଶ ଦେବେ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ସେଠାରୁ ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯିବେ । ଗୋପାଳପୁରର ଆମ୍ବପୁଆଠାରେ ଶ୍ରୀ ନଡ୍ଡା ଅପରାହ୍ନ ସାଢ଼େ ୫ଟାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ୬ଟା ୪୫ମିନିଟରେ ବ୍ରହ୍ମପୁରଠାରେ ନବରଙ୍ଗପୁର, ଆସିକା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର କର୍ମକର୍ତ୍ତାଙ୍କୁ ଭେଟି ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେବେ । ଶ୍ରୀ ନଡ୍ଡା ବ୍ରହ୍ମପୁରରେ ରାତି ବିତାଇବେ ଓ ତା’ପରଦିନ ସକାଳେ ଭୁବନେଶ୍ୱର ବାଟ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ସହ ଶ୍ରୀ ନଡ୍ଡା ଓଡ଼ିଶାରେ ଏଥର ବିଜେପି ସରକାରର ସ୍ଲୋଗାନକୁ ଜୋରଦାର କରାଇବେ । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ । ଓଡ଼ିଶାରେ ‘ମା, ମାଟି,ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ବୋଲି ବିଜେପି ସୂଚନା ଦେଇଛି ।

Also Read

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱରରେ ପହଂଚି ହେଲକପ୍ଟର ଯୋଗେ କଟକ ଜିଲ୍ଲାର ସତ୍ୟଭମାପୁର ଯିବେ । ସେଠାରେ ଉତ୍କଳଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସାଲେପୁରଠାରେ ଦିନ ପ୍ରାୟ ୧୨ଟା ୨୦ମିନିଟରେ ଏକ ସାଧାରଣ ସଭା ‘ନ୍ୟାୟ ସମାବେଶ’କୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ । ଓଡ଼ିଶାରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ଉଠାଇ ରାହୁଲ ପ୍ରଚାରର ଶୁଭାରମ୍ଭ କରିବେ । ରାହୁଲ ଆସନ୍ତାକାଲି ଅପରାହ୍ନରେ ଓଡ଼ିଶାରୁ ଡାମନଡିଉ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ବିଜେଡି ଏଥର ନିଜର ପ୍ରଚାରର ମଙ୍ଗ ପାଣ୍ଡିଆନଙ୍କ ହାତରେ ଧରାଇଛି । ନବୀନ ହିଞ୍ଜିଳି ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ ଆସନ୍ତା ୩୦ତାରିଖରେ କରିବେ । ମା’ ତାରାତାରିଣୀରେ ପୂଜାର୍ଚ୍ଚନା ପରେ ନବୀନ ଏହି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ସେପର୍ଯ୍ୟନ୍ତ ନବୀନ ନିବାସରେ ରହିବେ ଓ ତାଙ୍କର କୌଣସି ରାଜନୀତିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇନଥିବା ଜଣାପଡ଼ିଛି । ଆଉ ନବୀନଙ୍କ ଅନୁପସ୍ଥିତିରେ ପାଣ୍ଡିଆନ ଦଳର ପ୍ରଚାରକୁ ଜୋରଦାର କରିବାର ରଣନୀତି ପ୍ରସ୍ତୁତ ହୋଇଛି ।

ତାମିଲନାଡୁରେ ଜନ୍ମିତ ପାଣ୍ଡିଆନ ଏବେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାରୁ ଦୁଇ ଦଳ ବିଜେପି ଓ କଂଗ୍ରେସ ଏବେ ‘ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷାର ସୁରକ୍ଷା’ ପ୍ରସଙ୍ଗକୁ ଜୋରଦାର ଢ଼ଙ୍ଗରେ ଉଠାଇବାରେ ଲାଗିଛନ୍ତି । ଯାହାକି ବିଜେଡିକୁ ବ୍ୟାକଫୁଟରେ ରଖିଛି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story