ବିଜେପି ଓ କଂଗ୍ରେସ ହାତରେ ପୁଳାପୁଳା ପ୍ରସଙ୍ଗ, ଗୃହରେ ସରକାରଙ୍କୁ ଘେରିବାକୁ ଚୂଡ଼ାନ୍ତ କଲେ ରଣନୀତି

ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ କହିଛନ୍ତି ଯେ, ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଗୃହରେ ଆଣିବ ସରକାର ତା’ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।

Mohan Majhi and Santosh Singh Saluja PhotoOR

ମୋହନ ମାଝୀ ଓ ସନ୍ତୋଷ ସିଂହ ସାଲୁଜା

Ordigital Desk
  • Published: Friday, 22 September 2023
  • Updated: 22 September 2023, 08:55 PM IST

Sports

Latest News

ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ହାତରେ ପୁଳାପୁଳା ପ୍ରସଙ୍ଗ ରହିଛି । ଆଜି ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସି ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବାବେଳେ ଶାସକ ବିଜେଡି ମଧ୍ୟ ଏହାର ମୁକାବିଲା ପାଇଁ ରଣନୀତି ଚୂଡ଼ାନ୍ତ କରିଛି । ଗୃହରେ ଯଦି ଆଲୋଚନା କରିବାକୁ ସରକାର ପଛଘୁଞ୍ଚା ଦିଅନ୍ତି ତା’ହେଲେ ବିଜେପି ଉଭୟ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଆଜି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ବିଧାୟକମାନଙ୍କ ବୈଠକ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରି ସେପ୍ଟେମ୍ବର ମାସ ଶେଷରେ ମୌସୁମୀ ଅଧିବେଶନ ଡାକିଛନ୍ତି । ସମସ୍ୟା ଘେରରେ ଥିବା ରାଜ୍ୟ ସରକାର ବିରୋଧୀଙ୍କୁ ସାମ୍ନା କରିବାର ନୈତିକ ସାହସ ହରାଇଛନ୍ତିି ଏବଂ ଚଂଚକତା କରି ବହୁ ବିଳମ୍ବରେ ସ୍ୱଳ୍ପକାଳୀନ ଅଧିବେଶନ ଅନୁଷ୍ଠିତ କରୁଛନ୍ତି । ସରକାରୀ ଟଙ୍କାରେ ଫାଇଭ-ଟି ସଚିବ ଜିଲ୍ଲା ଗସ୍ତ କରି ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଜେଡି ସରକାର ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରିସାରିଲେଣି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ । ରାଜ୍ୟ ସରକାର ଶିକ୍ଷା, ବେକାରୀ ଓ ବେରୋଜଗାର, କୃଷି, ଜଳସେଚନ, ଦାଦନ ଓ ସ୍ୱାସ୍ଥ୍ୟ ସମେତ ସମସ୍ତ କ୍ଷେତ୍ରରେ ବିଫଳ ହୋଇଛନ୍ତିିା ଦାରିଦ୍ର‌୍ୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ନମ୍ବରରେ ରହିଛି । କିନ୍ତୁ ୨୩ବର୍ଷ ଶାସନରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ମିଥ୍ୟା ସ୍ୱପ୍ନ ଦେଖାଇ ଭଣ୍ଡାଉଛନ୍ତିି ।

Also Read

ସରକାରୀ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜ ସଉକ ପାଇଁ ରାଜ୍ୟବ୍ୟାପୀ ହେଲିକପ୍ଟରରେ ବୁଲିବା, ବିଜେଡିର ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭାରେ ପ୍ରଶ୍ନ କରିବ । ରାଜ୍ୟରେ ଦୀର୍ଘ ୧୫ଦିନ ହେବ ଶିକ୍ଷକ, ଶିକ୍ଷୟିତ୍ରୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଭିତ୍ତିଭୂମି ନାହିଁ, ଶିକ୍ଷକ ନାହାନ୍ତିି ଏବଂ ଶିକ୍ଷକମାନେ ବିଭିନ୍ନ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ସରକାର ଅଛନ୍ତି ବୋଲି ରାଜ୍ୟବାସୀ ହୃଦବୋଧ କରୁନାହାନ୍ତିି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା,  ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡରେ ଦାଖଲ ଚାର୍ଜସିଟକୁ ଅଗ୍ରାହ୍ୟ, ଭୁବନେଶ୍ୱର ଉପକଣ୍ଠରେ ଜମି ଦୁର୍ନୀତି, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଜରିଆରେ ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରିବା, ପଲ୍ଲୀସଭା ଓ ଗ୍ରାମସଭା ନକରାଇବା, କୃଷି-ଘରୋଇ ମାଇକ୍ରୋ ଫାଇନାନ୍ସ ସମେତ ସ୍ମାର୍ଟସିଟି ଭୁବନେଶ୍ୱର ସହରର ବିପର୍ଯ୍ୟସ୍ତ ରାସ୍ତା, ଡ୍ରେନେଜ ଓ ଡେଙ୍ଗୁ ଭଳି ସ୍ୱାସ୍ଥ୍ୟ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ବିଜେପି ନିଶ୍ଚିତ ଭାବେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳର ସବୁ ବିଧାୟକମାନେ ଏହି ବୈଠକରେ ସାମିଲ ହୋଇ ରଣନୀତି ପ୍ରସ୍ତୁତ କରିଥିଲେ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାୟକ ସନ୍ତୋଷସିଂ ସାଲୁଜା କହିଛନ୍ତି ଯେ, ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଗୃହରେ ଉତଥାପନ କରାଯିବ । ଶିକ୍ଷକମାନେ ଏବେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଅଙ୍ଗନବାଡ଼ି ଓ ସରପଂଚଙ୍କ ଦାବି ପ୍ରସଙ୍ଗକୁ ମଧ୍ୟ ଗୃହରେ କଂଗ୍ରେସ ଉଠାଇବ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି ଓ ଡାକ୍ତରଖାନା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆଇନଶୃଙ୍ଖଳା ରାଜ୍ୟରେ ବିପର୍ଯ୍ୟସ୍ତ ଓ ଦୈନିକ ୭ଟି ଦୁଷ୍କର୍ମ ହେଉଛି । ରାଜ୍ୟରେ ଖଣି ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ସମେତ ଗଣମାଧ୍ୟମକୁ କଣ୍ଠରୋଧ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ କଂଗ୍ରେସ ଗୃହରେ ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀ ସାଲୁଜା କହିଛନ୍ତି । ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ । ତେବେ କଂଗ୍ରେସରୁ ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ ଅନୁପସ୍ଥିତ ରହିଥିଲେ ।

ଅନ୍ୟପକ୍ଷରେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ କହିଛନ୍ତି ଯେ, ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଗୃହରେ ଆଣିବ ସରକାର ତା’ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story