Advertisment

ବିହାର ରାଜନୀତିରେ ହଟଚମଟ; ରାତାରାତି ବଦଳିଲେ ଆଇଏଏସ୍‌,ଆଇପିଏସ, ଆଜି ୩ ପାର୍ଟିର ଦଳୀୟ ବୈଠକ

ରାଜନୈତିକ ହଟଚମଟ ଭିତରେ ରାତାରାତି ବିହାରର ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କୁମାର ୭୯ ଆଇପିଏସ ଅଧିକାରୀ ଓ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କର ବଦଳି କରି ଦେଇଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
Nitis & Lalu

Nitis & Lalu

ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଆରମ୍ଭ ହୋଇଗଲାଣି ହଟଚମଟ। ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର । ମାରି ପାରନ୍ତି ୟୁ-ଟର୍ଣ୍ଣ । ମହାଗଠବନ୍ଧନ ଛାଡି ପଦ୍ମ ଶିବିରକୁ ଡେଇଁ ପାରନ୍ତି । ଏଥିପାଇଁ ବିହାରରେ ରାଜନୀତି ଚଳଚଞ୍ଚଳ ହୋଇ ଯାଇଛି ।

Advertisment

ରାଜନୈତିକ ହଟଚମଟ ଭିତରେ ରାତାରାତି ବିହାରର ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କୁମାର ୭୯ ଆଇପିଏସ ଅଧିକାରୀ ଓ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କର ବଦଳି କରି ଦେଇଛନ୍ତି । ରାଜ୍ୟର ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ନୀତୀଶ କୁମାର ବଦଳି କରି ଦେଇଛନ୍ତି ।

ବିଜେପି ପକ୍ଷରୁ ଆଜି ବିହାରର ସମସ୍ତ ସାଂସଦ ଓ ବିଧାୟକମାନଙ୍କ ବୈଠକ ଡକାଯାଇଛି । ଏଥିରେ ଆଗାମୀ ଲୋକସଭା ପାଇଁ ରଣନୀତି ସ୍ଥିର ହେବ । ଆଜି ଅପରାହ୍ନ ୪ଟା ବେଳେ ଦଳୀୟ କାର୍ଯ୍ୟାଳୟରେ ବୈଠକ ଡକାଯାଇଛି। ଏହି ବୈଠକରେ ସମସ୍ତ ସାଂସଦ ଓ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି ।

Advertisment

ଆରଜେଡି-ଜେଡିୟୁ ମେଣ୍ଟରେ ଦେଖାଦେଇଥିବା ଫାଟକୁ ନେଇ ଆରଜେଡି ଶିବିରରେ ବି ହଲଚଲ ସୃଷ୍ଟି ହୋଇଛି। ସ୍ଥିତିର ସମୀକ୍ଷା କରିବାକୁ ଆଜି ତେଜସ୍ୱୀ ଯାଦବଙ୍କ ସରକାରୀ ବାସଭବନରେ ଅପରାହ୍ନ ୧ଟାରେ ଆରଜେଡିର ବିଧାୟକ ଦଳ ବୈଠକ ଡକାଯାଇଛି। ନୀତୀଶ କୁମାର ବି ଆଜି ନିଜ ବିଧାୟକ ଦଳ ବୈଠକ ଡାକିଥିବା ଶୁଣିବାକୁ ମିଳୁଛି। 

ଏହାପରେ ସମ୍ଭବତଃ ନୀତୀଶ କୁମାର ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ କରିବାକୁ ଦାବି ଜଣାଇ ପାରନ୍ତି। ତେଣୁ ଆସନ୍ତାକାଲି ସନ୍ଧ୍ୟାରେ ନଚେତ ସୋମବାର ତାଙ୍କ ଶପଥ ଗ୍ରହଣ ସମାରୋହ ହୋଇପାରେ ବୋଲି ଆକଳନ କରାଯାଉଛି।

ଗତକାଲି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକାକୀ ଯୋଗ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳି ନ ଥିଲା। ଏହା ପୂର୍ବରୁ ସାଧାରଣତନ୍ତ୍ର ଦିବସ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ନେତା ଯୋଗ ଦେଇଥିଲେ ବି ସେମାନେ ପାଖାପାଖି ବସି ନ ଥିଲେ କି ପଦେ ବି କଥା ହୋଇ ନ ଥିଲେ। ତେଣୁ ଆରଜେଡି ଓ ଜନତା ଦଳ ୟୁନାଇଟେଡ୍ ମଧ୍ୟରେ ଫାଟ ବଢୁଥିବା ଚର୍ଚ୍ଚା ହେଉଛି ।

ସେପଟେ ଆସନ୍ତକାଲି ବିହାରରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପହଞ୍ଚିବ । ଏହାର ପ୍ରସ୍ତୁତି ପାଇଁ ବିହାର କଂଗ୍ରେସ ପକ୍ଷରୁ ମଧ୍ୟ ବୈଠକ ଡକାଯାଇଛି ।

ଇତି ମଧ୍ୟରେ ନୀତୀଶ ଓ ଲାଲୁଙ୍କ ମଧ୍ୟରେ ଦୂରତା ବଢ଼ି ଗଲାଣି । ଏପରି ସମୟରେ ଆରଜେଡି ସୁପ୍ରିମୋ ଘଟଣା ସମ୍ପର୍କରେ ଆଲୋଚନା ନିମନ୍ତେ ନୀତୀଶ କୁମାରଙ୍କୁ ୫ ଥର ଫୋନ୍‌ କରିଥିଲେ ବି ସେ ଉଠାଇ ନ ଥିବା ଜଣାଯାଇଛି।

Bjp Bihar JDU RJD