Advertisment

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ନାହିଁ ଦେବାଶିଷ ଓ ସୌମ୍ୟଙ୍କ ନାଁ

ଘସିପୁରରାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ତେବେ ସେମିତି କିଛି ହୋଇନାହିଁ।

author-image
Jitendra Garnayak
ଅଦ୍ୟତନ ହୋଇଛି
Debashashi and Soumya

Debashashi and Soumya

ଆଉ ୬ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘସିପୁରାରୁ ଦଳ ଶମ୍ଭୁନାଥ ରାଉତଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଚନ୍ଦ୍ର ଜେନା, ବାରବାଟୀ କଟକରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଗୁନିଆରୁ ପ୍ରକାଶ ରଣବିଜୁଳିଙ୍କୁ ଟିକେଟ ଦେଇଛି। 

Advertisment

ଘସିପୁରରାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ତେବେ ସେମିତି କିଛି ହୋଇନାହିଁ। ସେହିଭଳି ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇନି ଦଳ। ଦେବାଶିଷ ସେଠାରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦, ୨୦୦୪,୨୦୦୯ ଓ ୨୦୧୪ରେ ସେ ବରୀରୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା।

ବିଜେଡି ବରୀରୁ ସିଟିଂ ବିଧାୟକ ସୁନନ୍ଦା ଦାସଙ୍କୁ ଟିକେଟ ଦେଇନି। ଦଳ ତାଙ୍କ ବଦଳରେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ ଦେଇଛି। ୨୦୧୯ରେ ବିଶ୍ୱରଞ୍ଜନ ବିଜେପି ଟିକେଟରେ ଏଠାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।  ଉମେଶ ଚନ୍ଦ୍ର ଜେନା ଗତ ନିର୍ବାଚନରେ କଂଗ୍ରେସ ଟିକେଟରେ ବରୀରୁ ନିର୍ବାଚନ ଲଢ଼ିଥିବା ବେଳେ ଏଥର ବିଜେପିରୁ ଟିକେଟ ପାଇଛନ୍ତି।   

Advertisment

୧୪୭ଟି ବିଧାନସଭା ଆସନରୁ ଏଯାବତ୍ ବିଜେପି ୧୪୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଆଉ ଗୋଟିଏ ଆସନ ବାକି ଅଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ। ୨୦୧୯ରେ ବିଜେପି ଟିକେଟରେ ଏଠାରୁ ବିଜୟୀ ହୋଇଥିବା ସୁକାନ୍ତ କୁମାର ନାୟକ ଏଥର ବିଜେଡିକୁ ଯାଇଛନ୍ତି ଓ ଟିକେଟ ପାଇଛନ୍ତି।    

BjD Odisha Assembly Election 2024