Advertisment

ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା

ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।

ଅଦ୍ୟତନ ହୋଇଛି
Kapil Mishra BJP

Kapil Mishra BJP

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ଦଳ। ଏହି ୨୯ ଜଣଙ୍କୁ ମିଶାଇ ମୋଟ ୫୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଭାରତୀୟ ଜନତା ପାର୍ଟି। ବରିଷ୍ଠ ନେତା ତଥା ଦିଲ୍ଲୀ ବିଜେପିର ଉପାଧ୍ୟକ୍ଷ କପିଲ ମିଶ୍ରାଙ୍କୁ କରାୱାଲ ନଗରରୁ ପ୍ରାର୍ଥୀ କରିଛି ଦଳ।

Advertisment

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କେବଳ ଜଣେ ବିଧାୟକଙ୍କ ଟିକେଟ କାଟିଛି ବିଜେପି। କରାୱାଲ ଆସନରୁ ଗତ ଥର ନିର୍ବାଚନ ଜିତିଥିବା ମୋହନ ସିଂହ ବିଷ୍ଟଙ୍କ ଟିକେଟ କାଟିଛି ଦଳ। ଏହି ଆସନରେ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ନେତା କପିଲ ମିଶ୍ରା। ସେ ପୂର୍ବରୁ ଆମ ଆଦମୀ ପାର୍ଟି ଟିକେଟରୁ ଏହି ଆସନରେ ବିଧାୟକ ଥିଲେ। ସେ ୨୦୧୯ରେ ଆପ୍ ଛାଡ଼ି ବିଜେପିରେ ମିଶିଥିଲେ। CAA ବିରୋଧରେ ପ୍ରତିବାଦ ହେଉଥିବା ସ୍ଥାନକୁ ସେ 'ମିନି ପାକିସ୍ତାନ' ବୋଲି କହି ବିବାଦକୁ ଆସିଥିଲେ।

Advertisment

ସେହିଭଳି ନୀଲମ ପହଲୱାନଙ୍କୁ ନଜାଫଗଡ଼ରୁ ପ୍ରାର୍ଥୀ କରିଛି ଦଳ। ଏହି ଆସନ ଆମ୍ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ କୈଳାଶ ଗେହଲୋଟଙ୍କ ଗଡ଼। ଗେହଲୋଟ କିଛିମାସ ପୂର୍ବରୁ ଆପ୍ ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ ପ୍ରଥମ ପର୍ଯ୍ୟାୟରେ ବିଜସ୍ୱାସନ ଆସନରୁ ମଇଦାନକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ପୁଅ ହରିଶ ଖୁରାନାଙ୍କୁ ମୋତି ନଗର ଆସନରୁ ପ୍ରାର୍ଥୀ କରିଛି ଦଳ। ସେହିଭଳି ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗୌତମଙ୍କୁ କୋଣ୍ଡଲି ଆସନରୁ ମିଳିଛି ଟିକେଟ। ଦଳର ବରିଷ୍ଠ ନେତା ତଥା ବିଧାୟକ ଅଭୟ ବର୍ମାଙ୍କୁ ପୁଣିଥରେ ଲକ୍ଷ୍ମୀ ନଗର ଆସନରୁ ଦଳ ମଇଦାନକୁ ଓହ୍ଲାଇଛି। ଶାକୁର ବସ୍ତିରୁ ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ବିରୋଧରେ କର୍ଣ୍ଣେଲ ସିଂହଙ୍କୁ ପ୍ରାର୍ଥୀ କରିଛି ଦଳ।

ପ୍ରକାଶ ଥାଉ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଫେବୃଆରୀ ୫ରେ ଅନୁଷ୍ଠିତ ହେବ ନିର୍ବାଚନ। ଏହାପରେ ଫେବୃଆରୀ ୮ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ଜାନୁଆରୀ ୪ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା ଭାରତୀୟ ଜନତା ପାର୍ଟି। ପ୍ରଥମ ପର୍ଯ୍ୟାୟରେ ମଧ୍ୟ ୨୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା ଦଳ।

Bjp Bjp Candidate List Priyanka Gautam Kapil Mishra Delhi Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe