Advertisment

ବିଜେଡିର ‘ଶଙ୍ଖ’ ଚିହ୍ନ ଉପରେ କଟକଣା ଦାବି, ଇସିଙ୍କୁ ଫେରାଦ ହେଲା ବିଜେପି

ଶାସକ ଦଳ ଦ୍ୱାରା ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନର ଦୁରୂପଯୋଗକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ନଭେମ୍ବର ୧୦ତାରିଖରେ ନୂଆଦିଲ୍ଲୀସ୍ଥିତ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇ ଏକ ଦାବିପତ୍ର ଦେଇଛନ୍ତି ।

BJD

BJD

Advertisment

ବିଜେଡିର ଦଳୀୟ ଚିହ୍ନ ‘ଶଙ୍ଖ’ ଉପରେ କଟକଣା ଲଗାଇବାକୁ ବିଜେପି ଦାବି କରିଛି । ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛି ବିଜେପି। ଆଜି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି ଯେ ବିଜେଡି କ୍ରମାଗତ ଭାବେ ନିଜର ଦଳୀୟ ଚିହ୍ନ (ଶଙ୍ଖ)କୁ ସରକାରୀ କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ଗଣମାଧ୍ୟମର ବିଜ୍ଞାପନ, ରାସ୍ତାରେ ହୋର୍ଡଂ, ବସରେ ପୋଷ୍ଟରମାରି ପ୍ରଚାର ପ୍ରସାର କରୁଛି।ଶାସକ ଦଳ ଦ୍ୱାରା ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନର ଦୁରୂପଯୋଗକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ନଭେମ୍ବର ୧୦ତାରିଖରେ ନୂଆଦିଲ୍ଲୀସ୍ଥିତ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇ ଏକ ଦାବିପତ୍ର ଦେଇଛନ୍ତି । ଓଡ଼ିଶାର ସାଧାରଣ ଜନତାଙ୍କ ଶହ ଶହ କୋଟି ଟଙ୍କାକୁ ବିଜେଡି ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛି।

Advertisment

 "ଆଚରଣ ବିଧ’ ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିଲେ ମଧ୍ୟ ବିଜେଡି ଏହାକୁ ବାରମ୍ବାର ଉଲ୍ଲଘଂନ କରୁଛି । ସାଧାରଣ ଜନତାଙ୍କ ଟଙ୍କାକୁ କୌଣସି ରାଜନୈତିକ ଦଳ ନିଜର ପ୍ରଚାର ପ୍ରସାର କରିନପାରିବା ନେଇ "କମନକଜ୍ ଭରସେସ୍ ୟୁନିୟନ ଅଫ ଇଣ୍ଡିଆ-୨୦୧୫’ ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟ ରହିଛି । ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରନ୍ତି ତେବେ ଇଲେକ୍ସନ ସିମ୍ବଲ(ରିଜରଭେସନ ଆଣ୍ଡ୍ ଆଲଟମେଂଟ) ଅର୍ଡର ୧୯୬୮ ପାରା ୧୬-ଏ ଅନୁଯାୟୀ ଦଳୀୟ ଚିହ୍ନକୁ ବାତିଲ କରିବା ପାଇଁ ନିର୍ବାଚନ ଆୟୋଗ ପାଖରେ କ୍ଷମତା ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତିି।

ଦୀର୍ଘଦିନ ଶାସନରେ ରହି ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ଟଙ୍କାକୁ ହରିଲୁଟ୍ କରି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାର କରୁଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ଉତ୍ତରକୁ ଅପେକ୍ଷା କରିଛି ବିଜେପି । ଶଙ୍ଖ ଚିହ୍ନ ବ୍ୟବହାର କରି ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛି ତାହାକୁ ବିଜେଡିର ଦଳୀୟ ପାଣ୍ଠିରୁ ଅସୁଲ କରାଯାଉ ବୋଲି ବିଜେପି ଦାବି କରୁଛି । ଏହି ଘଟଣାରେ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବିଜେପି ପଛାଇବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Advertisment

ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଉମାକାନ୍ତ ପଟ୍ଟନାୟକ, ଜୟନ୍ତ ଜେନା, ସୂର୍ଯ୍ୟକାନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Odisha BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe