Advertisment

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାମ ଉପରୁ ଶୀଘ୍ର ହଟିବ ପରଦା; ରାଜନାଥ, ଭୂପେନ୍ଦ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ; ଦିଲ୍ଲୀରୁ ଫେରିବା ପରେ ସୁରେଶ ପୂଜାରି ଦେଲେ ଏଭଳି ପ୍ରତିକ୍ରିୟା।

ଅଦ୍ୟତନ ହୋଇଛି
Rajnath Singh and Bhupendra yadav

Rajnath Singh and Bhupendra yadav

Advertisment

ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ସ୍ପଷ୍ଟ ବହୁମତ ହାସଲ କରିଛି। ୨୫ବର୍ଷ ବିଜେଡି ସରକାରକୁ ଧୂଳି ଚଟାଇ ଦଳ ୧୪୭ ବିଧାନସଭା ଆସନରୁ ବିଜେପି ୭୮ ଆସନରେ ହାତେଇବାରେ ସକ୍ଷମ ହୋଇଛି। ମାତ୍ର ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ହଟୁନି ସସପେନ୍ସ। ଏହା ଉପରୁ ଖୁବ୍ ଶୀଘ୍ର ପରଦା ହଟାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ବିଜେପି ନେତା ଭୁପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛି  ବିଜେପି ସଂସଦୀୟ ବୋର୍ଡ।

Advertisment

ରାଜନାଥ ଓ ଭୁପେନ୍ଦ୍ର ଓଡ଼ିଶାରେ ପହଞ୍ଚିବା ପରେ ଆସନ୍ତାକାଲି ବିଧାୟକ ଦଳର ବୈଠକ ବସିବ। ଏହାପରେ ନୂଆ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହେବ ବୋଲି ଜଣାଯାଇଛି।

 ଅନ୍ୟପକ୍ଷରେ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ କହିଛନ୍ତି, ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂହ ଓ ଭୁପେନ୍ଦ୍ର ଯାଦବ ଓଡିଶା ଆସିବେ। ବିଧାୟକଙ୍କ ସହ ସେମାନେ ଆଲୋଚନା କରିବେ। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ଘୋଷାଣାକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ସୁରେଶ ପୂଜାରୀ।

Advertisment

ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ। ଆସନ୍ତା ୧୨ ତାରିଖରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେହିପରି ସୁରେଶ ପୂଜାରୀଙ୍କୁ ନେଇ ଚର୍ଚ୍ଚା ବଢିଛି।

ଅନ୍ୟପଟେ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆଲୋଚନା ହେଉଛି। ସମ୍ଭାବ୍ୟ ଉପମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ। ତାଙ୍କ ସହ ବିଧାୟକ ଜୟ ନାରାୟଣ ମିଶ୍ର, କେଭି ସିଂଦେଓଙ୍କ ନାଁ ବି ଚର୍ଚ୍ଚାରେ ଅଛି। ଅନ୍ୟପକ୍ଷରେ ଶପଥ ଗ୍ରହଣ ଉତ୍ସବ ଲାଗି ଭୁବନେଶ୍ୱର ଜନତା ମୈଦାନରେ ପ୍ରସ୍ତୁତି ଜୋରଦାର ଚାଲିଛି ।

Bjp Rajnath Singh Cmo Of Odisha Bhupendra Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe