ନିଜର ନିଆରା କର୍ମଶୈଳୀ ଓ ଶ୍ରେଷ୍ଠତା ପ୍ରଦର୍ଶନ କରି ଖୁବ କମଦିନ ମଧ୍ୟରେ ବିଜେପି ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇଛନ୍ତି ବରିଷ୍ଠ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା । ମାସକ ମଧ୍ୟରେ ବିଜେପି ତାଙ୍କୁ ପୁଣି ଏକ ଗୁରୁଦାୟିତ୍ୱ ଦେଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଜୟନ୍ତଙ୍କୁ ଚଳିତମାସ ୩ତାରିଖରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଥିବା ବିଜେପି ଏବେ ତାଙ୍କୁ ଉତ୍ତରପ୍ରଦେଶ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦେଇଛି । ନିକଟରେ ଛତିଶଗଡ଼ ବିଧାନସଭା ନିର୍ବାଚନବେଳେ ଦଳର ଯୋଦ୍ଧା ସାଜି ବୈଜୟନ୍ତ ଛତିଶଗଡ଼ରେ କଠିନ ପରିଶ୍ରମ କରି ବିଜେପିର ସଫଳତାରେ ନିଜର ଭାଗିଦାରୀ ଦେଇଥିଲେ । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଲୋକସେବା ଭବନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍
ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସାନିଟାରୀ ଭେଣ୍ଡିଂ ମେସିନକୁ ସ୍ଥାପନକୁ ଉଦଘାଟନ କରିବା ସହ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଓ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି ।
Politics
ରାଜ୍ୟରେ ୫ବର୍ଷରେ ୨ଗୁଣ ବଢ଼ିବ ଏମବିବିଏସ୍ ସିଟ୍ : ସ୍ୱାସ୍ଥ୍ୟମନ୍ତ୍ରୀ
ଆଜି ଶ୍ରୀ ମହାଲିଙ୍ଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ଏମବିବିଏସ୍ ସିଟ୍ ସଂଖ୍ୟାକୁ ୨୫୦୦ରୁ ୫ହଜାରକୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି ।
Politics
ଜେଲରେ ଜୟନାରାୟଣଙ୍କୁ ଦିଆଯାଇଥିଲା ବିଷ!
ଏତେ ସଂଘର୍ଷ ସତ୍ତ୍ୱେ ଦଳ କ୍ଷମତାକୁ ଆସିଥିଲେ ମଧ୍ୟ ତାଙ୍କୁ କୌଣସି ପଦପଦବୀ ଦିଆଯାଇନଥିବା ଯୋଗୁ ମନରେ ତାଙ୍କର ରହିଛି ଅନେକ କ୍ଷୋଭ।
Politics
'ବାଇଡେନଙ୍କ ପରି ମୋଦିଙ୍କ ମେମୋରି ଲସ୍ ହୋଇଗଲାଣି'
ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଳି ସ୍ମୃତିଶକ୍ତି ହରାଇ ବସିଲେଣି ବୋଲି ରାହୁଲ ଗାନ୍ଧି କହିଛନ୍ତି।
Politics
ବିଜେପି-କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ୍, ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ
ଜାତୀୟ ସ୍ତରରେ ଦୁଇ ପ୍ରମୁଖ ଦଳର ଷ୍ଟାର୍ ପ୍ରଚାରକ ଅମିତ ଶାହ ଏବଂ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଦଳର ସଭାପତିମାନଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ।