Advertisment

ବିଧାନସଭା ନିର୍ବାଚନ ପ୍ରସ୍ତୁତି: ୯ ନେତାଙ୍କୁ ୪ ରାଜ୍ୟର ଦାୟିତ୍ୱ ଦେଲା ବିଜେପି

୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି।

author-image
Jitendra Garnayak
ଅଦ୍ୟତନ ହୋଇଛି
BJP Flag

BJP Flag

ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେପି। ସେଥିପାଇଁ ଦଳ ଆଜି ଏହି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି।

Advertisment

କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିଭଳି ଗୁଜରାଟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ କୁଲଦୀପ ବିଷ୍ଣୋଇଙ୍କୁ ରାଜସ୍ଥାନର ନିର୍ବାଚନ ସହପ୍ରଭାରୀ ନିଯୁକ୍ତ କରାଯାଇଛି।

ବରିଷ୍ଠ ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ ତେଲେଙ୍ଗାନାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେଇଛି। ସେହିଭଳି ସୁନୀଲ ବଂଶଲଙ୍କୁ ତେଲେଙ୍ଗାନାର ନିର୍ବାଚନ ସହପ୍ରଭାରୀ ଦାୟିତ୍ୱ ଦେଇଛି ଦଳ।

Advertisment

ବରିଷ୍ଠ ନେତା ଓମ୍ ପ୍ରକାଶ ମାଥୁରଙ୍କୁ ଛତିଶଗଡ଼ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଛତିଶଗଡ଼ର ନିର୍ବାଚନ ସହପ୍ରଭାରୀ ନିଯୁକ୍ତ କରାଯାଇଛି।

ମଧ୍ୟପ୍ରଦେଶ ପାଇଁ ଭୂପେନ୍ଦ୍ର ଯାଦବଙ୍କୁ ଦଳ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେଇଛି। ଏହା ସହିତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟର ସହପ୍ରଭାରୀ ନିଯୁକ୍ତ କରାଯାଇଛି।

ଏହି ଚାରୋଟି ରାଜ୍ୟରୁ ବର୍ତ୍ତମାନ କେବଳ ମଧ୍ୟପ୍ରଦେଶରେ ବିଜେପି ସରକାର ରହିଛି। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଶାସନ କରୁଥିବା ବେଳେ ତେଲେଙ୍ଗାନାରେ ବିଆରଏସ୍ ଶାସନ କରୁଛି।

ଏହା ପୂର୍ବରୁ ବିଜେପି ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶ ପାଇଁ ନୂଆ ରାଜ୍ୟ ସଭାପତି ନିଯୁକ୍ତ କରିଥିଲା।

Bjp AssamAssemblyElection