Advertisment

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କଲା ବିଜେପି

ଦଳ ତାରିକଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଛି। ଏନଆରସି ଓ ସିଏଏ ବିରୋଧୀ ଆନ୍ଦୋଳନ AMUରେ ତୀବ୍ର ରୂପ ଧାରଣ କରିଥିଲା। ଏହି ସମୟରେ ସେ ଏହାକୁ ବେଶ ଭଲ ଭାବେ ତାରିକ ଦମନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଆଦୌ ସମର୍ଥନ କରି ନଥିଲେ।

AMU

AMU

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପସମନ୍ଦା ସଂପ୍ରଦାୟର ମୁସଲିମ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି। ଏଥିପାଇଁ ଦଳ ଶନିବାର ନିଜର ସାଂଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରିଛି।

Advertisment

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳ(AMU)ର ପୂର୍ବତନ ଅଧ୍ୟକ୍ଷ ତାରିକ ମନସୁରଙ୍କୁ ଦଳର ଅନ୍ୟତମ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ପସମନ୍ଦା ହେଉଛନ୍ତି ମୁସଲିମ ସଂପ୍ରଦାୟର ସବୁଠାରୁ ପଛୁଆ, ସବୁଠାରୁ ବଞ୍ଚିତ ଓ ସବୁଠାରୁ ନିଷ୍ପେଷିତ ବର୍ଗର ଲୋକ। ସେମାନଙ୍କୁ ବିଜେପି ନିଜର ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି।

ଏହିକ୍ରମରେ ଦଳ ତାରିକଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଛି। ଏନଆରସି ଓ ସିଏଏ ବିରୋଧୀ ଆନ୍ଦୋଳନ AMUରେ ତୀବ୍ର ରୂପ ଧାରଣ କରିଥିଲା। ଏହି ସମୟରେ ସେ ଏହାକୁ ବେଶ ଭଲ ଭାବେ ତାରିକ ଦମନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଆଦୌ ସମର୍ଥନ କରି ନଥିଲେ। 

Advertisment

ଏହାପରେ ସେ ଆରଏସଏସ ସହ ବେଶ ଘନିଷ୍ଠ ଭାବେ ମୋଗଲ ପ୍ରିନ୍ସ ଶିକୋହଙ୍କ ବିଷୟରେ କେମିତି ପିଲାଙ୍କୁ ପାଠପଢ଼ାଯିବ, ତା’ ଉପରେ କାର୍ଯ୍ୟ କରୁଛନ୍ତି। ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କାର୍ଯ୍ୟଧାରା ଠାରୁ ପ୍ରିନ୍ସ ଶିକୋହଙ୍କ ଚିନ୍ତାଧାରା ଅଲଗା ଥିଲା। ଏହାକୁ ଅଧିକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାର ନେତୃତ୍ୱ ତାରିକ ନେଉଥିବା ବେଳେ ବିଜେପି ତାଙ୍କୁ ଆଜି ବଡ଼ ଦାୟିତ୍ୱ ଦେଇଛି।

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଉପରେ ଲେଖାଯାଇଥିବା ଗୋଟିଏ ବହିର ଲଞ୍ଚ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାମିଲନାଡୁର ରାମେଶ୍ୱର ଯାଇଛନ୍ତି। ଏହା ମଧ୍ୟ ଦଳର ପସମନ୍ଦା ଭୋଟ ପାଇଁ ଊଦ୍ୟମ। ଅମିତ ଶାହ ସେଠାରେ ବହି ଲଞ୍ଚ କରୁଥିବା ବେଳେ ଏପରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାରିକଙ୍କୁ ନିଯୁକ୍ତି ଦେଇଛି।

ମୁସଲିମ ସଂପ୍ରଦାୟର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପି ତା’ର ସଂଖ୍ୟାଲଘୁ ମୋର୍ଚ୍ଚାର ସହାୟତା ମଧ୍ୟ ନେଉଛି। ବିଶେଷ କରି ଦଳର ନଜର ପସମନ୍ଦା ଭୋଟ ଉପରେ ରହିଛି। ଉତ୍ତର ପ୍ରଦେଶର ଆଲିଗଡ଼ର ମୂଳବାସିନ୍ଦା ହେଉଛନ୍ତି ତାରିକ। ଏଠାରେ ମୁସିଲିମଙ୍କ ଜନସଂଖ୍ୟର ୧୯%। ୩୦ଟି ଲୋକସଭା ଆସନରେ ଏମାନଙ୍କ ଭୋଟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ। ତେଣୁ ବିଜେପି ତାରିକଙ୍କ ଦ୍ୱାରା ଏହାକୁ ଭାଗଭାଗ କରି ନିଜର ଫାଇଦା ହାସଲ ଲକ୍ଷ୍ୟରେ ରହିଛି। 

ତାରିକ ମନସୁର ଜଣେ ସର୍ଜନ। ୧୯୭୦ରୁ ସେ AMU ସହ ଜଡ଼ିତ। ବିଶ୍ୱବିଦ୍ୟାଳୟର ଜେଏନ ମେଡିକାଲ କଲେଜରୁ ସେ ସର୍ଜରୀରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ୧୯୮୨ରୁ ସମାନ କଲେଜରେ ମାଷ୍ଟର ଅଫ ସର୍ଜରୀ(ଏମଏଲସ) ଆରମ୍ଭ କରିଥିଲେ।

Bjp Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe