Advertisment

ଧର୍ମେନ୍ଦ୍ରଙ୍କୁ ହରିୟାଣା ଓ ଅଶ୍ୱିନୀଙ୍କୁ ମହାରାଷ୍ଟ୍ର ଦାୟିତ୍ୱ ଦେଲା ବିଜେପି

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ପ୍ରଥମଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେପ୍ଟେମ୍ବର ମାସ ପୂର୍ବରୁ ଏଠାରେ ଲୋକମାନେ ପରବର୍ତ୍ତୀ ସରକାର ପାଇଁ ଭୋଟ ଦେବେ।

ଅଦ୍ୟତନ ହୋଇଛି
BJP

BJP

Advertisment

ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଏବେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେପି। ଆଗାମୀ ଦିନରେ ମହାରାଷ୍ଟ୍ର, ଝାରଖଣ୍ଡ ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଆଜି ବିଜେପି ପକ୍ଷରୁ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

Advertisment

ଏହିକ୍ରମରେ ଓଡ଼ିଶାର ସମ୍ବଲପୁର ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁତ୍ୱପୂର୍ଣ୍ଣ ହରିୟାଣା ନିର୍ବାଚନ ଦାୟିତ୍ୱ ମିଳିଛି। ବିଜେପି ତାଙ୍କୁ ହରିୟାଣାର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିଛି। ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସହ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।

ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦାୟିତ୍ୱ ମିଳିଛି। ମହାରାଷ୍ଟ୍ର ପାଇଁ ବିଜେପି ତାଙ୍କୁ ସହ ପ୍ରଭାରୀ କରିଛି। ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏଠାରେ ପ୍ରଭାରୀ ଭାବେ ନିଯୁକ୍ତ ପାଇଛନ୍ତି। ଅଶ୍ୱିନୀ ବୈଷ୍ଣବ ଓ ଭୂପେନ୍ଦ୍ର ଯାଦବଙ୍କ ତତ୍ତ୍ୱାବଧାନରେ ବିଜେପି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଲଢ଼ିବ।

Advertisment

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ପ୍ରଥମଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେପ୍ଟେମ୍ବର ମାସ ପୂର୍ବରୁ ଏଠାରେ ଲୋକମାନେ ପରବର୍ତ୍ତୀ ସରକାର ପାଇଁ ଭୋଟ ଦେବେ। ଏଥିପାଇଁ ବିଜେପି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଦଳ ପକ୍ଷରୁ ଜମ୍ମୁ-କଶ୍ମୀର ପାଇଁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ଝାରଖଣ୍ଡର ନିର୍ବାଚନ ପ୍ରଭାରୀ ଭାବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ନିଯୁକ୍ତି ମିଳିଛି। ଏଠାରେ ସହପ୍ରଭାରୀ ଭାବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାର୍ଯ୍ୟ କରିବେ।

Bjp Dharmendra Pradhan Ashwini Vaishnav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe