BJP
ଶେଷରେ କର୍ଣ୍ଣାଟକା ବିଧାନସଭାର ବିରୋଧୀ ଦଳ ନେତାଙ୍କୁ ଚୟନ କରିଛି ବିଜେପି। ବରିଷ୍ଠ ନେତା ଆର ଆଶୋକ କର୍ଣ୍ଣାଟକା ବିଧାନସଭାର ବିରୋଧୀ ଦଳର ନେତା ଭାବେ କାମ କରିବେ। ଆଜି ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ଏହି ସମୟରେ ଆର ଅଶୋକଙ୍କୁ ବିରୋଧୀ ଦଳ ନେତା ଭାବେ ବଛା ଯାଇଛି। ଏହି ନିଷ୍ପତ୍ତିକୁ ବିଜେପିର ହାଇକମାଣ୍ଡ ମଧ୍ୟ ଗ୍ରହଣ କରି ନେଇଛନ୍ତି।
ଆର ଅଶୋକଙ୍କ ବ୍ୟତୀତ ସୁନୀଲ କୁମାର, ଅଶ୍ୱସ୍ଥ ନାରାୟଣ ଓ ଅରଗା ଜ୍ଞାନେନ୍ଦ୍ର ବିରୋଧୀ ଦଳ ନେତା ହେବା ଦୌଡ଼ରେ ରହିଥିଲେ। ତେବେ ବିଜେପି ହାଇକମାଣ୍ଡ ଶେଷରେ ଆର ଅଶୋକ କୁମାରଙ୍କ ନାଁ ଉପରେ ମୋହର ମାରିଛନ୍ତି।
ନିର୍ବାଚନ ଶେଷ ହେବାର ପ୍ରାୟ ୬ ମାସରୁ ଅଧିକ ସମୟ ପରେ ବିଜେପି ବିରୋଧୀ ଦଳ ନେତା ବାଛିଛି। ଦଳ ବିରୋଧୀ ଦଳ ନେତାଙ୍କ ନାଁ ଘୋଷଣା କରୁ ନଥିବାରୁ କ୍ଷମତାସୀନ କଂଗ୍ରେସ ଏହାକୁ ତାଚ୍ଛଲ୍ୟ କରି ଚାଲିଥିଲା।
ମେ’ ମାସରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଶେଷ ହୋଇଥିଲା। ଏଥିରେ କଂଗ୍ରେସ ୧୩୫ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୬୬ଟିରେ ସୀମିତ ରହିଥିଲା।
ବିଜେପି ରାଜ୍ୟର ସବୁ ବଡ଼ ବିରୋଧୀ ଦଳର ମାନ୍ୟତା ପାଇଥିଲେ ମଧ୍ୟ ଏଯାଏ ବିରୋଧୀ ଦଳ ନେତାଙ୍କୁ ବାଛି ପାରି ନଥିଲା। ଜୁଲାଇ ମାସରେ କର୍ଣ୍ଣାଟକା ବିଧାନସଭାର ଅଧିବେଶନ ବିନା ବିରୋଧୀ ଦଳ ନେତାରେ ଚାଲିଥିଲା। ତେବେ ଶୀତ ଅଧିବେଶନ ପୂର୍ବରୁ ବିଜେପି ଆର ଅଶୋକଙ୍କୁ ବିରୋଧୀ ଦଳ ଭାବେ ଚୟନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1700237123.jpg)