Advertisment

ପାଣ୍ଡିଆନଙ୍କଠୁ ଅନାବଶ୍ୟକ ସୁରକ୍ଷା ପ୍ରତ୍ୟାହାର ଦାବିରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ, ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ଏବେ ୭୪ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

undefined

BJP

Advertisment

ବିଜେଡିର ଅଘୋଷିତ ମୁଖିଆ ଭିକେ ପାଣ୍ଡିଆନଙ୍କଠୁ ଅନାବଶ୍ୟକ ସୁବିଧା ପ୍ରତ୍ୟାହାର କରାଯାଉ ବୋଲି ବିଜେପି ଦାବି କରିଛି । ଏନେଇ ଳିଖିତ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି । ଏହାସହିତ ସରକାରୀ ‘ଲକ୍ଷ୍ମୀ’ ବସରେ ବିଜୁ ଜନତା ଦଳର ଦଳୀୟ ଚିହ୍ନ ଲଗାଇବା ଉପରେ ମଧ୍ୟ ବିଜେପି ଆପତ୍ତି ଉଠାଇଛି ।

Advertisment

ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ, ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ଏବେ ୭୪ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବାବେଳେ ଅବାଧ, ନିରପେକ୍ଷ ନିର୍ବାଚନକୁ ବେଖାତିର କରି ଶାସକ ବିଜେଡି ଏଭଳି କରିଛି । ପୂର୍ବରୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ନିର୍ବାଚନ ସମୟରେ ପ୍ରତ୍ୟାହାର କରାଯାଉ ଥିବାବେଳେ ଶ୍ରୀ ପାଣ୍ଡିଆନ ଏସବୁର ଊର୍ଦ୍ଧ୍ୱରେ ରହିଲେ କେମିତି ବୋଲି ବିଜେପି ପ୍ରଶ୍ନ କରିଛି ।

ଜେଡ୍ ପ୍ଲସ ସିକ୍ୟୁରିଟି ବ୍ୟବସ୍ଥାରେ ସର୍ବାଧିକ ୫୫ଜଣ ପୁଲିସ ଅଧିକାରୀ ନିୟୋଜିତ ହେଉଥିବାବେଳେ ବିଜେଡିର ଅଘୋଷିତ ମୁଖିଆଙ୍କୁ ୭୪ଜଣ ପୁଲିସ କର୍ମଚାରୀ ଯୋଗାଇ ଦେବା କେଉଁ କାଟେଗୋରୀର ସୁରକ୍ଷା ବ୍ୟବସ୍ଥା ତାହା ବୁଝି ହେଉନାହିଁ? ଜନସାଧାରଣଙ୍କ ସୁରକ୍ଷା ଏବଂ ନିର୍ବାଚନୀ ହିଂସା ସମୟରେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ ଅଭାବ ଦର୍ଶାଉଥିବା ଗୃହ ବିଭାଗ ସାଧାରଣ ଲୋକଙ୍କ ଅର୍ଥରେ ରାଜ୍ୟ ରାଜକୋଷରୁ ଏତେ ଅର୍ଥ ବରବାଦ୍ କରୁଛନ୍ତି କିପରି? ଏସମସ୍ତ ବିଷୟ ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିରବତା ପାଇଁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଶ୍ରୀ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀ ବ୍ୟବହୃତ ଗାଡ଼ି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବିଜୁ ଜନତା ଦଳ ପାଣ୍ଠିରୁ ଭରଣା କରାଯାଉ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।

Advertisment

ସେ ଆହୁରି କହିଛନ୍ତି ଯେ, ଯଦି ବାସ୍ତବରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ନା ନିଜର ପତିଆରା ବଢ଼ାଇବା ପାଇଁ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି । ତେଣୁ ନିର୍ବାଚନ ଆଚରଣ ବିଧି ଦୃଷ୍ଟିରୁ ତୁରନ୍ତ ତାଙ୍କୁ ଦିଆଯାଇଥିବା ପୁଲିସ ବାହିନୀଙ୍କୁ ପ୍ରତ୍ୟାହାର କରିବାକୁ ରାଜ୍ୟ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ ବିଜେପିର ପ୍ରତିନିଧିମଣ୍ଡଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି ଜଣାଇଛି ।

ସେହିପରି ନିର୍ବାଚନ ଆଚରଣବିଧି ଉଲଘଂନ କରି ରାଜ୍ୟରେ ଚାଲୁଥିବା ଲକ୍ଷ୍ମୀ ବସରେ ବିଜୁ ଜନତା ଦଳର ଦଳୀୟ ଚିହ୍ନ ଲଗାଯାଇଛି । ଏହାକୁ ତୁରନ୍ତ ହଟାଇବାକୁ ବିଜେପି ଦାବି କରିଛି ।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତା ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।  

Bjp 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe