Advertisment

ସଂସଦରେ ସାଂସଦଙ୍କୁ ଦୁର୍ବ୍ୟବହାର: ରମେଶ ବିଧୁରୀଙ୍କୁ ବିଜେପିର ନୋଟିସ

ଗୁରୁବାର ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ରମେଶ ସିଧାସଳଖ ଅଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ।

BJP

BJP

Advertisment

ଲୋକସଭାରେ ବିଏସ୍‌ପି ସାଂସଦ ଦାନିଶ ଅଲୀଙ୍କ ପ୍ରତି ଅଣସଂସଦୀୟ ଶବ୍ଦ ପ୍ରୟୋଗ କରିଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କୁ ଆଜି ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Advertisment

ଗୁରୁବାର ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ରମେଶ ସିଧାସଳଖ ଅଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ବିଜେପି ପକ୍ଷରୁ ସାଂସଦ ବିଧୁରୀଙ୍କୁ ନିଜର ପକ୍ଷ ରଖିବାକୁ ନୋଟିସ କରାଯାଇଛି।

କାହିଁକି ଅପଶବ୍ଦ ପ୍ରୟୋଗ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତା’ର ଜବାବ ରଖିବାକୁ ବିଜେପି ପକ୍ଷରୁ ରମେଶଙ୍କୁ ପଠାଯାଇଥିବା ନୋଟିସରେ କୁହାଯାଇଛି। ଏଥିସହ ସେ କେଉଁ ଆଧାରରେ ଓ କ’ଣ ପାଇଁ ଏପରି ଶବ୍ଦ ପ୍ରୟୋଗ କଲେ, ତା’ର ଜବାବ ଦେବାକୁ ମଧ୍ୟ ବିଜେପି ହାଇକମାଣ୍ଡ ନୋଟିସରେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଲୋକସଭା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଜେପି ସାଂସଦ ରମେଶ ବିଧୁରୀଙ୍କ ଆପତ୍ତିଜନକ ଟିପ୍ପଣୀକୁ ବାଚସ୍ପତି ଗୁରୁତର ସହ ନେଇଛନ୍ତି। ସେ ବିଏସ୍‌ପିର ମୁସଲିମ ସାଂସଦ ଡାନିଶ ଅଲୀଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ। ଚନ୍ଦ୍ରଯାନ -୩ର ସଫଳତା ସମ୍ପର୍କରେ ଗୁରୁବାର ସଂସଦରେ ଆଲୋଚନା ଚାଲିଥିଲା।

ଏହି ସମୟରେ ସେ ନିଜର ଭାଷଣ ସମୟରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଥିପାଇଁ ବାଚସ୍ପତି ସାଂସଦ ରମେଶଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଯଦି ଆଗକୁ ସେ ଏପରି ଶବ୍ଦ ବା ଆଚରଣ କରିବେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେ ଦେଇଥିବା ବୟାନକୁ ସଂସଦର ରେକର୍ଡରୁ ମଧ୍ୟ ହଟାଇ ଦିଆଯାଇଛି।

Bjp BSP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe