Advertisment

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ବିରୋଧୀଙ୍କ ନା, ବିଜେପି ପୋଷ୍ଟ କଲା ଏମିତି ପୋଷ୍ଟର

କଂଗ୍ରେସର ପ୍ରମୁଖ ନେତାମାନେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ମନା କରି ଦେବା ପରେ ଗତକାଲିଠାରୁ ଦଳକୁ ବିଜେପି ସମାଲୋଚନା କରିଆସୁଛି।

ଅଦ୍ୟତନ ହୋଇଛି
Poster

Poster

Advertisment

ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ଯେତିକି ପାଖେଇ ଆସୁଛି, ରାଜନୀତି ସେତେ ଜୋର ଧରୁଛି। ନିମନ୍ତ୍ରଣ ପାଇଥିବା ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧୀ ପ୍ରମୁଖ ମନା କରି ଦେଇଥିବା ବେଳେ ସେମାନଙ୍କୁ ଟାର୍ଗେଟ୍ କରିଛି ବିଜେପି। 

Advertisment

ବିଜେପି ଆଜି ତା’ର ସୋଶାଲ ମିଡିଆ ଏକାଉଣ୍ଟ ‘ଏକ୍ସ’ରେ ଏକ ପୋଷ୍ଟର ପୋଷ୍ଟ କରିଛି। ଏହି ପୋଷ୍ଟରରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀଙ୍କ ସହିତ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ସିପିଆଇ ନେତା ସୀତାରାମ ୟେଚୁରଙ୍କ ଫଟୋ ରହିଛି। ଏହି ପୋଷ୍ଟରରେ ଉପରେ ଲେଖାଯାଇଛି- ରାମ ମନ୍ଦିରର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ଚେହେରାଗୁଡ଼ିକୁ ଚିହ୍ନନ୍ତୁ। ସେହିପରି ପୋଷ୍ଟରର ତଳେ ଲେଖାଯାଇଛି- ସନାତନ ବିରୋଧୀ ଇଣ୍ଡି ମେଣ୍ଟ।

ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନେ ଏଥିରେ ଯୋଗ ଦେବେ ନାହିଁ ବୋଲି ଗତକାଲି କହିଥିଲେ। ଏହା ବିଜେପି ଓ ଆରଏସଏସର ଏକ ରାଜନୀତିକ ପ୍ରକଳ୍ପ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। 

Advertisment

କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ, ଅଯୋଧ୍ୟା ରାମ ମନ୍ଦିର ଆରଏସଏସ/ବିଜେପିର ଦୀର୍ଘ ଦିନ ରାଜନୀତିକ ପ୍ରକଳ୍ପ। ନିର୍ବାଚନୀ ଫାଇଦା ପାଇଁ ବିଜେପି ଓ ଆରଏସଏସର ନେତାମାନେ ଏକ ଅସମ୍ପୂର୍ଣ୍ଣ ମନ୍ଦିରର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। 

ବାମ ଦଳର ନେତାମାନେ ପୂର୍ବରୁ ଏହି ପ୍ରସଙ୍ଗରେ ସେମାନଙ୍କ ନକାରାତ୍ମକ ପ୍ରତିକ୍ରିୟା ଦେଇ ସାରିଛନ୍ତି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି। 

ଅପରପକ୍ଷରେ ସମାଜବାଦୀ ପାର୍ଟି କିଛି ନିଷ୍ପତ୍ତି ନେଇ ନାହିଁ। ଯେଉଁମାନେ ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଠାରୁ ନିମନ୍ତ୍ରଣ ପାଇଥିଲେ, ସେମାନେ ଯିବା ପାଇଁ ମନା କରି ଦେଇଛନ୍ତି। କିନ୍ତୁ ଦଳର ବିଧାୟକମାନେ ଯୋଗ ଦେବା ପାଇଁ ଆଗ୍ରହୀ ଅଛନ୍ତି।   

କଂଗ୍ରେସର ପ୍ରମୁଖ ନେତାମାନେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ମନା କରି ଦେବା ପରେ ଗତକାଲିଠାରୁ ଦଳକୁ ବିଜେପି ସମାଲୋଚନା କରିଆସୁଛି। ବିଜେପି କହିଛି ଯେ ଏହି ଦଳକୁ ଦେଶ ବିରୋଧୀ କୁହାଯାଉଥିଲା। କିନ୍ତୁ ସେମାନ ତ ଭଗବାନ ବିରୋଧୀ ମଧ୍ୟ।  ବିଜେପି ମୁଖପାତ୍ର ନଳୀନ କୋହଲି କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କଂଗ୍ରେସ କୌଣସି ପଦକ୍ଷେପ ନେଇ ନଥିଲା। ତେଣୁ ସେମାନେ ଏହାର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ନା କରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। 

Bjp Ram Temple Ram Temple Inauguration Congress Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe