କଂଗ୍ରେସ ନେତା ରଣଦୀପ ସୁରଜୱାଲାଙ୍କ ମନ୍ତବ୍ୟ ବିରୁଦ୍ଧରେ ସ୍ୱର ଉଠାଇଲା ବିଜେପି। ସୁରଜୱାଲା ହେମା ମାଳିନୀଙ୍କ ବାବଦରେ ଅପଶବ୍ଦ ବ୍ୟବହାର କରିଥିବା ହରିଆଣା ବିଜେପି ଅଭିଯୋଗ ଆଣିଛି।
ବିଜେପିର ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ ଏକ ଏକ୍ସ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ କଂଗ୍ରେସ ସାଂସଦ ଶାସକ ଦଳକୁ ଟାର୍ଗେଟ କରି ଭାଷଣ ଦେବା ସହ ଅଭିନେତ୍ରୀ ତଥା ରାଜନେତ୍ରୀ ହେମା ମାଳିନୀଙ୍କ ବିଷୟରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳୁଛି।
ଏହାକୁ ନେଇ ବିଜେପି ଆଇଟି ମୁଖ୍ୟ କହିଛନ୍ତି, "କଂଗ୍ରେସ ସାଂସଦ ରଣଦୀପ ସୁରଜୱାଲା ଏକ ଘୃଣ୍ୟ ଲିଙ୍ଗଗତ ମନ୍ତବ୍ୟ ଦେଇଛନ୍ତି, ଯାହା କେବଳ ହେମା ମାଳିନୀଙ୍କ ପ୍ରତି ଅପମାନଜନକ ନୁହେଁ, ବରଂ ସମଗ୍ର ନାରୀ ଜାତି ପାଇଁ ଅପମାନଜନକ।"
ସେ ଆହୁରି କହିଛନ୍ତି ଯେ, ସୁରଜୱାଲାଙ୍କ ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ। ଏହା ହେଉଛି ରାହୁଲ ଗାନ୍ଧିଙ୍କ କଂଗ୍ରେସ।
ତେବେ ଏହି ଭିଡିଓ କେଉଁ ସମୟର ବିଜେପି ଆଇଟି ସେଲ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ପ୍ରକାଶ ଥାଉକି, ହେମା ମାଳିନୀ ଉତ୍ତର ପ୍ରଦେଶର ମଥୁରାର ବିଜେପି ସାଂସଦ। ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ସେ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ହେମା ମାଳିନୀଙ୍କ ନାଁ ନେଇ ଏପରି କହିଲେ କଂଗ୍ରେସ ନେତା, ବର୍ଷିଲା ବିଜେପି
ରଣଦୀପ ସୁରଜୱାଲା ହେମା ମାଳିନୀଙ୍କ ବାବଦରେ ଅପଶବ୍ଦ ବ୍ୟବହାର କରିଥିବା ବିଜେପି ଅଭିଯୋଗ ଆଣିଛି।
Randeep Surjewala