Advertisment

ଗଞ୍ଜାମ ଜିଲ୍ଲାରେ ବିଜେପିର କ୍ଲିନସୁଇପ୍‌, ନିଜ ସିଟ୍ ବଞ୍ଚାଇବାକୁ ନବୀନ କଲେ ସଂଘର୍ଷ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଆସନକୁ କଂଗ୍ରେସ ପୁଣିଥରେ ନିଜ ପାଖରେ ରଖିଛି । ଦଳର ବିଧାୟକ ରମେଶ ଚନ୍ଦ୍ର ଜେନା ୧୦୬୬୨ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ପରାଜିତ କରିଛନ୍ତି ।

author-image
Ordigital Desk
undefined

Naveen Pattnayak

ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ଅପ୍ରତ୍ୟାଶିତ ଝଟକା ଲାଗିଛି। ଦଳର ଦୁର୍ଗ କୁହାଯାଉଥିବା ଗଞ୍ଜାମ ଜିଲ୍ଲାରେ ବିଜେଡି ମୂଳପୋଛ ହୋଇଯାଇଛି। କେବଳ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ପାରମ୍ପରିକ ଆସନ ହିଞ୍ଜିଳିକୁ ନିଜ ପାଖରେ ରଖିବାକୁ ବିଜେଡି ସକ୍ଷମ ହେବ। ୨୦୧୯ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ମୋଟ ୧୩ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସକୁ ଗୋଟିଏ ଓ ବାକି ୧୨ଟିରେ ବିଜେଡି ବାଜିମାତ୍ କରିଥିଲା। ତେବେ କେବଳ ଗଞ୍ଜାମ ନୁହେଁ, ବିଜେଡିର ଦୁର୍ଗ ଭାବେ ପରିଚିତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରରେ ବିଜେପି ନିଜର କମାଲ ଦେଖାଇ ପ୍ରାୟ ୪୦ ପ୍ରତିଶତ ଆସନ ପୋଛି ନେଇଛି ।

Advertisment

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଆସନକୁ କଂଗ୍ରେସ ପୁଣିଥରେ ନିଜ ପାଖରେ ରଖିଛି । ଦଳର ବିଧାୟକ ରମେଶ ଚନ୍ଦ୍ର ଜେନା ୧୦୬୬୨ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ପରାଜିତ କରିଛନ୍ତି । ସେହିପରି ହିଞ୍ଜିଳିରେ ବିେଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାତ୍ର ୪ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ବିଜୟୀ ହେବାର ସମ୍ଭାବନା ରହିଛି । ତେବେ ବ୍ରହ୍ମପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ କେ.ଅନୀଲ କୁମାର, ପୋଲସରାରେ ବିଜେପିର ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗରରେ ବିଜେପିର ପ୍ରତାପ ଚନ୍ଦ୍ର ନାୟକ , ଖଲ୍ଲିକୋଟରେ ବିଜେପିର ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ, ଆସିକାରେ ସରୋଜ କୁମାର ପାଢ଼ୀ, ସୋରଡ଼ାରେ ବିଜେପିର ନୀଳମଣି ବିଶୋୟୀ, ଗୋପାଳପୁରରେ ବିଭୂତିଭୂଷଣ ଜେନା, ଭଞ୍ଜନଗରରେ ପ୍ରଦ୍ୟୁମ୍ନ କୁମାର ନାୟକ, ଦିଗପହଣ୍ଡିରେ ବିଜେପି ପ୍ରାର୍ଥୀ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଚିକିଟିରେ ବିଜେପିର ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିଜୟୀ ହୋଇଛନ୍ତି । ଏହି ସମସ୍ତ ୧୧ଟି ଆସନ ବିଜେଡି ପାଖରେ ରହିଥିଲା ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନବୀନଙ୍କ ନିଜ ଆସନ ହିଞ୍ଜିଳିରେ ମଧ୍ୟ ତାଙ୍କୁ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର କଡ଼ା ଟକ୍କର ଦେଉଛନ୍ତି । ନବୀନ ମାତ୍ର ୪ହଜାର ଭୋଟ୍ ବ୍ୟବଧାନରେ ତାଙ୍କୁ ବିଜୟୀ ହେବାର ସମ୍ଭାବନା ରହିଛି।

Advertisment

ସେହିପରି ବିଜେଡିର ଗଡ଼ ଜଗତସିଂହପୁର ଜିଲ୍ଲାର ପାରାଦୀପ ଆସନରେ ବିଜେପି ପ୍ରାର୍ଥୀ ସମ୍ପଦ କୁମାର ସ୍ୱାଇଁ ଓ ଜଗତସିଂହପୁର ବିଧାନସଭା ଆସନରେ ବିଜେପିର ଅମରେନ୍ଦ୍ର ଦାସ ବିଜୟୀ ହୋଇଛନ୍ତି । ଜିଲ୍ଲାର ୪ଟି ଆସନ ମଧ୍ୟରୁ ୨ଟି ବିଜେପିକୁ ଯାଇଛି । ୨୦୧୯ରେ ସମସ୍ତ ୪ଟି ଆସନ ବିଜେଡି ପାଖରେ ରହିଥିଲା ।

ସେହିପରି କେନ୍ଦ୍ରାପଡ଼ାରେ ସମସ୍ତ ୫ଟି ଯାକ ଆସନ ବିଜେଡି ପାଖରେ ଥିଲା । ମାତ୍ର ଚଳିତଥର ମହାକାଳପଡ଼ା ଆସନଟି ବିଜେପି ପାଖକୁ ଯାଇଛି । ସେଠାରେ ଦଳର ହେଭିୱେଟ୍ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରାଜିତ ହେବାକୁ ପଡ଼ିଛି ।

ସେହିପରି ଯାଜପୁରର ସମସ୍ତ ୭ଟି ଯାକ ବିଧାନସଭା ଆସନ ବିଜେଡି ପାଖରେ ରହିଥିଲା । ମାତ୍ର ଚଳିତଥର ବଡ଼ଚଣାରେ ବିଜେପିର ଅମର ନାୟକ, ସୁକିନ୍ଦାରେ ବିଜେପିର ପ୍ରଦୀପ ବଳସାମନ୍ତ, କୋରେଇରେ ବିଜେପି ପ୍ରାର୍ଥୀ ଆକାଶଦାସ ନାୟକ ବିଜୟୀ ହୋଇଥିବାବେଳେ ଧର୍ମଶାଳା ଆସନଟି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ କବଜାକୁ ଯାଇଛି ।

ଏହାବ୍ୟତୀତ କଟକର ଦୁଇଟି ଆସନଟି ସ୍ୱାଧୀନ ପ୍ରାର୍ଥୀଙ୍କ ପାଖକୁ ଯାଇଛି । ଦଳର ହେଭିୱେଟ୍ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ସେଠାରେ ପରାଜିତ ହେବାକୁ ପଡ଼ିଛି । ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳବେହେରାଙ୍କଠୁ ସେ ପରାସ୍ତ ହୋଇଛନ୍ତି । ସେହିପରି ମାହାଙ୍ଗାରେ ବିଜେଡି ହେଭିୱେଟ୍ ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କୁ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନ ପରାଜିତ କରିଛନ୍ତି । କଟକ ସଦର ଆସନଟି ବିଜେପିର ପ୍ରକାଶଚନ୍ଦ୍ର ସେଠୀ ଓ କଟକ-ବାରବାଟୀ ଆସନ କଂଗ୍ରେସର ସୋଫିଆ ଫିର୍ଦ୍ଦୋଷଙ୍କୁ ଯାଇଛି ।

ସେହିପରି ପୁରୀ ଜିଲ୍ଲାର ନିମାପଡ଼ା ଆସନଟି ବିଜେପିର ପ୍ରଭାତୀ ପରିଡ଼ା, ବ୍ରହ୍ମଗିରି ଆସନଟି ବିଜେପିରେ ଉପାସନା ମହାପାତ୍ର, ସତ୍ୟବାଦୀ ଆସନରେ ବିଜେପିର ଓମପ୍ରକାଶ ମିଶ୍ର ଓ ପିପିଲି ଆସନଟି ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ପାଖକୁ ଯାଇଛି ।

ଖୋର୍ଦ୍ଧା ଜିଲ୍ଲାର ଚିଲିକା ଆସନରେ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧାରେ ବିଜେପିର ପ୍ରଶାନ୍ତ ଜଗଦେବ ଓ ଭୁବନେଶ୍ୱର ଏକାମ୍ରରେ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି ।

BjD Bjp Election Results Election Results 2024