Advertisment

ରାଜ ଠାକେରଙ୍କ ପୁଅ ଅମିତଙ୍କୁ ସମର୍ଥନ କଲା ବିଜେପି, ସିନ୍ଦେ ସେନା ପ୍ରାର୍ଥୀ ଜଳକା

ମହିମ ଆସନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଏଠାରେ ରାଜ ଠାକରେଙ୍କ ପୁଅ ଅମିତ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନର ଶିବସେନା ବିଧାୟକ ସଦା ସର୍ବନକର ଓ ଶିବସେନା(ୟୁବିଟି) ମହେଶ ସାୱନ୍ତ ମଧ୍ୟ ଏଠାରେ ଲଢ଼େଇ କରୁଛନ୍ତି।

author-image
Hemant Lenka
Mahayuti deadlock

Mahayuti deadlock

ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଉଭୟ ଦଳ ଅଜିତ ପାୱାରଙ୍କ ଏନସିପି ସହ ମିଶି ବିଧାନସଭା ନିର୍ବାଚନ ଲଢ଼ୁଥିଲେ ହେଁ ମହିମ ଆସନକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ନିର୍ବାଚନକୁ ଆଉ ମାତ୍ର ୨୦ ଦିନ ବାକି ଥିବା ବେଳେ ଏପରି ତିକ୍ତତା ସମସ୍ତଙ୍କୁ ଚକିତ କରିଛି।

Advertisment

ମହିମ ଆସନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଏଠାରେ ରାଜ ଠାକରେଙ୍କ ପୁଅ ଅମିତ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନର ଶିବସେନା ବିଧାୟକ ସଦା ସର୍ବନକର ଓ ଶିବସେନା(ୟୁବିଟି) ମହେଶ ସାୱନ୍ତ ମଧ୍ୟ ଏଠାରେ ଲଢ଼େଇ କରୁଛନ୍ତି।

ବିଜେପି ଅମିତଙ୍କୁ ସମର୍ଥନ କରୁଥିବା ବେଳେ ସିନ୍ଦେଙ୍କ ଶିବସେନା ଏଥିରେ ଏକମତ ହୋଇ ନାହିଁ। ଏଥିପାଇଁ ଦଳ ପକ୍ଷରୁ ମହିମର ବିଧାୟକ ସଦାଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଅଚଳାବସ୍ଥା ଦେଖିବାକୁ ମିଳିଛି।

Advertisment

ଅମିତ ଠାକରେଙ୍କ ପାଇଁ ବିଜେପି ଚାହୁଁଛି ଯେ ଶିବସେନା ପ୍ରାର୍ଥୀ ସଦା ନାମାଙ୍କନ ପ୍ରତ୍ୟାହାର କରି ନିଅନ୍ତୁ। ଏହାକୁ ନେଇ ସିନ୍ଦେ ସେନା ସହ ଗୋଟିଏ ବୁଝାମଣା ହୋଇଥିବା ବିଜେପି ଦାବି କରୁଥିବା ବେଳେ ସଦା ଓଲଟା କଥା କହିଛନ୍ତି।

ଯଦି ଶିବସେନା ଏଠାରେ ପ୍ରାର୍ଥୀ ନ ଦେବ, ତା’ହେଲେ ଭୋଟ ଗୁଡ଼ିକ ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କ ପାଖକୁ ଚାଲିଯିବ। ତେଣୁ ସଦା ଏଠାରୁ ଲଢ଼ିବାକୁ ଏକପ୍ରକାରର ବଦ୍ଧପରିକର ହୋଇଛନ୍ତି।

ବିଧାୟକ ସଦା ବୁଧବାର ରାଜ ଠାକରେଙ୍କୁ ଅମିତଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ଏଥିସହ ସେ ସିନ୍ଦେ ସେନାଙ୍କୁ ସମର୍ଥନ କରିବା ପାଇଁ ମଧ୍ୟ ରାଜ ଠାକରେଙ୍କୁ କହିଛନ୍ତି।

ସେ ଗୋଟିଏ ଟ୍ୱିଟ କରି କେମିତି ୪୦ ବର୍ଷ ଧରି ଶିବସେନା ପ୍ରତି ବିଶ୍ୱସ୍ତ ରହିଛନ୍ତି ଓ କଠିନ ପରିଶ୍ରମ କରି ୩ ଥର ବିଧାୟକ ହୋଇଛନ୍ତି, ସେକଥା ଜଣାଇଛନ୍ତି। ଯଦି ଆଜି ଦିବଂଗତ ବାଲ ଠାକରେ ବଞ୍ଚିଥାଆନ୍ତେ, ତା’ହେଲେ କେବେ ହେଲେ ଏହି ସିଟକୁ ତାଙ୍କ ସମ୍ପର୍କୀୟଙ୍କୁ ଛାଡ଼ିବା ପାଇଁ କହି ନଥାଆନ୍ତେ ବୋଲି ମଧ୍ୟ ସଦା କହିଛନ୍ତି।

ସେ କହିଛନ୍ତି, “ବାଲ ଠାକରେଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ୫୦ ଜଶ ଦାଦ୍ରା-ମହିମରେ ରୁହନ୍ତି। କିନ୍ତୁ ସେ ମୋ ଭଳି ଜଣେ ସାଧାରଣ କର୍ମୀଙ୍କୁ ମନୋନୀତ କରିଥିଲେ। ସେ ଏମିତି ଜଣେ ନେତା ଥିଲେ ଯିଏ କର୍ମୀଙ୍କ ମନୋବଳକୁ ବଢ଼ାଉଥିଲେ। ଆପଣ ଏକନାଥ ସିନ୍ଦେ ସାହେବଙ୍କୁ ଦେଖନ୍ତୁ, ତାଙ୍କ ପୁଅ ୩ଥରର ସାଂସଦ।

କିନ୍ତୁ ସେ ତାଙ୍କ ପୁଅଙ୍କୁ କେନ୍ଦ୍ରରେ ମନ୍ତ୍ରୀ ନ କରି ଜଣେ ବିଶ୍ୱସ୍ତ ଶିବ ସୈନିକଙ୍କୁ ସୁଯୋଗ ଦେଇଛନ୍ତି। ମୁଁ ରାଜ ସାହେବଙ୍କୁ ଅନୁରୋଧ କରୁଛି ଯେ ସେ ମୋ ଭଳି ଜଣେ କର୍ମୀଙ୍କ ସହ ଅନ୍ୟାୟ କରନ୍ତୁ ନାହିଁ। ଆପଣଙ୍କ ସମର୍ଥନ ମୋତେ ଦିଅନ୍ତୁ।”

ଏହାପୂର୍ବରୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘୋଷଣା କରିଥିଲେ ଯେ ମହିମରେ ବିଜେପି ରାଜ ଠାକରେଙ୍କ ପୁଅ ଅମିତଙ୍କୁ ସମର୍ଥନ କରିବା ନେଇ ଯେଉଁ ନିଷ୍ପତ୍ତି ନେଇଥିଲା, ସେଥିରେ କାଏମ ରହିଛି।

Maharashtra Maharashtra Politics Maharashtra Election