Advertisment

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ବିଜ୍ଞାପନରେ ଶଙ୍ଖ ଚିହ୍ନ, ବିଜେପି କହିଲା - କୋର୍ଟ ଯିବୁ

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନକୁ ନେଇ ତେଜିଲା ରାଜନୀତି। ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଥିବାରୁ ଏହାକୁ ନେଇ ଟାର୍ଗେଟ କରିଛି ବିଜେପି ।

ଅଦ୍ୟତନ ହୋଇଛି
Advertisement

Advertisement

Advertisment

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନକୁ ନେଇ ତେଜିଲା ରାଜନୀତି। ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଥିବାରୁ ଏହାକୁ ନେଇ ଟାର୍ଗେଟ କରିଛି ବିଜେପି ।

Advertisment

ବିଜେଡିର ଭୋଟ୍ ବ୍ୟାଙ୍କ ବୃଦ୍ଧି ପାଇଁ ଏହା ଏକ ପ୍ଲାନ୍ ବୋଲି ବିଜେପି ଅଭିଯୋଗ କରିବା ସହ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।

ମୋହନ ମାଝୀ କହିଛନ୍ତି, ଆଜିଠାରୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଏକ ନୂତନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଯେପରି ରାଜ୍ୟ ସରକାର ଓଡ଼ିଶାରେ ଲାଗୁ କରିବାକୁ ଯାଉଛନ୍ତି, ଆଗାମୀ ଦିନରେ ଭୋଟ ବ୍ୟାଙ୍କ ପାଇଁ କରୁଥିବା ସ୍ପଷ୍ଟ ହେଉଛି। ୨୩ ବର୍ଷର ଶାସନ ସତ୍ତ୍ୱେ ହାରିବା ଭୟ ରହୁଥିବାରୁ, ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ସ୍ଥାନିତ କରିଛନ୍ତି। ଦଳୀୟ ଚିହ୍ନ ଆଧାରରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଉଛି। ଏହାକୁ ବିରୋଧ କରାଯିବ, କୋର୍ଟରେ ଚ୍ୟାଲେଞ୍ଜ କରାଯିବ । ଏହି ଯୋଜନା ଦିଶାହୀନ ଭାବେ କରାଯାଇଛି। କେବଳ ଭୋଟ ବ୍ୟାଙ୍କ ସୃଷ୍ଟି କରି ବିଜେଡିକୁ ଜିତାଇବା ପାଇଁ ଏପରି ଯୋଜନା କରାଯାଇଛି। ଆବଶ୍ୟକ ସ୍ଥଳେ ବିଜେପି କୋର୍ଟକୁ ଯିବ । ଏନେଇ ଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ।

Advertisment

ଏହି ଯୋଜନାକୁ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ସେ କହିଛନ୍ତି, ୨୩ ବର୍ଷର ଶାସନ ପରେ ବି ବିଜୁ ଜନତା ଦଳ ନୂଆ ବୋତଲରେ ପୁରୁଣା ମଦ ଭଳି କାର୍ଯ୍ୟକ୍ରମ କରୁଛନ୍ତି। ପ୍ରଥମେ ଦଳ ମୁଖିଆ ନିଜ ଦଳର ଉତ୍ତରୀୟ ଓ ବ୍ୟାଚ୍‌କୁ ନେଇ ଗର୍ବ ଅନୁଭବ କରନ୍ତୁ, ତାପରେ ଯେତେ କାର୍ଯ୍ୟକ୍ରମ କଲେ ବିଜେଡି ଲୋକପ୍ରିୟ ହୋଇପାରିବ ।

ଅପରପକ୍ଷେ, ଏନେଇ ନିଜ ପ୍ରତିକ୍ରିୟା ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି, ଗ୍ରାମାଞ୍ଚଳ ବିକାଶ ପାଇଁ ଏ ସରକାର ସବୁବେଳେ ଧ୍ୟାନ ଦେଇ ଆସିଛି। ଏଥିପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଜି ‘ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇଛି। ପ୍ରତି ଗାଁ, ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟସୀମାରେ ଶେଷ ହେବ । ଲୋକମାନେ ନିଷ୍ପତ୍ତି ନେବେ ତାଙ୍କ ଗାଁରେ କ’ଣ ଉନ୍ନତିମୂଳକ କାମ କରାଯିବ ।

ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ କହିଛନ୍ତି, ଶଙ୍ଖ ସବୁବେଳେ ପବିତ୍ରତାର ପ୍ରତୀକ । ବିଜେପି ଜନଔଷଧୀ କାର୍ଯ୍ୟକ୍ରମର ନାଁ କ’ଣ ରଖିଛି। ଆମ ଯୋଜନା ଲୋକଙ୍କ ପାଇଁ କରାଯାଉଛି। ମେ ଲୋକଙ୍କ ପାଖକୁ ଯାଉଛି, ସେମାନେ ତାଙ୍କ ପାଖକୁ ଯାଇ ପାରୁ ନାହାନ୍ତି, ତେଣୁ  କୁଆଡେ ଯିବେ ତାହା ସେମାନଙ୍କ ଇଚ୍ଛା ।

BjD Bjp Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe