Advertisment

ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣରୁ ବଂଚିତ ପାଇଁ ଷଡ଼ଯନ୍ତ୍ର କରିଛନ୍ତି ରାଜ୍ୟ ସରକାର: ବିଜେପି

୧୯୩୧ ମସିହାର ଜନଗଣନା ଆଧାରରେ ୫୪ପ୍ରତିଶତ ସଂଖ୍ୟାଗରିଷ୍ଠ ପଛୁଆବର୍ଗଙ୍କୁ ସମଗ୍ର ଦେଶର ୨୭ପ୍ରତିଶତ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଉଥିବା ବେଳେ କେବଳ ମାତ୍ର ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରାଇନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

BJP

BJP

Advertisment

ରାଜ୍ୟର ପଛୁଆବର୍ଗଙ୍କ ସଂଖ୍ୟାକୁ କମ୍ ଦେଖାଇ ୫୪ ପ୍ରତିଶତ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ନଦେବା ପାଇଁ ରାଜ୍ୟ ସରକାର ଭୟଙ୍କର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ,ରାଜ୍ୟର ସଂପ୍ରତି ଚାଲିଥିବା ବହୁ ପ୍ରଚାରିତ ପଛୁଆବର୍ଗ ସର୍ଭେ ପଛରେ ଥିବା ରାଜ୍ୟ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି ।

Advertisment

ରାଜ୍ୟର ପଛୁଆବର୍ଗଙ୍କ ସଂଖ୍ୟାକୁ କମ୍ ଦେଖାଇ ୫୪ପ୍ରତିଶତ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ନଦେବା ପାଇଁ ରାଜ୍ୟ ସରକାର ଏପରି ନାଟକବାଜି କରୁଛନ୍ତି । ସଂପୂର୍ଣ୍ଣ ଶାସନ କଳ ସବୁ ବିଦ୍ୟାବୁଦ୍ଧି ଖଟାଇ ଏସଇବିସି ବର୍ଗଙ୍କୁ କିପରି ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଇପାରିବ ସେହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜ୍ୟ ସରକାରଙ୍କର ଏହି ଓବିସି ବିରୋଧୀ ଅଭିଯାନକୁ ସଫଳ ହେବାକୁ ଦିଆଯିବନି ବୋଲି ବିଜେପି ଚରମବାଣୀ ଚେତାବନୀ ଦେଇଛି ।

ସେ କହିଛନ୍ତି ଯେ, ୧୯୩୧ ମସିହାର ଜନଗଣନା ଆଧାରରେ ୫୪ପ୍ରତିଶତ ସଂଖ୍ୟାଗରିଷ୍ଠ ପଛୁଆବର୍ଗଙ୍କୁ ସମଗ୍ର ଦେଶର ୨୭ପ୍ରତିଶତ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଉଥିବା ବେଳେ କେବଳ ମାତ୍ର ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରାଇନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସର୍ଭେ ବାହାନାରେ କେବଳ ରାଜ୍ୟ ସରକାର ପ୍ରଚାର ଚଳାଇଛନ୍ତି । ସଂରକ୍ଷଣ ମିଳୁନଥିବାରୁ ଜନସାଧାରଣଙ୍କର କୌଣସି ଆଗ୍ରହ ନାହିଁ ଏଥିରେ । ୨୦ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି । ଏବେ ବି କେଉଁ କେଉଁ ଜାତିବର୍ଗର ସର୍ଭେ ହେବ ତାହା ଚୁଡାନ୍ତ ନୁହେଁ । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜାତି କୋର୍ଡ ନମ୍ବର ତାଲିକାରେ ୨୧୦ଜାତିବର୍ଗ ନାମ ଉଲ୍ଲେଖ ଅଛି ।

Advertisment

ନୂତନ ଭାବେ ଅଧ୍ୟାଦେଶ ବଳରେ ଯୋଡ଼ାଯାଇଥିବା ଜାତିବର୍ଗ ତାଲିକା ଗଲା କୁଆଡେ? କେନ୍ଦ୍ର ଓବିସି ତାଲିକାରେ ଥିବା ଜାତିମାନେ କ’ଣ ଏଥିରୁ ବଂଚିତ କି? ଆଜି କେତେକ ଗଣମାଧ୍ୟମରେ ରାଜ୍ୟରେ ପଛୁଆବର୍ଗଙ୍କ ଆପାତତଃ ସଂଖ୍ୟା ପ୍ରକାଶ ପାଇଛି ଏବଂ ଏହି ସଂଖ୍ୟା ବାସ୍ତବତାଠାରୁ ବହୁତ କମ୍ । କେଉଁ ସରକାରୀ ଅଧିକାରୀ ଏଭଳି ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି ତାହା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆରମ୍ଭରୁ ଏହି ସର୍ଭେର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ବିଜେପି ଆଶଙ୍କା ବ୍ୟକ୍ତ କରିଆସୁଛି । ଚଳିତ ଶିକ୍ଷାବର୍ଷରେ ନାମଲେଖାରେ ପଛୁଆବର୍ଗ ସଂରକ୍ଷଣ ଦେବେ ନା ନାହିଁ ସରକାର ସ୍ପଷ୍ଟ କରନ୍ତୁ । ନାମଲେଖା ସମୟ ଅବଧି ସମାପ୍ତି ପୂର୍ବରୁ ରାଜ୍ୟ ସରକାର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ତୁରନ୍ତ ୨୭ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ପାଇଁ ବିଜେପି ଦାବି କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅନୀଲ ବିଶ୍ୱାଳ, ଓବିସି ମୋର୍ଚ୍ଚା ସଂଯୋଜକ ବିବେକାନନ୍ଦ ଜେନା ଓ ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Bjp State Bjp OBC OBC Survey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe