Advertisment

ମନ୍ଦିର ଟିକସ ବିଲକୁ ନେଇ ଝଡ଼: କଂଗ୍ରେସକୁ ହିନ୍ଦୁ ବିରୋଧୀ କହିଲା ବିଜେପି

ଯେଉଁ ମନ୍ଦିରଗୁଡ଼ିକର ରାଜସ୍ୱ ୧ କୋଟିରୁ ଅଧିକ ସେମାନେ ୧୦% ଓ ଯେଉଁଗୁଡ଼ିକର ଆୟ ୧୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ସେମାନେ ୫% ଅର୍ଥ ରାଜ୍ୟ ସରକାରଙ୍କୁ ଦେବେ।

author-image
Hemant Lenka
Chief minister Siddaramaiah

Chief minister Siddaramaiah

କର୍ଣ୍ଣାଟକାରେ ମନ୍ଦିର ଟିକସ ବିଲ୍‌କୁ ନେଇ ରାଜନୀତିକ ଝଡ଼ ଆରମ୍ଭ ହୋଇଯାଇଛି। ନୂଆ ବିଲ ଜରିଆରେ କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ସରକାର ବିଭିନ୍ନ ମନ୍ଦିରଗୁଡ଼ିକ ଠାରୁ ସେମାନଙ୍କ ରାଜସ୍ୱର କିଛି ଅଂଶ ଆଣିବେ।

Advertisment

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର 'Karnataka Hindu Religious Institutions and Charitable Endowments Bill 2024' ବିଧାନସଭାରେ ପାସ୍‌ କରାଇଛନ୍ତି। ଏଥିରେ କୁହାଯାଇଛି ଯେ ଯେଉଁ ମନ୍ଦିରଗୁଡ଼ିକର ରାଜସ୍ୱ ୧ କୋଟିରୁ ଅଧିକ ସେମାନେ ୧୦% ଓ ଯେଉଁଗୁଡ଼ିକର ଆୟ ୧୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ସେମାନେ ୫% ଅର୍ଥ ରାଜ୍ୟ ସରକାରଙ୍କୁ ଦେବେ।

ଏହି ବିଲ୍‌କୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। କ୍ଷମତାସୀନ କଂଗ୍ରେସକୁ ବିରୋଧୀ ବିଜେପି ହିନ୍ଦୁ ବିରୋଧୀ ବୋଲି କହି ସମାଲୋଚନା କରିଛି। ତେବେ କଂଗ୍ରେସ ବିରୋଧୀ ବିଜେପିର ସବୁ ଅଭିଯୋଗକୁ କାଉଣ୍ଟର କରିଛି। ଏପରି ନିୟମ ନୂଆ ନୁହେଁ। ୨୦୦୧ରୁ ଏହା ପ୍ରଚଳିତ ଅଛି। କେବଳ ସ୍ଲାବରେ ପରିବର୍ତ୍ତନ କରାଯାଇଛି ବୋଲି କଂଗ୍ରେସ କହିଛି।

Advertisment

ବିଜେପିର ରାଜ୍ୟ ସଭାପତି ବିଜୟେନ୍ଦ୍ର ୟେଦ୍ଦ୍ୟୁରପ୍ପା କହିଛନ୍ତି ଯେ ରାଜ୍ୟରେ ନିୟମିତ ହିନ୍ଦୁ ବିରୋଧୀ ନୀତି ପ୍ରଣୟନ କରୁଥିବା କଂଗ୍ରେସ ସରକାର ଏବେ ହିନ୍ଦୁ ମନ୍ଦିରର ରାଜସ୍ୱ ଉପରେ ନଜର ପକାଇଛନ୍ତି। ଏଥିପାଇଁ ସେମାନେ ବିଲ ଦ୍ୱାରା ନିଜ ଖାଲି ପକେଟକୁ ପୂରଣ କରିବାକୁ ଚାହୁଁଛନ୍ତି। କେବଳ ହିନ୍ଦୁ ମନ୍ଦିର କାହିଁକି, ଅନ୍ୟ ଧର୍ମ କ୍ଷେତ୍ରରେ କାହିଁକି ଏମିତି ନିୟମ ଲାଗୁ ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ବିଜେପିର ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତ ମନ୍ତ୍ରୀ ରାମାଲିଙ୍ଗା ରେଡ୍ଡୀ। ସେ କହିଛନ୍ତି, ବିଜେପି କାହିଁକି ଧର୍ମକୁ ନେଇ ସବୁବେଳେ ରାଜନୀତି କରୁଛି? କଂଗ୍ରେସକୁ ହିନ୍ଦୁ ବିରୋଧୀ କହି ବିଜେପି ରାଜନୀତିକ ଫାଇଦା ହାସଲ କରିବାକୁ ଚାହୁଁଛି। ହେଲେ ଆମେ କହିବାକୁ ଚାହୁଁଛୁ ଯେ କଂଗ୍ରେସ ସବୁବେଳେ ମନ୍ଦିର ଓ ହିନ୍ଦୁମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇ ଆସୁଛୁ।

୨୦୦୮ରୁ ୨୦୧୩ ଓ ୨୦୧୯ରୁ ୨୦୨୩ ମଧ୍ୟରେ ବିଜେପି ସରକାର ତା’ର ଦାୟିତ୍ୱରେ ଅବହେଳା କରିଥିଲା କି? ୨୦୦୧ରୁ ଏହି ଆଇନ ଥିବା ବେଳେ ବିଜେପି କାହିଁକି ଆଜି ଯାଏ ଚୁପ ବସିଥିଲା? କର୍ଣ୍ଣାଟକା ଲୋକ ବିଜେପିକୁ ଠିକ ଭାବେ ଚିହ୍ନିଛନ୍ତି। ସେମାନେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ଉଚିତ ଜବାବ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।

Congress Karnataka Siddaramaiah