Advertisment

ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ଟି ମାମଲା

ୱାଏନାଡ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ରାହୁଲ ଗାନ୍ଧୀ।

K Surendran

K Surendran

Advertisment

ୱାଏନାଡ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ କେ ସୁରେନ୍ଦ୍ରନଙ୍କ ନାଁରେ ରହିଛି ୨୪୨ଟି ଅପରାଧିକ ମାମଲା। ନିଜ ସତ୍ୟପାଠରେ ଦେଇଥିବା ତଥ୍ୟରେ ଏହା ଉଲ୍ଲେଖ କରିଛନ୍ତି ସୁରେନ୍ଦ୍ରନ। 

Advertisment

ସୁରେନ୍ଦ୍ରନଙ୍କ ନାଁରେ ଥିବା ମାମଲାକୁ ନେଇ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ କହିଛନ୍ତି, ଏସବୁ ମାମଲା ମଧ୍ୟରୁ ଅଧିକାଂଶ ୨୦୧୮ ସାବରିମାଳା ବିବାଦ ସହ ଜଡିତ। ସେଥିମଧ୍ୟରୁ କେତେକ କୋର୍ଟରେ ବିଚାରଧୀନ ଅଛି। ଏହିସବୁ ମାମଲା ଦଳର କୌଣସି ଧର୍ମଘଟ କିମ୍ବା ବିକ୍ଷୋଭ ପ୍ରଦର୍ଶନ ସମୟର। ସୁରେନ୍ଦ୍ରନ ବିକ୍ଷୋଭରେ ସାମିଲ ହୋଇଥିବା ସମୟରେ ପୁଲିସ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ କରିଛି।  

ସେ ଆହୁରି କହିଛନ୍ତି ଯେ, ସୁରେନ୍ଦ୍ରନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୨୩୭ଟି ମାମଲା ସାବରିମାଳା ବିବାଦ ସହ ଜଡିତ ଥିବାବେଳେ କେରଳର ବିଭିନ୍ନ ଆନ୍ଦୋଳନ ମାମଲାରେ ପାଞ୍ଚଟି ପଞ୍ଜିକୃତ ହୋଇଛି।

Advertisment

ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ସୁପ୍ରିମକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏହାକୁ ବିରୋଧ କରି ରାଜ୍ୟରେ ପ୍ରବଳ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହି ବିକ୍ଷୋଭରେ ପ୍ରମୁଖ ଚେହେରା ଭାବେ ସାମ୍ନାକୁ ଆସିଥିଲେ କେ ସୁରେନ୍ଦ୍ରନ। 

ସୁରେନ୍ଦ୍ରନ ୨୦୧୬ ବିଧାନସଭା ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୧୯ ଉପ-ନିର୍ବାଚନରେ ବି ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ଏହାପରେ ବିଜେପି ତାଙ୍କୁ ୨୦୨୦ରେ କେରଳ ମୁଖ୍ୟ ଭାବରେ ନିଯୁକ୍ତି ଦେଇଥିଲେ। ସେ ତାଙ୍କ ସତ୍ୟପାଠରେ ନିଜ ନାଁରେ ଥିବା ମାମଲା ଉଲ୍ଲେଖ କରିଛନ୍ତି। 

ସେହିଭଳି ବିଜେପିର ଏର୍ନାକୁଲମ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ କେ ଏସ ରାଧାକୃଷ୍ଣନନଙ୍କ ବିରୋଧରେ ପ୍ରାୟ ୨୧୧ ମାମଲା ରହିଛି। ସେ ତାଙ୍କ ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି। କିନ୍ତୁ ଅନ୍ୟ ଦଳର ପ୍ରାର୍ଥୀଙ୍କ ମାମଲାର ବିବରଣୀ ଏପର୍ଯ୍ୟନ୍ତ ଆସିନାହିଁ। ଖବର ଲେଖା ହେବା ସୁଦ୍ଧା ୧୮ ଜଣ ପ୍ରାର୍ଥୀ ନାମାଙ୍କନ ଭରି ସାରିଛନ୍ତି। 

ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଏପ୍ରିଲ ୪ ଏବଂ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୮ ରହିଛି।

K Surendran BJP Candidate Wayanad Election BJP Candidate Against Rahul Gandhi Lok Sabha Polls
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe