Advertisment

ନିର୍ବାଚନ ପୂର୍ବରୁ ଲୋକସଭାରେ ଖାତା ଖୋଲିଲା ବିଜେପି

ବିଜେପି ନେତା ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ଗୁଜରାଟର ସୁରତ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି।

author-image
Hemant Lenka
BJP

BJP

ଲୋକସଭା ନିର୍ବାଚନ ପାଇଁ ଭୋଟ ପଡ଼ିବା ଓ ଗଣତି ପୂର୍ବରୁ ଖାତା ଖୋଲିଛି ବିଜେପି। ଏବ କି ବାର୍‌ ୪୦୦ ପାର୍‌ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପିକୁ ମିଳିଛି ବଡ଼ ସଫଳତା  ବିନା ନିର୍ବାଚନରେ ଆପେଆପେ ସଂସଦକୁ ନିର୍ବାଚିତ ହୋଇଛନ୍ତି ବିଜେପିର ଜଣେ ନେତା।

Advertisment

ବିଜେପି ନେତା ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ଗୁଜରାଟର ସୁରତ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମସ୍ତେ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେବାରୁ ମୁକେଶ ଏକମାତ୍ର ପ୍ରାର୍ଥୀ ଭାବେ ସୁରତ ଆସନକୁ ଜିତି ନେଇଛନ୍ତି।

କଂଗ୍ରେସ ଏଠାରେ ନିଲେଶ କୁମ୍ଭାନିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ନାମାଙ୍କନ ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ରକୁ ଗତକାଲି ରଦ୍ଦ କରି ଦେଇଥିଲେ। ନାମାଙ୍କନ ବେଳେ ତାଙ୍କ ସତ୍ୟପାଠାରେ ୩ ଜଣ ପ୍ରସ୍ତାବକ ଭାବେ ଦସ୍ତଖତ କରିଥିଲେ।

Advertisment

କିନ୍ତୁ ଯାଞ୍ଚ ବେଳେ ସେମାନେ ପ୍ରସ୍ତାବକ ଭାବେ ନିଲେଶଙ୍କ ପ୍ରାର୍ଥିପତ୍ରରେ ଦସ୍ତଖତ କରି ନଥିବା କହିଥିଲେ। ତେଣୁ ଜିଲ୍ଲା ନିର୍ବାଚନ ଅଧିକାରୀ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନକୁ ରଦ୍ଦ କରି ଦେଇଥିଲେ।

ନିଲେଶଙ୍କ ନାମାଙ୍କନ ରଦ୍ଦ ହୋଇଥିବା ବେଳେ ଆଜି ବାକି ଦଳଗୁଡ଼ିକର ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି। ତେଣୁ ବିଜେପିର ମୁକେଶ ବିଜୟୀ ଘୋଷିତ ହୋଇଛନ୍ତି।

ଏହି ଖବର ପ୍ରକାଶ ପାଇବା ମାତ୍ରେ ମୁକେଶଙ୍କୁ ବିଜେପି ରାଜ୍ୟ ସଭାପତି ସିଆର ପାଟିଲ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ସୁରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ପଦ୍ମ ଦେଇଛି।”

କଂଗ୍ରେସ ଓ ଆପ୍‌ ମିଳିତ ଭାବେ ଗୁଜରାଟରେ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ୨୬ଟି ଆସନରୁ ୨ଟିରେ ପ୍ରାର୍ଥୀ ଦେଇଥିବା ବେଳେ ଆପ୍‌ କେବଳ ଭାବନଗର ଓ ଭାରୁଚ ଆସନରେ ପ୍ରାର୍ଥୀ ଦେଇଛି।

ସୁରତରେ ବିଜେପି ଓ କଂଗ୍ରେସ ବ୍ୟତୀତ ବହୁଜନ ସମାଜ ପାର୍ଟି ମଧ୍ୟ ପ୍ରାର୍ଥୀ ଦେଇଥିଲା। ଆଉ କିଛି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

Bjp Gujarat Lok Sabha Election 2024