Advertisment

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନାମାଙ୍କନ ଦାଖଲ କଲେନି ବିଜେପି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଓ ଚାଷୀଙ୍କ ସମସ୍ୟାକୁ ଆଜି ରାଜ୍ୟ ବିଜେପି ନୈତିକ ସମର୍ଥନ ଜଣାଇବା ସହ ପଦ୍ମପୁରରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ଆଜି ନାମାଙ୍କନ ଦାଖଲ ପାଇଁ ପୂର୍ବ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଆଜି ଶ୍ରୀ ପୁରୋହିତ ନିଜର ପ୍ରାର୍ଥୀପତ୍ର ଦାଖଲରୁ ଓହରି ଯାଇଛନ୍ତି। ତେବେ ୧୭ତାରିଖ ପୂର୍ବରୁ ସେ ନାମାଙ୍କନ […]

ଅଦ୍ୟତନ ହୋଇଛି
ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନାମାଙ୍କନ ଦାଖଲ କଲେନି ବିଜେପି ପ୍ରାର୍ଥୀ

padmapur

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଓ ଚାଷୀଙ୍କ ସମସ୍ୟାକୁ ଆଜି ରାଜ୍ୟ ବିଜେପି ନୈତିକ ସମର୍ଥନ ଜଣାଇବା ସହ ପଦ୍ମପୁରରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ଆଜି ନାମାଙ୍କନ ଦାଖଲ ପାଇଁ ପୂର୍ବ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଆଜି ଶ୍ରୀ ପୁରୋହିତ ନିଜର ପ୍ରାର୍ଥୀପତ୍ର ଦାଖଲରୁ ଓହରି ଯାଇଛନ୍ତି। ତେବେ ୧୭ତାରିଖ ପୂର୍ବରୁ ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି ଶ୍ରୀ ପୁରୋହିତ ପଦ୍ମପୁରରେ ଏକ ଶୋଭାଯାତ୍ରା ଓ ଜନସଭାରେ ସାମିଲ ହେବା ପରେ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଗତ ୧ ତାରିଖରୁ ଆନ୍ଦୋଳନରେ ବସିଥିବା ଚାଷୀ ସଂଗଠନକୁ ସମର୍ଥନ ଜଣାଇ ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି।

ଆଜି ପଦ୍ମପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀଙ୍କ ବୀମା ଓ ଇନପୁଟ୍ ସବସିଡି ନମିଳିବା ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଉଭୟ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଓ ଚାଷୀ ଆନ୍ଦୋଳନକୁ ତାଙ୍କ ଦଳ ସମର୍ଥନ କରୁଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ଦଳ ପକ୍ଷରୁ ସମସ୍ତ ବନ୍ଦୋବସ୍ତ ହୋଇଥିଲେ ମଧ୍ୟ ଗତକାଲି ରାତିରେ ଶ୍ରୀ ପୁରୋହିତ ଚାଷୀ ଆନ୍ଦୋଳନ ସମ୍ପର୍କରେ ନିଜର ଉଦବେଗ ପ୍ରକାଶ କରିବାରୁ ଦଳ ତାଙ୍କର ଯୁକ୍ତିକୁ ସମ୍ମାନ ଜଣାଇଛି । ଚାଷୀଙ୍କ ସମସ୍ୟା ସହ ବିଜେପି ରହିଛି ଓ ଆଗାମୀ ଦିନରେ ରହିବ ମଧ୍ୟ । ତେଣୁ ଆଜିର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ୧୭ତାରିଖ ପୂର୍ବରୁ ଶ୍ରୀ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବେ।

Advertisment

ସେହିପରି ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ଆଜିକୁ ୯ ମାସ ହେଲାଣି ସମଗ୍ର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଚାଷୀଭାଇମାନେ ଇନପୁଟ ସବସିଡ୍ ଓ ଫସଲ ବୀମାରେ କ୍ଷତିପୂରଣ ପାଇବା ଦାବିରେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସେହିପରି ପଦ୍ମପୁରକୁ ଏକ ନୂତନ ଜିଲ୍ଲା ଘୋଷଣା ଦାବିରେ ମଧ୍ୟ ସ୍ଥାନୀୟ ଓକିଲ ସଙ୍ଘ ଓ ଅନ୍ୟାନ୍ୟ ସାମାଜିକ ସଙ୍ଗଠନମାନେ ଆନ୍ଦୋଳନ ଚଲାଇ ଆସିଛନ୍ତି । ସେମାନେ ପଦ୍ମପୁର ଉପନିର୍ବାଚନରେ ସାମିଲ ନହେବା ପାଇଁ ଡାକରା ଦେଇଛନ୍ତିି । ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନକାରୀମାନେ ଶ୍ରୀ ପୁରୋହିତଙ୍କୁ ନାମାଙ୍କନ ପତ୍ର ଦାଖଲ ନକରିବା ପାଇଁ ଅନୁରୋଧ କରିଥିଲେ ଯାହାକୁ ସେ ସମ୍ମାନ ଜଣାଇଥିଲେ ଓ ପ୍ରାର୍ଥୀପତ୍ର ଦାଖଲ ନକରି ଫେରି ଆସିଛନ୍ତି।

ପଦ୍ମପୁରରେ ଚାଷୀଙ୍କ ସମସ୍ୟା ଓ ନୂତନ ଜିଲ୍ଲା ଘୋଷଣା ଦାବି ଆନ୍ଦୋଳନ ସହିତ ଶ୍ରୀ ପୁରୋହିତ ବହୁ ଦିନରୁ ଜଡ଼ିତ ଅଛନ୍ତି । ନିଜେ ଶ୍ରୀ ପୁରୋହିତ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପଦ୍ମପୁରକୁ ଏକ ନୂତନ ଜିଲ୍ଲା ଭାବରେ ଘୋଷଣା କରାଯାଉ ବୋଲି ଦାବି କରିଥିଲେ ହେଲେ ରାଜ୍ୟ ସରକାର ସେକଥା ଶୁଣିନଥିଲେ । ସେ ବିଧାନସଭାରେ ୨୦୧୪ରୁ ୨୦୧୯ ମସିହା ଭିତରେ ମଧ୍ୟ ଏନେଇ ବାରମ୍ବାର ଦାବି ଉଠାଇ ଆସିଥିଲେ । ଏହାପରେ ୨୦୧୯ମସିହାରୁ ବିଧାନସଭାରେ ବିଜେଡିର ବିଧାୟକ ଏନେଇ କୌଣସି ଦାବି ରଖିନଥିଲେ । ଚାଷୀଙ୍କ ଇନପୁଟ ସବସିଡ ପାଇବା ପାଇଁ ଚାଲିଥିବା ଆନ୍ଦୋଳନରେ ନିଜେ ପ୍ରଦୀପ ପୁରୋହିତ ପ୍ରଥମ ଦିନରୁ ସାମିଲ ଥିଲେ । ସେହିଭଳି ରାଜ୍ୟ ସରକାର ଓ ବୀମା କମ୍ପାନୀମାନଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ପାଇଁ ଚାଷୀମାନେ ଫସଲ ବୀମା କ୍ଷତିପୂରଣ ପାଉ ନାହାନ୍ତି ଯାହାର ପ୍ରତିବାଦରେ ଚାଷୀମାନେ ଅନେକ ଦିନ ଧରି ଚଲାଇ ଆସିଥିବା ଆନ୍ଦୋଳନ ପ୍ରତି ଶ୍ରୀ ପୁରୋହିତ ସବୁବେଳେ ସମର୍ଥନ ଦେଇଆସିଛନ୍ତି।

Padmapur Byelection
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe