Advertisment

କାମାରେଡ୍ଡୀ ଆସନରେ କଡ଼ା ଟକ୍କର, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଲେ ବିଜେପି ପ୍ରାର୍ଥୀ

ଉଭୟ କେସିଆର ଓ ରେବନ୍ଥ ରେଡ୍ଡୀ ଦୁଇଟି ଲେଖାଏଁ ଆସନରେ ଲଢ଼ୁଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Reddy

Reddy

ତେଲଙ୍ଗାନାରେ କଂଗ୍ରେସ 63ଟି ଆସନରେ ଆଗରେ ରହିଛି। ବିଆରଏସ୍ ତା’ପଛରେ ରହିଛି। ଦଳ 40ଟି ଆସନରେ ଆଗରେ ରହିଛି। ବିଜେପି ମାତ୍ର 8ଟି ଆସନରେ ଆଗରେ ରହିଛି। କିନ୍ତୁ କାମାରେଡ୍ଡୀ ଆସନରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି।

Advertisment

ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)। ସେହିଭଳି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ତେଲଙ୍ଗାନା ପ୍ରଦେଶ କଂଗ୍ରେସର ସଭାପତି ରେବନ୍ଥ ରେଡ୍ଡୀ। ଏହି ଦୁଇ ହେଭିଓ୍ବେଟକୁ ସେହି ଆସନରେ ଟକ୍କର ଦେଉଛନ୍ତି ବିଜେପିର କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ।

ଏହି ଆସନରେ ପ୍ରଥମେ ଆଗରେ ରହିଥିଲେ କଂଗ୍ରେସର ରେବନ୍ଥ ରେଡ୍ଡୀ। ତେବେ ସଦ୍ୟ ସୂଚନା ଅନୁଯାୟୀ ଏଠାରେ ଆଗରେ ରହିଛନ୍ତି ବିଜେପିର 53 ବର୍ଷୀୟ ଭେଙ୍କଟ ରମଣ ରେଡ୍ଡୀ। ସେ 53,261 ଖଣ୍ଡ ଭୋଟ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ 50,169 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ରେବନ୍ଥ ରେଡ୍ଡୀ 48,082 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। କାମାରେଡ୍ଡୀ ମୁଖ୍ୟମନ୍ତ୍ରୀ କେସିଆର ଜନ୍ମଭୂମି ହୋଇଥିଲେ ହେଁ, ସେଠାରେ ତାଙ୍କୁ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଛି।

Advertisment

ଉଭୟ କେସିଆର ଓ ରେବନ୍ଥ ରେଡ୍ଡୀ ଦୁଇଟି ଲେଖାଏଁ ଆସନରେ ଲଢ଼ୁଛନ୍ତି। ସେମାନେ ଅନ୍ୟ ଦୁଇଟି ଆସନରେ ଆଗରେ ଚାଲିଛନ୍ତି।

ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 49 କୋଟି।

Bjp Pradesh Congress Committee Brs Telengana Assembly Election