Advertisment

ସମ୍ବିଧାନ ବଦଳାଇବାର ବୟାନ ଦେଇଥିବା ୬ଥରର ସାଂସଦଙ୍କ ଟିକେଟ କାଟିଲା ବିଜେପି

ବିଜେପି ଏଥର ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବାର ନାରା ଦେଇ ନିର୍ବାଚନ ଲଢ଼ୁଛି। ଏଥିପାଇଁ ଦଳ ବିବାଦୀୟ ବୟାନ ଦେଇଥିବା ବା ଦେଉଥିବା ନେତାଙ୍କ ଟିକେଟ କାଟି ନିଜର ଛବିକୁ ସୁଧାରିବାକୁ ଚେଷ୍ଟା କରୁଛି।

author-image
Hemant Lenka
BJP

BJP

ଯାହା ଆଶଙ୍କା କରାଯାଉଥିଲା, ସେଇଆ ହୋଇଛି। ସମ୍ବିଧାନ ବଦଳାଇବାର ବୟାନ ଦେବା ବିଜେପିର ୬ ଥରର ସାଂସଦ ଅନନ୍ତ ହେଗଡେଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ବୟାନ ପାଇଁ ବିଜେପି ଏହି ବରିଷ୍ଠ ନେତାଙ୍କୁ ଦଳ ଟିକେଟ ଦେଇନାହିଁ।

Advertisment

ସମ୍ବିଧାନ ବଦଳାଇବାକୁ ହେଲେ ବିଜେପିକୁ ୪୦୦ଟି ଆସନରେ ଜିତାଇବାକୁ ପଡ଼ିବ ବୋଲି ହେଗଡେ କହିଥିଲେ। ଏହାକୁ ନେଇ ବେଶ ବିବାଦ ହୋଇଥିଲା। ବିଜେପି ଏହି ବୟାନ ଠାରୁ ନିଜକୁ ଦୂରେଇ ରଖିଥିଲା। ଏବେ ଦଳ ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇ ନାହିଁ।

ଉତ୍ତର କନ୍ନଡ ଲୋକସଭା ଆସନରୁ ଅନନ୍ତ ହେଗଡେ ୨୮ ବର୍ଷ ମଧ୍ୟରେ ୬ଥର ସାଂସଦ ହୋଇଥିଲେ। ଏଥିରେ କ୍ରମାଗତ ୪ଟି ବିଜୟ ମଧ୍ୟ ରହିଛି। ତଥାପି ଦଳ ତାଙ୍କୁ ୨୦୨୪ରେ ଟିକେଟ ଦେବାକୁ ମନା କରି ଦେଇଛି।

Advertisment

ବିଜେପିର ଗଡ଼ ଭାବେ ପରିଚିତ ଉତ୍ତର କନ୍ନଡ ଆସନରେ ଏବେ ଦଳର ଅନ୍ୟତମ ପୁରୁଖା ନେତା ବିଶେଶ୍ୱର ହେଗଡେ କାଗେରିଙ୍କୁ ପ୍ରାର୍ଥୀ କରିଛି। ବିଶେଶ୍ୱର ହେଉଛନ୍ତି ୬ ଥରର ବିଧାୟକ। ସେ ଏକଦା କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ଓ ମନ୍ତ୍ରୀ ଭାବେ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଛନ୍ତି।

ବିଜେପି ଏଥର ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବାର ନାରା ଦେଇ ନିର୍ବାଚନ ଲଢ଼ୁଛି। ଏଥିପାଇଁ ଦଳ ବିବାଦୀୟ ବୟାନ ଦେଇଥିବା ବା ଦେଉଥିବା ନେତାଙ୍କ ଟିକେଟ କାଟି ନିଜର ଛବିକୁ ସୁଧାରିବାକୁ ଚେଷ୍ଟା କରୁଛି।

ଅନନ୍ତ ହେଗଡେଙ୍କ ପୂର୍ବରୁ ପ୍ରଜ୍ଞା ସିଂହ ଠାକୁ, ରମେଶ ବିଧୁରୀ ଓ ପରବେଶ ସାହିବ ସିଂହ ବର୍ମାଙ୍କ ଭଳି ସାଂସଦଙ୍କୁ ଟିକେଟ ଦେଇ ନଥିଲା। ଏମାନେ ୨୦୧୯ରେ ବଡ଼ ବ୍ୟବଧାନରେ ଜିତିଥିଲେ ହେଁ ୨୦୨୪ ନିର୍ବାଚନରେ ସମସ୍ତ ଟିକେଟ ବିଜେପି କାଟି ଦେଇଛି।

ବିଜେପି ସାଂସଦ ହେଗଡେ ନିଜ ଭାଷଣରେ ସମ୍ବିଧାନକୁ ପୁଣି ଲେଖିବାର ଆବଶ୍ୟକ ଥିବା କହିଥିଲେ। ଏଥିପାଇଁ ଲୋକସଭାର ୫୪୩ ଆସନରୁ ବିଜେପିକୁ ଯେମିତି ହେଲେ ୪୦୦ ସିଟ ଦଖଲ କରିବାକୁ ପଡ଼ିବ।

ହିନ୍ଦୁମାନଙ୍କ ସ୍ୱରକୁ ଚାପି ଦେବା ପାଇଁ କଂଗ୍ରେସ ସମ୍ବିଧାନରେ ପରିବର୍ତ୍ତନ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ। ରାଜ୍ୟସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମଧ୍ୟ ବିଜେପି ଦୁଇ ତୃତୀୟାଂଶ ଆସନ ଜିତିଲେ ସମ୍ବିଧାନକୁ ପରିବର୍ତ୍ତନ କରିବା ସମ୍ଭବ ବୋଲି ସେ କହିଥିଲେ।

Bjp Karnataka Lok Sabha Election 2024 Anantkumar Hegde