Advertisment

ମୋଦି ୩.୦କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଫେରିଲେ ବିଜେପି ଅଧ୍ୟକ୍ଷ

୬୩ ବର୍ଷୀୟ ନଡ୍ଡା ୨୦୧୪ରୁ ୨୦୧୯ ଯାଏ ମୋଦିଙ୍କ ପ୍ରଥମ ପାଳିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାମ କରିଥିଲେ।

JP Nadda

JP Nadda

Advertisment

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣି କେନ୍ଦ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ମେଣ୍ଟ ସରକାରରେ ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ରସାୟନିକ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି।

Advertisment

୬୩ ବର୍ଷୀୟ ନଡ୍ଡା ୨୦୧୪ରୁ ୨୦୧୯ ଯାଏ ମୋଦିଙ୍କ ପ୍ରଥମ ପାଳିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାମ କରିଥିଲେ। ୨୦୧୯ ପରଠାରୁ ସେ ଆଉ କେନ୍ଦ୍ରରେ ମନ୍ତ୍ରୀ ହୋଇ ନଥିଲେ। ୨୦୨୦ରୁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛନ୍ତି।

ଏବେ ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାମ କରୁଥିବା ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୩୦ରେ ଶେଷ ହେବ। ତାଙ୍କ ସ୍ଥାନ ହିମାଚଳ ପ୍ରଦେଶର ହମିରପୁରରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ଅନୁରାଗ ଠାକୁର ନେଇ ପାରନ୍ତି। ମୋଦି ୨.୦ରେ ଅନୁରାଗ ମନ୍ତ୍ରୀ ଥିଲେ। ଏଥର ସେ ଜିତି ଥିଲେ ମଧ୍ୟ ମୋଦିଙ୍କ କ୍ୟାବିନେଟରେ ସୁଯୋଗ ପାଇ ନାହାନ୍ତି।

Advertisment

ନଡ୍ଡାଙ୍କ ରାଜନୀତିକ କ୍ୟାରିୟର ଏବିଭିପିରୁ ଆରମ୍ଭ ହୋଇଥିଲା। ୧୯୯୧ରେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୧୨ରେ ରାଜ୍ୟସଭାକୁ ନିର୍ବାଚିତ ହେବା ପୂର୍ବରୁ ହିମାଚଳ ଓ ଜାତୀୟ ରାଜନୀତିରେ ବେଶ ଦବଦବା ସୃଷ୍ଟି କରିଥିଲେ।

୨୦୧୪ରେ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ସହ ନଡ୍ଡା ବିଜେପି ସଂସଦରୟ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ୨୦୧୪ ମୋଦିଙ୍କ ପ୍ରଥମ ପାଳି ସରକାରରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ବେଶ ସଫଳତା ହାସଲ କରିଥିଲେ। ସ୍ୱାସ୍ଥ୍ୟା ମନ୍ତ୍ରଣାଳୟରେ କାମ କରିବାର ଅଭିଜ୍ଞତା ତାଙ୍କର ଥିବାରୁ ମୋଦି ୩.୦ରେ ତାଙ୍କୁ ସମାନ ବିଭାଗ ଦିଆଯାଇଛି।

PM Modi Jp Nadda Modi 3.0
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe