Advertisment

କର୍ମୀଙ୍କୁ କୁକୁର ଖାଇବା ବିସ୍କୁଟ ପରଷିଲେ ରାହୁଲ

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧି କୁକୁରକୁ ଦିଆଯାଇଥିବା ବିସ୍କୁଟକୁ ନିଜ କର୍ମୀମାନଙ୍କୁ ପରଷିଥିବା ବିଜେପି ଅଭିଯୋଗ କରିଛି।

Rahul Gandhi

Rahul Gandhi

Advertisment

କୁକୁର ଖାଇଲାନି ବିସ୍କୁଟ। ସେହି ବିସ୍କୁଟକୁ କର୍ମୀଙ୍କୁ ଖାଇବାକୁ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି। ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧି କୁକୁରକୁ ଦିଆଯାଇଥିବା ବିସ୍କୁଟକୁ ନିଜ କର୍ମୀମାନଙ୍କୁ ପରଷିଥିବା ବିଜେପି ଅଭିଯୋଗ କରିଛି। କେବଳ ସେତିକି ନୁହେଁ ଏହି ଘଟଣା ସହ ଜଡିତ ଏକ ଭିଡିଓକୁ ମଧ୍ୟ ବିଜେପି ପକ୍ଷରୁ ଜାରି କରାଯାଇଛି।

Advertisment

ବିଜେପି ଆଇଟି ସେଲ୍‌ର ମୁଖ୍ୟ ଅମିତ ମାଲବିୟ ଏକ ଭିଡିଓ ଜାରି କରିଛନ୍ତି। ଏହାକୁ ସେୟାର କରି ସେ ଲେଖିଛନ୍ତି, 'କିଛି ଦିନ ପୂର୍ବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳ ବୁଥ ଏଜେଣ୍ଟମାନଙ୍କୁ କୁକୁର ସହ ତୁଳନା କରିଥିଲେ। ଏବେ ରାହୁଲ ଗାନ୍ଧି ନିଜ ଯାତ୍ରା ବେଳେ ଗୋଟିଏ କୁକୁରକୁ ବିସ୍କୁଟ ଖାଇବାକୁ ଦେଉଛନ୍ତି। କୁକୁରଟି ନଖାଇବା ପରେ ଉକ୍ତ ବିସ୍କୁଟ କର୍ମୀମାନଙ୍କୁ ଖାଇବା ପାଇଁ ରାହୁଲ ଦେଇଛନ୍ତି।'

ସେ ଆହୁରି କହିଛନ୍ତି, ଯେଉଁ ଦଳର ଅଧ୍ୟକ୍ଷ ଓ ଯୁବରାଜ ଦଳୀୟ କର୍ମୀମାନଙ୍କ ସହ କୁକୁର ଭଳି ବ୍ୟବହାର କରୁଛନ୍ତି, ସେହି ଦଳ ବିଳୁପ୍ତ ହୋଇଯିବା ସ୍ୱାଭାବିକ।

Advertisment

ବିଜେପି ନେତା ପଲ୍ଲବି ସିଟି ମଧ୍ୟ ଉକ୍ତ ଭିଡିଓକୁ ନେଇ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ ସୋଶାଲ ମିଡିଆର ଏକ ପୋଷ୍ଟରେ ଲେଖିଛନ୍ତି, ଏବେ ରାଜକୁମାର କୁକୁର ଦ୍ୱାରା ପ୍ରତ୍ୟାଖାନ କରାଯାଇଥିବା ବିସ୍କୁଟକୁ ଦଳୀୟ କର୍ମୀଙ୍କୁ ଦେଉଛନ୍ତି। ସେ ଦଳର କର୍ମୀ, ସମର୍ଥକ ଏବଂ ଭୋଟରଙ୍କୁ ଏତେ ସମ୍ମାନ କରନ୍ତି।'

ପାଲ୍ଲାଭି ସି.ଟି ସେହି ଦିନକୁ ମଧ୍ୟ ମନେ ପକାଇଛନ୍ତି ଯେତେବେଳେ କଂଗ୍ରେସରେ ଥିବା ସମୟରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ରାହୁଲ ଗାନ୍ଧି ସେହି ସମାନ ଥାଳିରେ ବିସ୍କୁଟ ପରଷିଥିଲେ ଯେଉଁଥିରେ ତାଙ୍କ ପୋଷା କୁକୁର ଖାଉଥିଲା। ପାଲ୍ଲାଭିଙ୍କଏହି ପୋଷ୍ଟର ଉତ୍ତରରେ ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,  'କେବଳ ରାହୁଲ ଗାନ୍ଧି ନୁହଁନ୍ତି ସମଗ୍ର ଗାନ୍ଧି ପରିବାର ଯେତେ ଚେଷ୍ଟା କଲେ ବି ମୋତେ ସେହି ବିସ୍କୁଟ ଖୁଆଇ ପାରିନଥିଲେ। ମୁଁ ଜଣେ ଗର୍ବିତ ଆସାମୀୟ ଏବଂ ଭାରତୀୟ। ମୁଁ ବିସ୍କୁଟ ଖାଇବାକୁ ମନା କରି କଂଗ୍ରେସରୁ ଇସ୍ତଫା ଦେଇଥିଲି।'

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ଯାତ୍ରା ଜାନୁଆରୀ ୧୪ ମଣିପୁରର ରାଜଧାନୀ ଇମ୍ଫାଲରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଯାତ୍ରା ଝାଡ଼ଖଣ୍ଡରେ ଅଛି। ଆଜି ଏହା ଓଡ଼ିଶାରେ ପ୍ରବେଶ କରିବ। ଆସନ୍ତା କିଛି ଦିନ ମଧ୍ୟରେ ଏହା ଛତିଶଗଡ଼ ଯିବ। ବିଜେପି ନେତାଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଭିଡିଓ ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳର ବୋଲି କୁହାଯାଉଛି। 

Bharat Jodo Nyay Yatra Rahul Gandhi Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe