Advertisment

ପିପିଲି ପାଇଁ ପୁଲିସ ଏସ୍କ‌ର୍ଟରେ ବିଜେଡି ଟଙ୍କା ଯାଉଛି, ଫେରାଦ ହେଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ତାରିଖ ଯେତେ ପାଖେଇ ଆସୁଛି, ପିପିଲିରେ କଳାଟଙ୍କାର ପ୍ରଭାବ ସେତେ ଅଧିକ ହେବାରେ ଲାଗିଛି। ପିପିଲି ନିର୍ବାଚନ ବିପୁଳ ପରିମାଣର କଳାଟଙ୍କାକୁ ବିଜେଡି ବ୍ୟବହାର କରୁଛି ତା’ପୁଣି ପୁଲିସ ଏସକର୍ଟରେ ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ଦଳ ଲିଖିତ ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଘଟଣାର ନିରପେକ୍ଷ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛି। ବିଜେପିର […]

ଅଦ୍ୟତନ ହୋଇଛି
ପିପିଲି ପାଇଁ ପୁଲିସ ଏସ୍କ‌ର୍ଟରେ ବିଜେଡି ଟଙ୍କା ଯାଉଛି, ଫେରାଦ ହେଲା ବିଜେପି

bjp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ତାରିଖ ଯେତେ ପାଖେଇ ଆସୁଛି, ପିପିଲିରେ କଳାଟଙ୍କାର ପ୍ରଭାବ ସେତେ ଅଧିକ ହେବାରେ ଲାଗିଛି। ପିପିଲି ନିର୍ବାଚନ ବିପୁଳ ପରିମାଣର କଳାଟଙ୍କାକୁ ବିଜେଡି ବ୍ୟବହାର କରୁଛି ତା’ପୁଣି ପୁଲିସ ଏସକର୍ଟରେ ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ଦଳ ଲିଖିତ ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଘଟଣାର ନିରପେକ୍ଷ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛି।

Advertisment

ବିଜେପିର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ୪ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି, ପିପିଲି ଉପ ନିର୍ବାଚନକୁ ହାତେଇବା ନିମନ୍ତେ ବିଜେଡି ସମସ୍ତ ପ୍ରକାରର କଳ, ବଳ, ଅର୍ଥ ଓ ଅନୈତିକ କୌଶଳକୁ ବ୍ୟବହାର କରୁଥିବାର ଆଜି ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ଅଭିଯୋଗ କରିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ପିପିଲିରେ ପୁଲିସ ଏସକର୍ଟରେ ଶାସକ ବିଜେଡିର ବିପୁଳ ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଗଣତନ୍ତ୍ର ପ୍ରତି ଏକ ଉପହାସ। ପିପିଲିରେ ଜନମତ ବିଜେପି ଆଡ଼କୁ ଢଳିବା ଦେଖି ଶାସକ ବିଜେଡି ଛାନିଆ ହୋଇପଡ଼ିଛି। ଏବେ କେବଳ ଅର୍ଥ ବଳ ବିଜେଡି ପାଇଁ ଏକମାତ୍ର ମାଧ୍ୟମ ହୋଇ ରହିଯାଇଛି।

Advertisment

ନିର୍ବାଚନରେ ବିଜେଡି ବିପୁଳ ଅର୍ଥ ଖର୍ଚ୍ଚ କରି ଭୋଟ ହାତେଇବାର ଏକ ଉଦାହରଣ ଆଜି ସମସ୍ତଙ୍କୁ ଆଚମ୍ବିତ କରିବା ସହ ତାଙ୍କର ମିଛ ବାହାଷ୍ପୋଟ ଆଜି ୪.୫ କୋଟି ଓଡ଼ିଆଙ୍କ ସମ୍ମୁଖରେ ପଦାରେ ପଡିଛି। ସରକାରୀ କଳ ଓ ପୋଲିସ ପ୍ରଶାସନକୁ ଅପବ୍ୟବହାର କରି ନିର୍ବାଚନ ଜିତିବା ବିଜେଡିର ଅଭ୍ୟାସରେ ପରିଣତ ହୋଇଛି। କେବଳ ଅର୍ଥ ବଳ ବିଜେଡି ପାଇଁ ଏକମାତ୍ର ମାଧ୍ୟମ ହୋଇ ରହିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି।

ବିଜେପି ଅଭିଯୋଗ କରିଛି ଯେ, ଆଜି ପିପିଲି ନିର୍ବାଚନମଣ୍ଡଳୀ ହାଟସାହି ଅନ୍ତର୍ଗତ ବାଜପେୟୀ ଛକଠାରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଗାଡ଼ିରେ ଥିବା କଳା ବ୍ୟାଗରେ ବିପୁଳ ଟଙ୍କା ସହ ଶାସକ ବିଜେଡିର ଦଳୀୟ ପ୍ରଚାର ସାମଗ୍ରୀ,ଶଙ୍ଖ ଚିହ୍ନ ଥିବା ଟୋପି ଓ ଉତ୍ତରୀୟ ଆଦି ଅନ୍ୟ ଏକ ଗାଡ଼ିକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଗାଡ଼ିରେ ଶାସକ ଦଳ ଲୋକ ଏବଂ ସେମାନଙ୍କ ସହ କିଛି କର୍ମୀ ଥିଲେ। ଦୁର୍ଘଟଣା ପରେ ପୁଲିସର ଉପସ୍ଥିତି ଓ ସହାୟତାରେ ବିଜେଡି କର୍ମୀମାନେ ଦୁର୍ଘଟଣା ହୋଇଥିବା ଗାଡ଼ିରୁ ଅନ୍ୟ ଏକ ଗାଡ଼ିକୁ ସେହି ଟଙ୍କା ଭର୍ତ୍ତି ବ୍ୟାଗ ଓ ଅନ୍ୟାନ୍ୟ ସାମଗ୍ରୀକୁ ଟ୍ରାନ୍ସଫର କରିଥିଲେ। ପୁଲିସ ଏସକର୍ଟରେ ଶାସକ ବିଜେଡିର ବିପୁଳ ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଫଟୋ ଓ ନମ୍ବର, ପର୍ଯ୍ୟାପ୍ତ ପରିମାଣ ଅର୍ଥ ଥିବା କଳା ରଙ୍ଗର ବ୍ୟାଗର ଫଟୋ ସହ ଦଳୀୟ ପ୍ରଚାର ପାଇଁ ବ୍ୟବହୃତ ପ୍ରଚାର ସାମଗ୍ରୀର ଫଟୋ ଆଦି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାଖଲ କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି, ସୋନାଲୀ ସାହୁ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨ଦିନ ପୂର୍ବରୁ ପିପିଲି ଟୋଲଗେଟ୍ ନିକଟରୁ ଏକ ବାଇକରୁ ୫୦ଲକ୍ଷ ଟଙ୍କା ଜବତ ହୋଇଥିଲା ଓ ଏହି ଟଙ୍କା ବିଜେପିର ବୋଲି ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe