Advertisment

5T ଟି’ସାର୍ଟ ପିନ୍ଧା ଯୁବକଙ୍କ ଉତ୍ପାତକୁ ନେଇ ତେଜିଲା ରାଜନୀତି, ଘେରିଲେ ବିଜେପି, କଂଗ୍ରେସ

ଗତକାଲି 5T ସଚିବଙ୍କ ଯାଜପୁର ଗସ୍ତ ବେଳେ ଆକ୍ସନ ମୁଡରେ ବିଜେଡିର ଗୁଣ୍ଡା ବାହିନୀଙ୍କୁ ଦେଖିବାକୁ ମିଳିଥିଲା। ସେମାନେ ହାତରେ ଠେଙ୍ଗା ଧରି ଲୋକଙ୍କ ପ୍ରତିବାଦର ସ୍ୱର ଚାପି ଦେବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବାକୁ ବି ପଛାଇ ନ ଥିଲେ।

ଅଦ୍ୟତନ ହୋଇଛି
Tension

Tension

Advertisment

ଗତକାଲି ପାଣ୍ଡିଆନଙ୍କ ସଭା ଜଗିଥିଲେ ଧଳା ପୋଷାକଧାରୀ। ଡ୍ରେସରେ ଲେଖାଯାଇଥିଲା  5T। ହାତରେ ଠେଙ୍ଗା ଦରି ଆତଙ୍କରାଜ ଚଳାଇଥିଲେ ବିଜେଡିର ଗୁଣ୍ଡାବାହିନୀ । ଏହାକୁ ନେଇ ତେଜିଲା ରାଜନୀତି। 

Advertisment

ଗତକାଲି 5T ସଚିବଙ୍କ ଯାଜପୁର ଗସ୍ତ ବେଳେ ଆକ୍ସନ ମୁଡରେ ବିଜେଡିର ଗୁଣ୍ଡା ବାହିନୀଙ୍କୁ ଦେଖିବାକୁ ମିଳିଥିଲା। ସେମାନେ ହାତରେ ଠେଙ୍ଗା ଧରି ଲୋକଙ୍କ ପ୍ରତିବାଦର ସ୍ୱର ଚାପି ଦେବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବାକୁ ବି ପଛାଇ ନ ଥିଲେ। ପୁଲିସ୍‌ ଉପସ୍ଥିତିରେ ଏପରି ଅରାଜକତା ଘଟି ଚାଲିଥିବା ବେଳେ ପୁଲିସ୍‌ ପାଲଟି ଯାଇଥିଲା ନିଦା ବିଷ୍ଣୁ। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି।

ଗତକାଲି ଯାଜପୁର ଗସ୍ତ ବେଳେ ପାଣ୍ଡିଆନଙ୍କୁ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ 5T ବାହିନୀ ଆକ୍ରମଣ କରିବା ଘଟଣାକୁ କଠୋର ଭାବେ ନିନ୍ଦା କରିଛି ବିଜେପି । ସମସ୍ତ ପ୍ରତିବାଦକୁ ଚାପି ଦେବା ପାଇଁ ଭୟ ସୃଷ୍ଟି କରାଯାଉଛି। ପୁଲିସ ଉପସ୍ଥିତିରେ 5T ଟି-ସାର୍ଟ ପିନ୍ଧା ଗୁଣ୍ଡାମାନେ ଠେଙ୍ଗା ଧରି ଗୁଣ୍ଡାଗର୍ଦ୍ଦି କଲେ। ସମ୍ବିଧାନରେ ଅହିଂସା ଶବ୍ଦକୁ ସ୍ଥାନିତ କରାଯାଉ ବୋଲି ଦାବି କରୁଥିବା ଦଳର ଚିତ୍ର ଚରିତ୍ର ସାରା ଓଡ଼ିଶା ଦେଖୁଛି ବୋଲି ଦଳ କହିଛି।

Advertisment

ବିଜେପିର ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ କହିଛନ୍ତି, ବିଜେଡିର ଗୁଣ୍ଡାବାହିନୀ ଏପରି କାମ କରୁଛନ୍ତି। ଲୋକଙ୍କ ପ୍ରତିବାଦର ସ୍ୱର ଚାପି ଦେବାକୁ ଏପରି ଘୃଣ୍ୟ କାମ କରାଯାଉଛି। ପୁଲିସ୍‌ ଉପସ୍ଥିତିରେ ବିଜେଡିର ଗୁଣ୍ଡାବାହିନୀ ଠେଙ୍ଗା ଧରି ଏପରି କାମ କଲେ। ତାଙ୍କ ଚିତ୍ର ଚରିତ୍ର ସମଗ୍ର ଓଡ଼ିଶା ଦେଖିଛି।

ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ବିଜେଡି ଉପରେ ବର୍ଷି ବିଜୟ ପଟ୍ଟନାୟକ କହିଛନ୍ତି, 5T ଲେଖା ଥିବା ଟି’ସାର୍ଟ ପିନ୍ଧି ଯେଉଁପରି କିଛି ଲୋକ ହାତରେ ବାଡ଼ି ଧରି ବୁଲୁଛନ୍ତି, ସେମାନଙ୍କୁ ଦେଖି ବ୍ୟସ୍ତବିବ୍ରତ ଲାଗୁଛି। ଓଡ଼ିଆଙ୍କ ହାତରୁ ଚାକିରିଠୁ ଆରମ୍ଭ କରି ଠିକାଦାରୀ, ଟ୍ରାନ୍ସପୋର୍ଟ ସବୁ ଛଡ଼ାଇ ନେଲେ। ଏବେ ଓଡ଼ିଆଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି। ଏହାକୁ କେବେ ବି ବରଦାସ୍ତ କରିବୁନି । ଏହାକୁ ଦୃଢତାର ସହ ପ୍ରତିବାଦ କରିବୁ ।

ହେଲେ ବିଜେଡି ବିଧାୟକ ଭୂପିନ୍ଦର ସିଂହ ଉଭୟ କଂଗ୍ରେସ ଓ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ପାଲଟା ଜବାବ ଦେବାକୁ ଯାଇ କହିଛନ୍ତି, ଅଭିଯୋଗର ଶୁଣାଣି ପାଇଁ 5T ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ଅନ୍ୟ ଦଳମାନଙ୍କୁ କାହିଁକି ସମସ୍ୟା ହେଉଛି। ସେମାନେ ବି ସେଠାକୁ ଯାଇ ନିଜ ସମସ୍ୟା ଜଣାଇ ପାରିବେ।

ଗତକାଲି 5T ସଚିବଙ୍କର ଯାଜପୁର ଜିଲ୍ଲାର ବ୍ୟାସନଗର ଚାନ୍ଦମା ଖେଳପଡ଼ିଆରେ କାର୍ଯ୍ୟକ୍ରମ ରହିଥିଲା। ଚାନ୍ଦମା ଖେଳପଡ଼ିଆରେ 5T ସଚିବଙ୍କ ସଭା ଚାଲିଥିବା ବେଳେ ଯୁବ କଂଗ୍ରେସ କର୍ମୀମାନେ ପାଣ୍ଡିଆନ ବିରୋଧୀ ନାରା ଦେଇ ହାତରେ ପ୍ଲା କାର୍ଡ କରି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇକୁ ଚେଷ୍ଟା କରିଥିଲା।

କେବଳ ପୁଲିସ୍ ନୁହେଁ, 5T ଲେଖାଥିବା ଧଳା ପୋଷାକ ପିନ୍ଧି କିଛି ଯୁବକ ମଧ୍ୟ ଠେଙ୍ଗା ଧରି କଂଗ୍ରେସ କର୍ମୀଙ୍କୁ ଧମକାଇବା ସହ ଭୟଭୀତ କରାଉଥିଲେ। ଏପରିକି ସେମାନେ ବିକ୍ଷୋଭ କରୁଥିବା ଲୋକଙ୍କୁ ଆକ୍ରମଣ କରିବାକୁ ପଛାଉ ନ ଥିଲେ। କେତେକ ଯୁବକଙ୍କ ମୁହଁରେ ଧଳା କପଡ଼ା ବନ୍ଧା ଯାଇଥିବା ବେଳେ ଆଉ କେତେ ଜଣ ମାକ୍ସ ଲଗାଇଥିଲେ। ତେବେ ଏହି ଯୁବକମାନେ କିଏ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସେମାନେ ବିଜେଡିର ଗୁଣ୍ଡାବାହିନୀ ବୋଲି ଚର୍ଚ୍ଚା ଜୋର ଧରିଛି।

BjD Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe