Advertisment

'ବିଜେପି ନୁହେଁ, କଂଗ୍ରେସ ଶାସିତ ରାଜ୍ୟରେ ନିବେଶ କରୁଥିଲେ ଆଦାନୀ'

ଗୌତମ ଆଦାନୀ ଲାଞ୍ଚ ମାମଲାରେ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆମେରିକା କୋର୍ଟଙ୍କ ଅଭିଯୋଗରେ ଦର୍ଶାଯାଇଥିବା ୪ଟି ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ରାଜ୍ୟରେ ବିଜେପି ସରକାର ନଥିଲା।

Sambit Patra (File Photo)

Sambit Patra (File Photo)

Advertisment

ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀ ଏବଂ ତାଙ୍କ ଗ୍ରୁପର ଅନ୍ୟ ସଦସ୍ୟଙ୍କ ବିରୋଧରେ ଆମେରିକାର ଏକ କୋର୍ଟ ୱାରେଣ୍ଟ ଜାରି କରିବା ପରେ ଦେଶରେ ରାଜନୀତି ତେଜିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମାମଲାରେ ଆଦାନୀ ଗିରଫ ହେବା ଉଚିତ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ତାଙ୍କୁ ବଞ୍ଚାଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

Advertisment

ଆମେରିକା କୋର୍ଟଙ୍କ ଅଭିଯୋଗରେ ଦର୍ଶାଯାଇଥିବା ୪ଟି ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ରାଜ୍ୟରେ ବି ବିଜେପି ସରକାର ନଥିଲା। ଯେଉଁ ରାଜ୍ୟରେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ଶାସନରେ ଥିଲେ, ସେହି ରାଜ୍ୟରେ ଗୌତମ ଆଦାନୀ ନିବେଶ କରୁଥିଲେ। ଯଦି ଆଦାନୀ ଭ୍ରଷ୍ଟ ଥିଲେ, ତେବେ କ'ଣ ପାଇଁ କଂଗ୍ରେସ ଓ ଏହାର ସହଯୋଗୀ ଦଳର ସରକାର ଆଦାନୀଙ୍କ ସହଯୋଗ ନେଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର।

ଓଡ଼ିଶା ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ରହିଛି। ସେହି ସମୟରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରର ଶାସନ ଚାଲିଥିଲା। ଆମେରିକାର ଅଭିଯୋଗରେ ନାମିତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁରେ କଂଗ୍ରେସର ସହଯୋଗୀ ଡିଏମକେ ସରକାର, ଛତିଶଗଡ଼ରେ କଂଗ୍ରେସ ସରକାର, ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି ଏବଂ ଜମ୍ମୁ-କଶ୍ମୀର କେନ୍ଦ୍ରୀୟ ଶାସନ ଅଧୀନରେ ଥିଲା।

Advertisment

ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ କହୁଛନ୍ତି ଆଦାନୀଙ୍କ ପଛରେ ପ୍ରଧାନମନ୍ତ୍ରୀ ମୋଦି ରହିଛନ୍ତି। ତେବେ ଭୂପେଶ ବଘେଲ ସରକାର ସମୟରେ ଛତିଶଗଡ଼ରେ ଆଦାନୀ ଗ୍ରୁପ ୨୫ ହଜାର କୋଟି ଟଙ୍କା କାହିଁକି ନିବେଶ କରିଥିଲା? ରାଜସ୍ଥାନରେ ଅଶୋକ ଗେହଲୋଟଙ୍କ ସରକାର ସମୟରେ ଆଦାନୀ ଗ୍ରୁପ ୬୫ ହଜାର କୋଟି କାହିଁକି ନିବେଶ କରିଥିଲା? କର୍ଣ୍ଣାଟକରେ କଂଗ୍ରେସ ସରକାର ୧ ଲକ୍ଷ କୋଟି ନିବେଶର ପ୍ରତିଶ୍ରୁତି ଦେଇଥିଲା। ଆମେ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛୁ, ଏହି ସବୁ ମାମଲା ନେଇ ଆପଣ କୋର୍ଟ ଯାଆନ୍ତୁ।

Bjp Congress Gautam Adani Rahul Gandhi Sambit Patra Adani Bribe Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe