Advertisment

ତୃଣମୂଳ ବିରୋଧରେ ହାତ ମିଳେଇଲେ ବାମପନ୍ଥୀ-ଦକ୍ଷିଣପନ୍ଥୀ

ଦୁଇ ପରସ୍ପର ବିରୋଧୀ ରାଜନୀତିକ ଦଳ ହେଉଛନ୍ତି ବିଜେପି ଓ ସିପିଏମ୍। ବିଜେପି ଦକ୍ଷିଣପନ୍ଥୀ, ସିପିଏମ ବାମପନ୍ଥୀ। କିନ୍ତୁ ପଶ୍ଚିମ ବଙ୍ଗରେ ଗ୍ରାମ ପଞ୍ଚାୟତ ବୋର୍ଡ ଗଠନ ପାଇଁ ଏହି ଦୁଇ ବିପକ୍ଷ ଦଳ ଏକାଠି ହୋଇ ତୃଣମୂଳ କଂଗ୍ରେସକୁ ହରାଇଛନ୍ତି।

ଅଦ୍ୟତନ ହୋଇଛି
File Photo

File Photo

Advertisment

ଦଳର ସମସ୍ତ ଆଦର୍ଶ, ନୀତି ନୈତିକତାକୁ ସମାଧି ଦେଇଛନ୍ତି ବିଜେପି ଓ ସିପିଏମ୍। ଗ୍ରାମ ପଞ୍ଚାୟତ ବୋର୍ଡ ଗଠନ ପାଇଁ ଏହି ଦୁଇ ବିପକ୍ଷ ଦଳ ଏକାଠି ହୋଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସକୁ ହରାଇଛନ୍ତି। ବିଜେପି ଓ ସିପିଏମ୍ ଏକାଠି ହୋଇ ପଶ୍ଚିମବଙ୍ଗରେ ଅତି କମରେ ତିନିଟି ଗ୍ରାମ ପଞ୍ଚାୟତରେ ବୋର୍ଡ ଗଠନ କରିଛନ୍ତି।

Advertisment

ବୁଧବାର ପୂର୍ବ ମେଦିନାପୁର ଜିଲ୍ଲାର ମହିଷାଦାଲରେ ମିଳିତ ଭାବେ ବିଜେପି ଓ ସିପିଏମ୍ ଗ୍ରାମ ପଞ୍ଚାୟତ ବୋର୍ଡ ଗଠନ କରିଛନ୍ତି। ଏଠାରେ ମୋଟ ୧୮ ଆସନରୁ ସିପିଏମ୍ ଦୁଇଟି ଜିତିଥିବା ବେଳେ ବିଜେପି ଏବଂ ଟିଏମସି ପ୍ରତ୍ୟେକ ଆଠଟି ସିଟ୍ ଜିତିଛନ୍ତି। ବିଜେପିର ଶୁଭ୍ରା ପଣ୍ଡା ଏବଂ ସିପିଏମ୍‌ର ପରେଶ ପାଣିଗ୍ରାହୀ ଯଥାକ୍ରମେ ବୋର୍ଡର ପ୍ରଧାନ ଓ ଉପ-ପ୍ରଧାନ ନିର୍ବାଚିତ ହୋଇଛନ୍ତି। ପଞ୍ଚାୟତ ବୋର୍ଡ ଗଠନକୁ ନେଇ ଅମୃତବେରିଆରେ ସକାଳେ ଉତ୍ତେଜନା ଦେଖା ଦେଇଥିଲା। ଟିଏମସିର ମହିଷାଦାଲ ବିଧାୟକ ତିଲକ କୁମାର ଚକ୍ରବର୍ତ୍ତୀ ସିପିଏମ୍‌କୁ ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିକୁ ମୌନ ସମର୍ଥନ କରିଥିବା ଅଭିଯୋଗ କରିଥିଲେ।

ତେବେ ବିଜେପି ଏବଂ ସିପିଏମ୍ ଏନେଇ କୌଣସି ଆଲୋଚନା କରାଯିବ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି। ଏଥିସହ ଏହି ନିଷ୍ପତ୍ତି ସ୍ଥାନୀୟ ଜନସାଧାରଣଙ୍କ ଇଚ୍ଛା ମୁତାବକ ନିଆଯାଇଛି ବୋଲି କହିଛନ୍ତି। ସିପିଏମ୍ ପଞ୍ଚାୟତ ସଦସ୍ୟ ବୁଲୁ ପ୍ରସାଦ ଜାନା କହିଛନ୍ତି, "ବିରୋଧୀଙ୍କ ଇଣ୍ଡିଆ ଆଲାଏନ୍ସ ଜାତୀୟ ସ୍ତରରେ ଦଳର ଏକ ନିଷ୍ପତ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କ ଭାବନାକୁ ସମ୍ମାନ ଦେବା ପାଇଁ ମୁଁ ବିଜେପି ନେତୃତ୍ୱାଧୀନ ପଞ୍ଚାୟତ ବୋର୍ଡକୁ ସମର୍ଥନ କରିଛି।"

Advertisment

ବିଜେପି ମୁଖପାତ୍ର ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ରାଜନୈତିକ କ୍ଷେତ୍ରରେ ସ୍ଥାନୀୟ, ରାଜ୍ୟ ଏବଂ ଜାତୀୟ ସ୍ତରର ଭୂମିକା ଭିନ୍ନ ଥାଏ।

Bjp TMC CPM West Bengal Panchayat Board
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe