Advertisment

ଲୋକସଭା ଆସନ ପୋଛିନେଲା ପଦ୍ମ; ଖାତା ଖୋଲିପାରିଲାନି ବିଜେଡି

କଂଗ୍ରେସ ଖାତାକୁ କେବଳ କୋରାପୁଟ ଲୋକସଭା ଆସନ ଯାଇଥିବା ବେଳେ ବିଜେଡି ଖାତା ପୂରା ଶୂନ।

ଅଦ୍ୟତନ ହୋଇଛି
undefined

Naveen Pattanayak

Advertisment

ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ସିଟ୍ ଏକାକୀ ଜିତିଛି ବିଜେପି। କଂଗ୍ରେସ ଖାତାକୁ ଯାଇଛି କେବଳ କୋରାପୁଟ ଆସନ। ବିଜେଡି ଖାତା ପୂରା ଶୂନ।

Advertisment

କେନ୍ଦ୍ରାପଡ଼ାରେ ବଡ଼ ବିଜୟ ହାସଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ମୋଟ ୬ ଲକ୍ଷ ୧୫ ହଜାର ୭୦୫ ଭୋଟ୍ ପାଇଛନ୍ତି ବୈଜୟନ୍ତ। ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, କଳାହାଣ୍ଡିରେ ମାଳବିକା ଦେଓ, ନବରଙ୍ଗପୁରରେ ବଳଭଦ୍ର ମାଝୀ, ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ, ଆସ୍କାରେ ଅନୀତା ଶୁଭଦର୍ଶିନୀ, ବଲାଙ୍ଗିରରେ ସଙ୍ଗୀତା କୁମାରୀ ସିଂଦେଓ, ବରଗଡ଼ରେ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରେ ଜୁଏଲ ଓରାମ, କନ୍ଧମାଳରେ ସୁକାନ୍ତ ପାଣିଗ୍ରାହୀ, କେନ୍ଦୁଝରରେ ଅନନ୍ତ ନାୟକ, ଢେଙ୍କାନାଳରେ ରୁଦ୍ରନାରାୟଣ ପାଣି, କଟକରେ ଭର୍ତ୍ତୃହରି ମହତାବ, ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଯାଜପୁରରେ ରବୀନ୍ଦ୍ର ନାରାୟଣ ବେହେରା, ଜଗତସିଂହପୁରରେ ବିଭୁପ୍ରସାଦ ତରାଇ ଓ ମୟୂରଭଞ୍ଜରେ ନବଚରଣ ମାଝୀ ବିଜୟୀ ହୋଇଛନ୍ତି। କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ସପ୍ତଗିରି ଉଲ୍ଲାକା।

ଲୋକସଭା ନିର୍ବାଚନରେ ପରାଜିତ ହୋଇଛନ୍ତି ବିଜେଡିର ବହୁ ବଡ଼ ଚେହେରା। ପ୍ରଣବ ପ୍ରକାଶ ଦାସ, ଅଚ୍ୟୁତ ସାମନ୍ତ, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର, ସଂତୃପ୍ତ ମିଶ୍ର, ଭୃଗୁ ବକ୍ସିପାତ୍ର ପ୍ରମୁଖ ପରାଜୟର ସାମ୍ନା କରିଛନ୍ତି।

Advertisment
BjD Odisha Assembly Elections 2024 Election Results 2024 General Election State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe