Advertisment

ରାଜ୍ୟରେ ଅସମ୍ବିଧାନିକ ଶାସନ ଚାଲିଛି, ସମ୍ବିଧାନର କପି ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ: ବିଜେପି

ମୁଖ୍ୟମନ୍ତ୍ରୀଙ୍କର ଏତେ ଅଣଓଡ଼ିଆ ଅଫିସର ପ୍ରେମ କାହିଁକି? ମୁଖ୍ୟମନ୍ତ୍ରୀ ରାଜ୍ୟର ନିର୍ବାଚିତ ଓଡ଼ିଆ ଲୋକ, ଓଡ଼ିଆ ଅଫିସରମାନଙ୍କୁ ଘୃଣା କରୁଛନ୍ତି ?

author-image
Ordigital Desk
BJP

BJP

ଓଡ଼ିଶାରେ ଅସମ୍ବିଧାନିକ ଶାସନ ଚାଲିଛି । ଏଠି ଗଣତନ୍ତ୍ର ଏବେ ବାବୁତନ୍ତ୍ରରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଓଡ଼ିଶାରେ ସମ୍ବିଧାନର ଓଲଟା ବ୍ୟବସ୍ଥା ଚାଲିଛି । ତେଣୁ ସମ୍ବିଧାନର ମୂଳ ଭାବନା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମ୍ବିଧାନର ଏକ କପି ଖୁବଶୀଘ୍ର ବିଜେପି ପଠାଇବ ବୋଲି ସୂଚନା ଦେଇଛି ।

Advertisment

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ, ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସାରା ରାଜ୍ୟ ବୁଲୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଏ ଆସିଛନ୍ତିି ସମୀକ୍ଷା କରିବା ପାଇଁ, ସବୁଆଡ଼େ ଜନଶୁଣାଣି ବି କରୁଛନ୍ତିି ବୋଲି  ସବୁଠି କହି ବୁଲୁଛନ୍ତିି । କିନ୍ତୁ ସୂଚନା ଅଧିକାର ଆଇନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ରାଜ୍ୟସାରା ବୁଲି ଜନଶୁଣାଣି ବା ସମୀକ୍ଷା କରିବା ପାଇଁ ସେପରି କିଛି ଅଧିକାର ବା ଅନୁମତି ଦେଇନାହାନ୍ତିି । ତା’ହେଲେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନା ତାଙ୍କ ସଚିବ, କିଏ ସତ କହୁଛି  ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । 

ସତରେ କଣ ସେହି ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କର ବିନା ଅନୁମତିରେ, ଅଜାଣତରେ ତାଙ୍କର କ୍ଷମତା ପରିସର ବାହାରକୁ ଯାଇ ଏପରି ସମୀକ୍ଷା ବା ଜନଶୁଣାଣି କରୁଛନ୍ତିି କି ନା ମୁଖ୍ୟମନ୍ତ୍ରୀ ସବୁ ଜାଣିକି ଚୁପଚାପ ରହୁଛନ୍ତି ତାହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ କେତେ ଥର ନିଜେ ହେଲିକପ୍ଟର ବ୍ୟବହାର କରିଛନ୍ତିି ବୋଲି ପଚରା ଯାଇଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉତ୍ତର ଦେଉଛି ଯେ, ୨୦୧୯ ମସିହାରୁ ୨୦୨୩ ମସିହା ମଧ୍ୟରେ ସେ ଆଦୌ ହେଲିକପ୍ଟରରେ ଗସ୍ତ କରିନାହାନ୍ତିି । ଏବେ ବ୍ୟକ୍ତିଗତ ସହାୟକ ଯୁଆଡ଼େ ଯାଉଛନ୍ତିି ସବୁ ସ୍ଥାନକୁ ହେଲିକପ୍ଟର ନେଇକି ଯାଉଛନ୍ତି । କିନ୍ତୁ ସରକାରଙ୍କ ପାଖରେ ଏହାର ଖବର କିପରି ନାହିଁ । ସେ କ’ଣ ଘରୋଇ ହେଲିକପ୍ଟର ବ୍ୟବହାର କରୁଛନ୍ତିି କି ? ଯଦି କରୁଛନ୍ତିି ତା’ହେଲେ ସେ ହେଲିକପ୍ଟର ଭଡ଼ା କିଏ ବହନ କରୁଛି ବୋଲି ବିଜେପି ପ୍ରଶ୍ନ କରିଛି ।

Advertisment

ଦେଶର ସମ୍ବିଧାନରେ ପୁରା ଶାସନ ବ୍ୟବସ୍ଥାକୁ ସ୍ପଷ୍ଟ ଭାବରେ ରେଖାଙ୍କିତ କରାଯାଇଛି । ଲୋକମାନଙ୍କ ପାଖରେ ନିର୍ବାଚିତ ଜନପ୍ରତିନିଧିମାନେ ଉତ୍ତରଦାୟୀ । ନିର୍ବାଚିତ ଜନପ୍ରତିନିଧିମାନଙ୍କ ପାଖରେ କାର୍ଯ୍ୟପାଳିକା ଅର୍ଥ ବ୍ୟୁରୋକ୍ରାଟମାନେ ଉତରଦାୟୀ । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଓଡ଼ିଶାରେ ଓଲଟା ବ୍ୟବସ୍ଥା ଚାଲିଛି । ଏଠି ନିର୍ବାଚିତ ଜନପ୍ରତିନିଧିମାନେ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଉଠବସ ହେଉଛନ୍ତିି । ବାବା ସାହେବ ଆମ୍ବେଦକରଙ୍କର ସମ୍ବିଧାନର ପରିକଳ୍ପନା ପଛରେ ଯେଉଁ ଭାବନା ଥିଲା ମୁଖ୍ୟମନ୍ତ୍ରୀ ତାକୁ କୁଠାରଘାତ କରୁଛନ୍ତିି । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନର ମୂଳ ଭାବନା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମ୍ବିଧାନର ଏକ କପି ପଠାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତିି ।

ମୁଖ୍ୟମନ୍ତ୍ରୀଙ୍କର ଏତେ ଅଣଓଡ଼ିଆ ଅଫିସର ପ୍ରେମ କାହିଁକି? ମୁଖ୍ୟମନ୍ତ୍ରୀ ରାଜ୍ୟର ନିର୍ବାଚିତ ଓଡ଼ିଆ ଲୋକ, ଓଡ଼ିଆ ଅଫିସରମାନଙ୍କୁ ଘୃଣା କରୁଛନ୍ତି ? ଆଜି ଦେଶର ରାଷ୍ଟ୍ରପତି ଜଣେ ଓଡ଼ିଆ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଓଡ଼ିଆ, ପ୍ରଧାନମନ୍ତ୍ରୀଙ୍କ ପ୍ରିନସପାଲ ସେକ୍ରେଟାରୀ ଜଣେ ଓଡ଼ିଆ, ଦେଶର ସିଏଜି ଜଣେ ଓଡ଼ିଆ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଜଣେ ଓଡ଼ିଆ । ଆମେ ଓଡ଼ିଆ ଲୋକ ଆମର ଯୋଗ୍ୟତା, ସାଧୁତା, ପରିଶ୍ରମ ପାଇଁ ସାରା ବିଶ୍ୱରେ ସମ୍ମାନିତ ହେଉଥିବାବେଳେ ନିଜ ରାଜ୍ୟରେ ଓଡ଼ିଆ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ହତାଦର କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତିି ।

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ, ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

BjD Bjp State Bjp Naveen Patnaik Bjd Leader Vk Pandian