Advertisment

ଗାଁ ଦାଣ୍ଡରେ ମହିଳାଙ୍କୁ ଟଣାଓଟରା ଓ ମାରପିଟ୍‌; ବିବାଦ ଭିତରକୁ ପ୍ରମିଳାଙ୍କୁ ଟାଣିଲା ବିଜେପି

ଭାଇରାଲ୍‌ ହେଉଥିବା ଭିଡିଓରେ ଥିବା ମହିଳା ଜଣକ ହେଉଛନ୍ତି ଦଶରଥପୁର ଥାନା ରାହାସୋଇ ଗାଁର ଲଳିତା ପତି। ଗାଁ ଦାଣ୍ଡରେ ତାଙ୍କୁ କିଛି ବ୍ୟକ୍ତି ସଂଘ ବଦ୍ଧ ଭାବେ ଆକ୍ରମଣ କରୁଛନ୍ତି। ତାଙ୍କୁ ଟଣାଓଟରା ଓ ଠେଲାପେଲା କରୁଛନ୍ତି।

ଅଦ୍ୟତନ ହୋଇଛି
Jajpur

Jajpur

Advertisment

ଗାଁ ଦାଣ୍ଡରେ ଗାଁର ବୋହୂକୁ ଟଣାଓଟରା ଓ ମାରପିଟ୍‌। ସୂଚନା ଅଧିକାର ଆଇନ୍‌(RTI) ବଳରେ ତଥ୍ୟ ମାଗିବାରୁ ଗାଁରେ କଙ୍ଗାରୁକୋର୍ଟ ବସାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ୍‌ ପରେ ଜୋର୍‌ ଧରିଲା ରାଜନୀତି। ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲକିଙ୍କ ଇସାରାରେ ଏପରି କାର୍ଯ୍ୟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏହାର ଜବାବ ରଖିଛି ବିଜେଡି।

Advertisment

ଭାଇରାଲ୍‌ ହେଉଥିବା ଭିଡିଓରେ ଥିବା ମହିଳା ଜଣକ ହେଉଛନ୍ତି ଦଶରଥପୁର ଥାନା ରାହାସୋଇ ଗାଁର ଲଳିତା ପତି। ଗାଁ ଦାଣ୍ଡରେ ତାଙ୍କୁ କିଛି ବ୍ୟକ୍ତି ସଂଘ ବଦ୍ଧ ଭାବେ ଆକ୍ରମଣ କରୁଛନ୍ତି। ତାଙ୍କୁ ଟଣାଓଟରା ଓ ଠେଲାପେଲା କରୁଛନ୍ତି। ଯେଉଁଥିପାଇଁ ଲଳିତା ତଳେ ପଡ଼ି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏଥିସହ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଥିବା ଅଭିଯୋଗ ହେଉଛି। ଭିଡିଓ ଭାଇରାଲ୍‌ ହେବା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଏତଲା ଦର୍ଶାଯାଇଛି, ଲଳିତା ଓ ତାଙ୍କ ସ୍ୱାମୀ ଅଶୋକ ପତି ୬ ମାସ ତଳେ ପଞ୍ଚାୟତର କିଛି ଉନ୍ନତିମୂଳକ କାର୍ଯ୍ୟକୁ ନେଇ ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ କିଛି ଦୁର୍ବୃତ୍ତ ଅଶୋକଙ୍କୁ ମାରିବାକୁ ଏବଂ ପତିପତ୍ନୀଙ୍କୁ ଘରୁ ଟେକିନେବାକୁ ଧମକ ଦେଇଥିଲେ। ତେବେ ଶୁକ୍ରବାର ଦିନ ଅଶୋକଙ୍କୁ ନପାଇବାରୁ ରୋଷର ଶିକାର ହୋଇଥିଲେ ପତ୍ନୀ ଲଳିତା। RTI ବଳରେ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାସ ହେବାରୁ, ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ଓ ତାଙ୍କ ଇଙ୍ଗିତରେ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ପୁଲିସ୍‌ ଗାଁରେ ପହଞ୍ଚି ମାମଲାର ତଦନ୍ତ କରିବା ସହ ୨ ଅଭିଯୁକ୍ତ ମହେଶ୍ୱର ସେଠୀ ଓ ଦିପ୍ତୀରଞ୍ଜନ ପାଣିଗ୍ରାହୀଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପକ୍ଷରୁ ପୀଡ଼ିତା ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ପାଲଟା ଏତଲା ହୋଇଛି। ସେପଟେ ଏହି ଘଟଣା ସଂପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ସରପଞ୍ଚଙ୍କ ସ୍ୱାମୀ।

ତେବେ କଥା ଏତିକିରେ ସରିନି। ବିଂଝାରପୁର ନିର୍ବାଚନମଣ୍ଡଳୀର ଏଭଳି ଅଭାବନୀୟ ଘଟଣା, ଛାମୁଆ RTI କର୍ମୀଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି। ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ସିଧାସଳଖ ବିଂଝାରପୁରର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତ୍ରୀ ବବିତା ମଲ୍ଲିକ। ପୀଡ଼ିତା ଓ SDPOଙ୍କୁ ଭେଟିବା ସହିତ ପ୍ରମିଳା ମଲ୍ଲିକ ଲୋକ ଲଗାଇ ଏଭଳି ଆକ୍ରମଣ କରାଇଥିବା ସେ ଅଭିଯୋଗ ଆଣିଛନ୍ତି।

ତେବେ ଏନେଇ ପ୍ରମିଳା ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ବିଜେଡି କହିଛି, ୨ ଗିରଫ ଅଭିଯୁକ୍ତ ଆମ ଦଳୀୟ କର୍ମୀ ନୁହଁନ୍ତି। ଏହାକୁ ନେଇ ରାଜନୀତି କରାନଯାଉ। ସେପଟେ ସୂଚନା ଅଧିକାର ମଞ୍ଚ ଆବାହକ ପ୍ରଦୀପ ପ୍ରଧାନ ଦଶରଥପୁର ଥାନାକୁ ଯାଇ ପୀଡ଼ିତାଙ୍କୁ ଭେଟିବା ସହିତ ଅନ୍ୟ ଅଭିଯୁକ୍ତଙ୍କ ଗିରଫ କରିବାକୁ ଦାବି କରିଛନ୍ତି।

BjD Bjp Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe