Advertisment

କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍‌ ଥିଲେ ଦୀପାଳି-ଆକାଶ?

ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।

ଅଦ୍ୟତନ ହୋଇଛି
BJD

BJD

Advertisment

ଦୀପାଳି ଦାସ ଓ ତାଙ୍କ ଭାଇ ଆକାଶ ଦାସଙ୍କୁ କାଉଣ୍ଟର କରିଛି ବିଜେପି। ବାପା ନବ କିଶୋର ଦାସ ହତ୍ୟା ବେଳେ କାହିଁକି ଓ କାହା ପ୍ରରୋଚନାରେ ଦୀପାଳି ଓ ଆକାଶ ଚୁପ୍‌ ଥିଲେ,ତାହା ଆମେ ଦେଖିଛୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ଆଜି ସକାଳେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଦୀପାଳି ଦାସଙ୍କ ଭାଇ ହେଉଛନ୍ତି ଜଣେ ଅଭ୍ୟାସଗତ ଅପରାଧୀ। ସେ ସବୁବେଳେ ଅପରାଧକୁ ପ୍ରଶ୍ରୟ ଦିଅନ୍ତି। ବିଶେଷ କରି ଦେଢ଼ ବର୍ଷ ତଳେ ଭୁବନେଶ୍ୱର ପାୱାର ହାଉସ୍‌ ଛକରେ ଯାହାଙ୍କ ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ଜୀବନ ଯାଇଥିଲା, ସେ ହେଉଛନ୍ତି ବିଶାଳ ଦାସ। ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ। ଯେତେବେଳେ ଓଡ଼ିଶା ସରକାରଙ୍କ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଦିନ ଦି’ ପହରରେ ସେତେବେଳର ଗୃହମନ୍ତ୍ରୀଙ୍କର ଜଣେ ଅଧସ୍ତନ କର୍ମଚାରୀ ଗୁଳି କରି ହତ୍ୟା କରୁଛି; ଆଉ ସେହି ସମୟରେ ଦୀପାଳିଙ୍କ ମାଆ ଓ କାକା କହିଥିଲେ ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ସେତେବେଳେ ଦୀପାଳି ଓ ତାଙ୍କ ଭାଇ ବିଶାଳ କାହା ପ୍ରରୋଚନାରେ ଏବଂ କେଉଁ ଲୋଭରେ ଚୁପ୍‌ ରହିଥିଲେ, ତାହା ଆମେ ଦେଖିଛୁ। ବାପାଙ୍କ ହତ୍ୟାକରୀଙ୍କୁ ଧରିବା ପାଇଁ ଯିଏ ଦିନେ ପଦୁଟିଏ କହିପାରୁନଥିଲେ, ସିଏ ଆଜି ବିଜେଡିର ଏକ ଲିଖିତ ସ୍କ୍ରିଟ୍‌ ପଢ଼ିଛନ୍ତି ବୋଲି ମନୋଜ ମହାପାତ୍ର କହିଛନ୍ତି।

ଦୁଇ ଦିନ ହେଲା ଝାରସୁଗୁଡ଼ା ରାଜନୀତିକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ଏହାକୁ ନେଇ ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିକ ସାମ୍ୱାଦିକ ସମ୍ମିଳନୀରେ ସସ୍ମିତ ପାତ୍ର ଓ ଦୀପାଳି ଦାସ କହିଛନ୍ତି, ବିଜେପି ଗଣତନ୍ତ୍ରକୁ ହତ୍ୟା କରିବାରେ କୌଣସି ସୁଯୋଗ ଛାଡେନି। ଦୁଇ ଦିନ ତଳେ ଝାରସୁଗୁଡ଼ା କିରମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥାକୁ ନେଇ ଯେଉଁ ଭଳି ଆଚରଣ କରାଗଲା, ତାହା ଏକ ଜ୍ୱଳନ୍ତ ଉଦାହରଣ। ଦୁଇ ଦୁଇଟି ରାଜ୍ୟ ପୁଲିସ୍‌କୁ ଲଗାଇ ବେଆଇନ୍‌ ଭାବେ ବିଶାଳ ଦାସଙ୍କୁ ଅଟକାଗଲା। ନବୀନବାବୁ ଯେତେବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ, ସେତେବେଳେ ବିଶାଳଙ୍କୁ ଛଡାଗଲା ବୋଲି ଉଭୟ କହିଛନ୍ତି।

Advertisment

ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ। କିନ୍ତୁ ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁଆରୀ ୮ ତାରିଖରେ ଧମକ ଚମକ ଦେଇଥିଲେ। ଜାନୁଆରୀ ୯ ତାରିଖରେ ଲଇକେରା ଥାନା ଅଧିକାରୀ ଲଜ୍‌କୁ ଯାଇ ବେଆଇନ୍‌ ଭାବେ ଯାଞ୍ଚ କରିଥିଲେ ବୋଲି ଦୀପାଳି କହିଛନ୍ତି।

ସେ ଆହୁରି କହିଛନ୍ତି, ଲଜ୍‌ଟି ମୋ’ ଭାଇଙ୍କ ମାଲିକାନାରେ ଅଛି। ଏନେଇ IGଙ୍କୁ ଭେଟି ଆଲୋଚନା କରିଥିଲୁ। କିନ୍ତୁ ତା’ପର ଦିନ ଛତିଶଗଡ଼ ଯାଇ ହୋଟେଲ୍‌ରେ ଯାଞ୍ଚ କଲେ। ମିସିଂ କେସ୍‌ ଦର୍ଶାଇ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଟକ ରଖା ଯାଇଥିଲା। ମୋ ଭାଇ ଖବର ପାଇ ହୋଟେଲ୍‌କୁ ଯାଇଥିଲେ। କିନ୍ତୁ ହୋଟେଲ୍‌ ଆଗରେ ପହଞ୍ଚିଲା ବେଳକୁ ଶଟର ପଡିଥିଲା। ଛତିଶଗଡ଼ ପୁଲିସ୍ ମୁତୟନ ଥିଲେ। ମୋ ଭାଇ ବିଶାଲ ଯେତେବେଳେ ପୁଲିସକୁ ପଚାରିଲେ କାହିଁକି ଅଟକ ରଖାଯାଇଛି, ସେତେବେଳେ ପୁଲିସ୍ କହିଲା ଉପରୁ ଅର୍ଡର ଆସିଲେ ଛାଡିବୁ। କାହା ଅର୍ଡ଼ରକୁ ଅପେକ୍ଷା ଥିଲା? ହାରିବା ଭୟରେ ଏଭଳି ଘୃଣ୍ୟ କାମ କଲେ ସରକାର। ଆମ ପରିବାର ସହ ଯାହା ଘଟିଛି, ତାହା ସମସ୍ତଙ୍କୁ ଜଣା। ଏବେବି ଆମ ପରିବାରକୁ ଟାର୍ଗେଟ କରାଯାଉଛି ବୋଲି ଦୀପାଳି କହିଛନ୍ତି।

BjD Bjp Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe