Advertisment

ଆର ବର୍ଷ ନୁହେଁ, ଏଇ ମାସରେ ରତ୍ନଭଣ୍ଡାର ଖୋଲିବାକୁ ଦାବି କଲା ବିଜେପି

‘ସରକାର ଆର ବର୍ଷ ରଥଯାତ୍ରାକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ତାରିଖ ପୂର୍ବରୁ ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ। ନିଜ ସ୍ୱଚ୍ଛତାର ପ୍ରମାଣ ଦେଇ କୋଟି କୋଟି ଭକ୍ତଙ୍କ ମନରେ ଆସ୍ଥା ସ୍ଥାପନ କରନ୍ତୁ।’

Puri

Puri

Advertisment

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ କେତେ ସୁନା ଓ ରୁପା ରହିଛି? ତାକୁ ନେଇ ଭିନ୍ନଭିନ୍ନ ତଥ୍ୟ ଆସିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମୀର ମହାନ୍ତି। ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲି ଅଳଙ୍କାର ତାଲିକା କରିବା ପାଇଁ ଦାବି କରିଛନ୍ତି ଶ୍ରୀ ମହାନ୍ତି।

Advertisment

ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବାର ଅଧିକାର ରାଜ୍ୟ ସରକାରଙ୍କ ପାଖରେ ରହିଛି। ହେଲେ ସରକାର ତାହା ନକରିବାରୁ ହାଇକୋର୍ଟରେ ମାମଲା ହେଲା। ଆଉ ତା’ପରେ ତରବରିଆ ଭାବେ ପରିଚାଳନା କମିଟି ଆସନ୍ତା ବର୍ଷ ରତ୍ନଭଣ୍ଡା ଖୋଲିବ ବୋଲି କହିଥିବା ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ୧୯୭୮ ମସିହାରେ ହୋଇଥିବା ତାଲିକାକୁ ନେଇ ଗ୍ୟାଜେଟ ନୋଟିଫିକେସନ୍‌ ହୋଇଛି। ତାହାର ତଥ୍ୟ, ଆଇନ୍‌ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ଓ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠରେ ଦେଇଥିବା ହିସାବରୁ ସନ୍ଦେହ ସୃଷ୍ଟି ହେଉଛି। ଲୋକଙ୍କ ଭିତରେ ଅବିଶ୍ୱାସ ବାତାବରଣ ସୃଷ୍ଟି ହୋଇଛି। ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରତ୍ନଭଣ୍ଡାର ଲୁଟ ହୋଇଛି ବୋଲି ପ୍ରମାଣିତ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ପାଇଁ ଏଏସଆଇ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନକୌଶଳ ବ୍ୟବହାର କରିବ ବୋଲି ହାଇକୋର୍ଟରେ ସତ୍ୟପାଠ କରିଛି। ତାକୁ ହାଇକୋର୍ଟ ତର୍ଜମା କରିବେ। ୨୦୧୮ ମସିହାରୁ ଏଏସଆଇ ବାରମ୍ବାର ଚିଠି କରୁଛି। କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ଭଳି ବସିଛନ୍ତି। କୋର୍ଟଙ୍କୁ ଏ ଘଟଣା ଯିବା କଥା ନୁହେଁ। ସରକାର ରତ୍ନଭଣ୍ଡାର ଖୋଲିଲେ ନାହିଁ ବୋଲି ମାମଲା ହାଇକୋର୍ଟ ଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମୀର ମହାନ୍ତି ଆହୁରି କହିଛନ୍ତି, ସରକାର ଆର ବର୍ଷ ରଥଯାତ୍ରାକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ତାରିଖ ପୂର୍ବରୁ ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ। ନିଜ ସ୍ୱଚ୍ଛତାର ପ୍ରମାଣ ଦେଇ କୋଟି କୋଟି ଭକ୍ତଙ୍କ ମନରେ ଆସ୍ଥା ସ୍ଥାପନ କରନ୍ତୁ। ସରକାର ଭାଙ୍ଗି ଯିବ, ସେଠି ଘୁଘୁ ଶବ୍ଦ ହେଉଛି। ଏ ସବୁ ଭ୍ରାନ୍ତ ଧାରଣା ସୃଷ୍ଟି କରି ସରକାର ଜଗନ୍ନାଥ ପ୍ରେମୀଙ୍କୁ ଆଉ ଦୁଃଖିତ କରନ୍ତୁ ନାହିଁ ବୋଲି ବିଜେପି ନେତା ସମୀର ରଞ୍ଜନ ମହାନ୍ତି କହିଛନ୍ତି।

ବିଜେପି ଅଭିଯୋଗର ଜବାବ ଦେଇଛନ୍ତି ବିଜେଡି ନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, କୋର୍ଟରେ ଏହି ମାମଲା ବିଚାରାଧୀନ ଅଛି। ତେଣୁ କିଛି କହିବା ଠିକ ନୁହେଁ। ବିଧାନସଭାର ତଥ୍ୟ ଓ ସତ୍ୟପାଠର ତଥ୍ୟକୁ କୋର୍ଟ ତର୍ଜମା କରିବେ ବୋଲି ଶ୍ରୀ ଶତପଥୀ କହିଛନ୍ତି।

Odisha Police Puri Shreemandir Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe