Advertisment

ନିର୍ବାଚନ ପ୍ରଚାରରେ ଲିପ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି

BJP

BJP

Advertisment

ବିଜେପି ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଜେଡି ସପକ୍ଷରେ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବିରତ ରହୁନାହାନ୍ତି । ତୃତୀୟ ମହଲାର ଅଫିସରମାନଙ୍କ ସମେତ ବିଭିନ୍ନ ସ୍ଥାନରେ କିଛି ମୁଷ୍ଟିମେୟ ଅଫିସର ଖୋଲାଖୋଲି ଭାବେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ପୂର୍ବରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ଆଇପିଏସ୍ ଡିଏସ କୁଟ୍ଟେ, ଆଇଏଏସ୍ ଆର ଭିନିଲ କ୍ରିଷ୍ଣାଙ୍କ ସମେତ ଓଏଏସ୍ ରବିନ୍ଦ୍ର ସେଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା । ରବିନ୍ଦ୍ରଙ୍କ ପତ୍ନୀ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କ ପାଇଁ ପ୍ରଚାର କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Advertisment

ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଫେରାଦ ହୋଇ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ବିଜେପି ଅଭିଯୋଗ କରିଛି ଯେ,  ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । ବିଶେଷ କରି କିଛି ସରକାରୀ ଅଧିକାରୀମାନେ ନିଜର ଦାୟିତ୍ୱ ଛାଡ଼ି ଶାସକ ଦଳର ନିର୍ବାଚନ ପ୍ରଚାରରେ ନିୟୋଜିତ ଅଛନ୍ତି । ଏନେଇ ବିଜେପି ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣୁଛି କିନ୍ତୁ ବିଜେଡି ଉପରେ ତା’ର କିଛି ଫରକ ପଡ଼ୁନି । ପୂର୍ବରୁ ଶାସକ ବିଜେଡି ପାଇଁ କାର୍ଯ୍ୟକରି କିଛି ମୁଷ୍ଟିମେୟ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ ମଧ୍ୟ ଶାସକ ଦଳ ସପକ୍ଷରେ ପୁନର୍ବାର କିଛି କର୍ମଚାରୀ ଏଭଳି କାର୍ଯ୍ୟ ଜାରି ରଖିଛନ୍ତି ।
ଯାଜପୁରରୁ ବିଜେଡିର ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ପିଏସଓ ଇତିକାନ୍ତ ଲେଙ୍କା ଜଣେ ପୁଲିସ କର୍ମଚାରୀ ହୋଇ ମଧ୍ୟ ନିଜସ୍ୱ ସୋସିଆଲ ମିଡିଆ ଆକାଉଂଟରେ ବିଜେଡିର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ କରୁଛି । ସେହିପରି ଯାଜପୁରର ବିଇଓ ସ୍ମୃତିରେଖା ନାୟକ ମଧ୍ୟ ନିଜ ପଦବୀର ଅପବ୍ୟବହାର କରି ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଶ୍ରୀମତୀ ନାୟକ ଦୀର୍ଘଦିନ ହେବ ଯାଜପୁରରେ କାର୍ଯ୍ୟରତ ଅଛନ୍ତିି ଓ ବିଜେଡିର ପ୍ରଚାର କରୁଛନ୍ତି । ସେହିପରି କେନ୍ଦ୍ରାପଡ଼ା ମହାକାଳପଡାର ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ମିଶି ଏମବିକେ ପୁଷ୍ପାଞ୍ଜଳୀ ମହାନ୍ତି ବିଜେଡି ପାଇଁ ଭୋଟ ପ୍ରଚାର କରୁଛନ୍ତି । ଯାହାର ଫଟୋ ଆଜି ସିଇଓ ହସ୍ତାନ୍ତର କରାଯାଇଛି ।

Advertisment

ତେଣୁ ଯଥାଶୀଘ୍ର ଏହି ୩ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆଖିଦୃିଆ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି । 
ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ ପ୍ରୀତି ପ୍ରତିଭା ଭୋଳ, ରଶ୍ମିମୟୀ ପଟ୍ଟନାୟକ, ମନୀଷା ବେହେରା ଓ ସଙ୍ଗୀତା ଦାସ ସାମିଲ ଥିଲେ ।

BjD State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe