Advertisment

ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର ବିଜେପି ଅଫିସ୍‌ରେ ପ୍ରେସ୍‌ ମିଟ୍‌ କରି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀ ଯେଉଁମାନେ ସରକାରୀ ଚାକିରୀ ଆଶାରେ ଅଛନ୍ତିି ଓଡିଶା ସରକାର ସେମାନଙ୍କ ସହିତ ପ୍ରତାରଣା କରିଛନ୍ତି ।

author-image
Ordigital Desk
ANil Biswal

ANil Biswal

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ଦାବି କରିଛି । ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ନଖେଳି ସରକାର ସିବିଆଇ ତଦନ୍ତ କରାନ୍ତୁ ବୋଲି ବିଜେପି ଦାବି କରିଛି । ଭୁବନେଶ୍ୱର ବିଜେପି ଅଫିସ୍‌ରେ ପ୍ରେସ୍‌ ମିଟ୍‌ କରି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀ ଯେଉଁମାନେ ସରକାରୀ ଚାକିରୀ ଆଶାରେ ଅଛନ୍ତିି ଓଡିଶା ସରକାର ସେମାନଙ୍କ ସହିତ ପ୍ରତାରଣା କରିଛନ୍ତି । ରାଜ୍ୟରେ ସରକାରୀ ଚାକିରୀ ବିକ୍ରି ହେଉଛି । ଓଡିଶାରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା "ମନି ଫର୍ ଜବ’ ର‌୍ୟାକେଟ୍‌ରେ ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି ଓ ସରକାରୀ ଅଧିକାରୀ, ମନ୍ତ୍ରୀ, ଦଲାଲ ମାଲେମାଲ ହେଉଛନ୍ତି । ଜେଇ ସିଭିଲ ମେନ୍ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଘଟଣାର ତଦନ୍ତ କରୁଥିବା ବାଲେଶ୍ୱର ଏସ୍‌ପିଙ୍କ ବୟାନ ପ୍ରମାଣିତ କରୁଛି ଯେ, ସରକାର ଚାହୁଁ ନାହାନ୍ତି ଅସଲ ଖଳନାୟକ ଧରାପଡନ୍ତୁ । ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ପ୍ରିଂଟିଙ୍ଗ ପ୍ରେସ୍ ବିରୋଧରେ କାହିଁକି ଏଫ୍‌ଆଇଆର କରାଯାଇନାହିଁ ? ସେହି ପ୍ରିଂଟିଙ୍ଗ ପ୍ରେସ୍‌ରୁ ପ୍ରଶ୍ନ ପତ୍ର ଲିକ୍ କରାଇବା ପଛରେ ହୋଇଥିବା ଷଡଯନ୍ତ୍ରର ତଦନ୍ତ କାହିଁକି ହେଲା ନାହିଁ ? ଓଏସଏସସିରେ ଅନଲାଇନ ଆବେଦନ ବେଳେ ଦିଆଯାଇଥିବା ମୋବାଇଲ ନମ୍ବର ଦଲାଲମାନଙ୍କ ହାତକୁ ଗଲା କେମିତି ? ଏହି ବଡ କେଳେଙ୍କାରୀର ତଦନ୍ତ ଓଡିଶା ପୋଲିସ କରିଲେ ସତ ସାମ୍ନାକୁ ଆସିପାରିବ ନାହିଁ । ଓଡିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଆଉ ଖେଳ ନଖେଳି ସରକାର ଏହି ଘଟଣାରେ ସିବିଆଇ ତଦନ୍ତ କରାନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

Advertisment

ପରୀ ହତ୍ୟାକାଣ୍ଡର ଜାମୁକୋଳି ଗପ, ମମିତା ମେହେର ହତ୍ୟାକାଣ୍ଡର ଆଖୁବାଡି ଗପ, ନବ ଦାସଙ୍କ ହତ୍ୟାକାଣ୍ଡର ଗୋପାଳ ଗପଠାରୁ ଆହୁରି ରହସ୍ୟମୟ ଗପ କହୁଛନ୍ତି ବାଲେଶ୍ୱର ଜିଲ୍ଲା ଏସ୍‌ପି । ଯାହାକୁ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି ତାକୁ ଧରିବାର ମାତ୍ର ୨୪ ଘଂଟା ଭିତରେ ଓଡିଶା ଷ୍ଟାଫ୍ ସିଲେକ୍ସନକୁ କ୍ଲିନ ଚିଟ ଦେବା ପଛରେ ଉଦ୍ଦେଶ୍ୟ କ\'ଣ? କେବଳ ଜଣେ ପିଅନ ଦ୍ୱାରା ଏଭଳି କୋଟି କୋଟି ଟଙ୍କାର ଦୁର୍ନୀତି ସମ୍ଭବ କି ? ଓଡିଶାରେ ହେଉଥିବା ସମସ୍ତ ଚାକିରୀ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହେଉଛି କେମିତି ? ଓଟିଇଟି, ପୋଲିସ କନେଷ୍ଟବଳ, ଏଏସ୍‌ଓ, ଆର୍‌ଆଇ, ଅମିନ, ପିଇଓ ଭଳି ପରୀକ୍ଷାରେ ହୋଇଥିବା ପ୍ରଶ୍ନ ପତ୍ର ଲିକ୍‌ର ତଦନ୍ତ ହୋଇଛି କି? ପ୍ରଶ୍ନ ପତ୍ର ଲିକ୍‌ରେ ଓଡିଶା ବୋଧହୁଏ ଦେଶରେ ଏକ ନମ୍ବର ହେବ । ପିଅନ, ଦଲାଲଙ୍କୁ ଦୋଷ ଦେଇ ଅସଲ ଦୁର୍ନୀତି ଗ୍ରସ୍ତମାନଙ୍କୁ ଖସାଇ ଦେବା ୫ଟି କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଏବେ ଓଡିଶା ସ୍କାମ୍ ସିଲେକ୍ସନ ହୋଇଛି । ଏବେ ଚେଆରମ୍ୟାନ ଥିବା ଅଭୟ ଯେତେବେଳେ ପୋଲିସ ଡିଜି ଥିଲେ ତାଙ୍କ ସମୟରେ ହିଁ ଓଡିଶାରେ ମମିତା ମେହେର ହତ୍ୟାକାଣ୍ଡ, ପରୀ ହତ୍ୟାକାଣ୍ଡ ହୋଇଥିଲା ଯେଉଁଥିରେ ତଦନ୍ତ ପୁରା ବାଟବଣା ହୋଇଥିଲା । ତାଙ୍କ ସମୟରେ ଓଡିଶାର ଅପରାଧ ହାର ୬୫% ବୃଦ୍ଧି ପାଇଥିଲା । ସଚିବ ଥିବା ମନୋରଂଜନ ମଲ୍ଲିକଙ୍କୁ ୨୦୨୦ରେ ଏକ ବିବାଦୀୟ ସ୍ଥିିତିରେ ଓଡିଶା ଷ୍ଟାଫ୍ ସିଲେକ୍ସନରେ ନିଯୁକ୍ତି ଦିଆଯାଇଥିଲା । ସେହିଭଳି ସେଠାରେ ଜଣେ ସଦସ୍ୟଙ୍କର ବ୍ୟକ୍ତିଗତ ସହାୟକ "ମନି ଫର୍ ଜବ୍‌’ ର‌୍ୟାକେଟରେ ସାମିଲ ଥାଇ ପ୍ରଶ୍ନ ପତ୍ର ବିକ୍ରି କରି ଧରାପଡିଥିଲେ । ତେଣୁ ଏହି ତିନି ଜଣଙ୍କୁ ତୁରନ୍ତ ସରକାର ବହିଷ୍କାର କରିବା ଦରକାର । ଆସନ୍ତା ସେପ୍ଟେମ୍ବର ୩ରେ ହେବାକୁ ଯାଉଥିବା ପରୀକ୍ଷା ସମୟରେ ଏମାନେ ଦାୟୀତ୍ୱରେ ରହିଲେ ପିଲାମାନେ ପରୀକ୍ଷା ବର୍ଜନ କରିବେ ବୋଲି ଶୁଣିବା ପାଇଁ ମିଳୁଛି । ତେଣୁ ସରକାର ଯଦି ଏମାନଙ୍କୁ ବହିଷ୍କାର ନକରନ୍ତିି ତେବେ ଯାହା ପରିସ୍ଥିତି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Advertisment

ବିଜୁ ଜନତା ଦଳର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ନେତାମାନେ ଯେଉଁମାନେ ସଚିବଙ୍କ ଚାଟୁକାରିତା କରିବାକୁ ରାଜନୀତି ଭାବନ୍ତିି, ସଚିବଙ୍କ ଫଟୋକୁ ଟ୍ୱିଟରରେ କିଏ ଆଗେ ପକାଇବ ତାକୁ ନେଇ ପ୍ରତିଯୋଗିତା କରନ୍ତିି ସେମାନେ ଆଜି ଦିନରେ ଓଡିଶାର ୨୦ ରୁ ୩୦ ବର୍ଷର ଯୁବକ ଯୁବତୀଙ୍କ ଦୁଃଖ ବୁଝିପାରି ନାହାନ୍ତି । ସେଥିପାଇଁ ସେମାନେ ଓଡିଶାର ଶିକ୍ଷିତ ଚାକିରୀ ଆଶାୟୀ ବେକାରୀମାନଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରୁଛନ୍ତି । ଓଡିଶାରେ ସରକାରୀ ନିଯୁକ୍ତିରେ ଦୁର୍ନୀତି ନବୀନ ବାବୁଙ୍କର ୨୩ ବର୍ଷର ଶାସନରେ କଳଙ୍କର ଟୀକା ହୋଇ ରହିଥିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Scam Ossc