Advertisment

ଝାରସୁଗୁଡ଼ା ଉପନିର୍ବାଚନ: କେନ୍ଦ୍ରୀୟ ଫୋର୍ସ ମୁତୟନ ଦାବି କଲା ବିଜେପି

ଲୋକଙ୍କ ମତ ଓ ଶାସକ ବିଜେଡିର ଆଚରଣକୁ ସମୀକ୍ଷା କରି ଏହି ୭୧ଟି ବୁଥକୁ ବିଜେପି ଅତିଉତ୍ତେଜନାପ୍ରବଣ ବୋଲି ଚିହ୍ନଟ କରିଥିବାରୁ ଭୋଟ୍ ଗ୍ରହଣ ସମୟରେ ଏହି ୭୧ଟି ବୁଥରେ ବ୍ୟାପକ ସୁରକ୍ଷା ଓ ସିସିଟିଭିର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛିି ।

BJP

BJP

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ରାଜ୍ୟ ବିଜେପି ଦାବି କରିଛି । ଏହାସହିତ ବିଜେପି ପକ୍ଷରୁ ଏନେଇ ଏକ ଦାବିପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଝାରସୁଗୁଡ଼ା ବିଧାନସଭା ମଣ୍ଡଳୀର ମୋଟ ୨୫୩ଟି ବୁଥ ମଧ୍ୟରୁ ୭୧ଟି ବୁଥକୁ ଅତି ଉତ୍ତେଜନାପ୍ରବଣ ଭାବେ ବିଜେପି ଚିହ୍ନଟ କରିଛି ।

Advertisment

ବିଜେପି ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଝାରସୁଗୁଡ଼ା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ନିମନ୍ତେ କେନ୍ଦ୍ରୀୟ ପୁଲିସ ଫୋର୍ସକୁ ମୁତୟନ କରିବା ପାଇଁ ଦାବି ଜଣାଇଛି । ଶ୍ରୀ ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ଆଇନର ଶାସନ ନାହିଁ । ରାଜ୍ୟ ତଥା ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କାରଣରୁ ରାଜ୍ୟର ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଗଲା । ବିଜେଡି ସରକାରର ଅପାରଗତା କାରଣରୁ ଝାରସୁଗୁଡ଼ାରେ ଉପନିର୍ବାଚନ ହେଉଛି । ଝାରସୁଗୁଡାରେ ଶାସକ ଦଳର ଗୁଣ୍ଡାଶାସନ ଓ ମାଫିଆ ରାଜ ପାଇଁ ଅଂଚଳବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ଆସନ୍ତା ୧୦ତାରିଖ ହେବାକୁ ଥିବା ଉପନିର୍ବାଚନର ୭ଦିନ ପୂର୍ବରୁ ଆଜି ପୁଣି ଝାରସୁଗୁଡ଼ାର ମଙ୍ଗଳା ବଜାର ବୁଥ୍ ନଂ-୨୦ଠାରେ ଶାସକ ବିଜେଡି ଗଣ୍ଡଗୋଳ ଓ ଗୁଣ୍ଡାରାଜ ଆରମ୍ଭ କରିଛି । ଲୋକେ ରାଜ୍ୟ ସରକାରଙ୍କଠୁ ମୁହଁ ଫେରାଉଥିବା କାରଣରୁ ଶାସକ ବିଜେଡି ଝାରସୁଗୁଡ଼ାରେ ହିଂସାକୁ ଆପଣାଇଛି । ତେଣୁ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଝାରସୁଗୁଡା ବିଧାନସଭାର ମୋଟ ୨୫୩ ବୁଥ୍ ମଧ୍ୟରୁ ୭୧ଟି ବୁଥ୍ ଅତି ଉତ୍ତେଜନାପ୍ରବଣ ଥିବା ବିଜେପି ଆଶଙ୍କା କରିଛି ।  ସ୍ଥାନୀୟ ଲୋକଙ୍କ ମତ ଓ ଶାସକ ବିଜେଡିର ଆଚରଣକୁ ସମୀକ୍ଷା କରି ଏହି ୭୧ଟି ବୁଥକୁ ବିଜେପି ଅତିଉତ୍ତେଜନାପ୍ରବଣ ବୋଲି ଚିହ୍ନଟ କରିଥିବାରୁ ଭୋଟ୍ ଗ୍ରହଣ ସମୟରେ ଏହି ୭୧ଟି ବୁଥରେ ବ୍ୟାପକ ସୁରକ୍ଷା ଓ ସିସିଟିଭିର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛିି । ଏହାସହିତ ଯୁଗ୍ମ ବୁଥ୍ କେନ୍ଦ୍ର ବାହାରେ ଓ ଭିତରେ ଡ୍ରୋନ୍ କ୍ୟାମେରାର ବ୍ୟବସ୍ଥା କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏବେଠୁ ଉପନିର୍ବାଚନରେ ଶାସକ ବିଜେଡିର ଆଚରଣ, ସ୍ଥାନୀୟ ପୋଲିସ ପ୍ରଶାସନର କାର୍ଯ୍ୟ ଦେଖିଲା ପରେ ସେଠାରେ କେନ୍ଦ୍ରୀୟ ପୁଲିସଙ୍କ ଉପସ୍ଥିତି ବିନା ନିରପେକ୍ଷ ଓ ଅବାଧ ମତଦାନ ହେବା ନେଇ ବିଜେପି ଆଶଙ୍କା ବ୍ୟକ୍ତ କରିବା ସହ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ପାଇଁ ଦାବି ଜଣାଇଛି । ଏହି ପ୍ରତିନିଧି ଦଳରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ସୋନାଲି ସାହୁ, ଐଶ୍ୱର୍ଯ୍ୟା ବିଶ୍ୱାଳ, ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ । 

Advertisment
Bjp State Bjp Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe