ନିର୍ବାଚନରେ ଚଞ୍ଚକତା, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ପ୍ରସାଦ ଦୋରାଙ୍କୁ ବରଖାସ୍ତ କର: ବିଜେପି

ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ  ପ୍ରବିତ୍ର ମୋହନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟି ଶ୍ରୀ ଦୋରାଙ୍କ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ତଥ୍ୟଭିତ୍ତିକ ଦସ୍ତାବିଜ ଉପସ୍ଥାପନ କରିଛନ୍ତି ।

BJP

ବିଜେପି ପତାକା

Ordigital Desk
  • Published: Wednesday, 26 April 2023
  • Updated: 26 April 2023, 09:26 PM IST

Sports

Latest News

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଭାବେ ଟି.ପ୍ରସାଦ ରାଓ ଦୋରା ଚଂଚକତା କରି ଗଳାବାଟ ଦେଇ ନିର୍ବାଚିତ ହୋଇଛନ୍ତି । ତାଙ୍କର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ସେ ସଭାପତି ନିର୍ବାଚିତ ହେବା ଖୋଲାଖୋଲି ଭାବେ ସମବାୟ ଆଇନର ବିରୁଦ୍ଧାଚରଣ କରୁଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ  ପ୍ରବିତ୍ର ମୋହନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟି ଶ୍ରୀ ଦୋରାଙ୍କ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ତଥ୍ୟଭିତ୍ତିକ ଦସ୍ତାବିଜ ଉପସ୍ଥାପନ କରିଛନ୍ତି । ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, ଶ୍ରୀ ଦୋରା ଭୁବନେଶ୍ୱର ଟାଉନ ଡେଭଲପମେଂଟ ହାଉସିଂ କୋପରେଟିଭ୍ ସୋସାଇଟିର ପରିଚାଳନା ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇ ରାଜ୍ୟ ସମବାୟ ବ୍ୟାଙ୍କକୁ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଦୋରା ଯେଉଁ ପ୍ରାଥମିକ ସମବାୟ ସମିତିରୁ ନିର୍ବାଚିତ ହୋଇଛନ୍ତି ଅତୀତରେ ତାଙ୍କ ନେତୃତ୍ୱରେ ଏହି ସମିତି ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ ଲିଃ ଭୁବନେଶ୍ୱରଙ୍କ ଠାରୁ ୧କୋଟି ୧୫ ଲକ୍ଷ ୨୭ହଜାର ୧୫ଟଙ୍କା ଋଣ କରିଥିଲା । ଯେଉଁ ଋଣ ୨୦୨୨ ଜୁଲାଇ ୧୦ ତାରିଖ ସୁଦ୍ଧା ସୁଧମୂଳ ହୋଇ ୫କୋଟି ୩୮ଲକ୍ଷ ୧୨,୪୦୪ଟଙ୍କାରେ ଅନାଦେୟ ହୋଇ ପଡ଼ିରହିଛି । ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ ତରଫରୁ ଉକ୍ତ ସମବାୟ ସମିତିକୁ ବାରମ୍ବାର ନୋଟିସ୍ ସତ୍ତ୍ୱେ ଉକ୍ତ ଋଣକୁ ସଂପୃକ୍ତ ସମବାୟ ସମିତି ପରିଶୋଧ ନକରି ନିଗମର ବିପୁଳ କ୍ଷତିରେ ସହାୟକ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି ।

Also Read

ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ ଲିଃ ତରଫରୁ ଡିମାଣ୍ଡ ନୋଟିସ୍ ନଂ ୧୦୯୨/୦୮.୦୭.୨୦୨୨ ଜାରି କରାଯାଇଥିଲା । ଉକ୍ତ ଅର୍ଥକୁ ଶ୍ରୀ ଦୋରାଙ୍କ ନେତୃତ୍ୱରେ ତତକାଳୀନ ପରିଚାଳନା କମିଟି ପରିଶୋଧ ନକରିନାହାନ୍ତିି, ଏନେଇ ରାଜ୍ୟ ସମବାୟ ଗୃହ ନିଗମ ତରଫରୁ ବହୁବାର ଡିମାଣ୍ଡ ନୋଟିସ୍ ପଠାଯାଇଥିଲା । ଯାହାର ଚିଠି ନଂ ୮୧୫/୦୯/୦୭/୨୦୨୧ ଏବଂ ୨୭୬୬/୧୦/୦୧/୨୦୨୨ । ତାଙ୍କର ନିର୍ବାଚନକୁ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ରାଜନୈତିକ ଅଭିସନ୍ଧି ରଖି ନିର୍ବାଚନ ଅଧିକାରୀ ଅଭିଯୋଗଗୁଡ଼ିକୁ କର୍ଣ୍ଣପାତ କରିନଥିଲେ। ଫଳରେ ଟି.ପ୍ରସାଦ ରାଓ ଦୋରା ଶାସକ ଦଳର ସହଯୋଗରେ ଗଳାବାଟ ଦେଇ ରାଜ୍ୟ ସମବାୟ ବ୍ୟାଙ୍କ ଭଳି ଆର୍ôଥକ ସଂସ୍ଥାର ଅଧ୍ୟକ୍ଷ ପଦକୁ ନିଦ୍ୱନ୍ଦ୍ୱରେ ହାତେଇ ନେଇଛନ୍ତି । ଯାହାକି ସମବାୟ ଧାରା ୧୯୬୨- ୨୮(୩-ଏ) ଓ ୩-(ଏଏ) ଓଡ଼ିଶା ସମବାୟ ସମିତି ଧାରା ୧୯୬୨ର ବିରୁଦ୍ଧାଚରଣ କରୁଛି ବୋଲି ବିଜେପି ଅଭିଯୋଗ କରିଛି ।

ଏ ସମ୍ପର୍କରେ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ  ପ୍ରବିତ୍ର ମୋହନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟି ଶ୍ରୀ ଦୋରାଙ୍କ ଦ୍ୱାରା ପଦବୀର ଅପବ୍ୟବହାର ଏବଂ ପଦବୀରେ ରହିବା ଉପରେ ରୋକ ଲଗାଇବା ସହ ପଦବୀରୁ ବରଖାସ୍ତ ପାଇଁ ଦାବି କରିଛନ୍ତି । ଏଥିସହିତ ଏହି ଦାବିପତ୍ରକୁ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ଭେଟି ପ୍ରଦାନ କରାଯାଇଛି ।  ଏହି ପ୍ରସଙ୍ଗରେ ଲ’ ଅଫିସରଙ୍କୁ ଡାକି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିନିଧିମଣ୍ଡଳୀକୁ ରାଜ୍ୟ ସମବାୟ ନିବନ୍ଧକ ଆଶ୍ୱସ୍ତ କରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story