ବିଜେପି ସାଂସଦ କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଜବାବ ରଖିଛି ଦଳ। କଙ୍ଗନାଙ୍କ ମନ୍ତବ୍ୟଠୁ ବିଜେପି ସମ୍ପୂର୍ଣ୍ଣ ରୂପେ ନିଜକୁ ଦୂରେଇ ରଖିଛି। ଏନେଇ ଦଳ ଏକ ବିବୃତ୍ତି ଜାରି କରି କହିଛି, "କଙ୍ଗନାଙ୍କ ଟିପ୍ପଣୀ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଭବିଷ୍ୟତରେ ଏପରି ବିବୃତ୍ତିଠୁ ଦୂରେଇ ରହିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।"
ବିଜେପି ବିବୃତ୍ତିରେ ଆହୁରି କୁହାଯାଇଛି ଯେ, କୃଷକ ଆନ୍ଦୋଳନ ଉପରେ ସାଂସଦ କଙ୍ଗନା ରାଣାୱତ ଦେଇଥିବା ବୟାନ ଦଳର ମତ ନୁହେଁ। ଭାରତୀୟ ଜନତା ପାର୍ଟି ତାଙ୍କ ବୟାନ ଉପରେ ଅସହମତି ବ୍ୟକ୍ତି କରୁଛି। କଙ୍ଗନା ରାଣାୱତଙ୍କୁ ଦଳ ପକ୍ଷରୁ ଏବଂ ଦଳର ନୀତିଗତ ପ୍ରସଙ୍ଗ ଉପରେ ନା କହିବାକୁ ଅନୁମତି ଦିଆଯାଇଛି ନା ସେ ଏ ଅଧିକାର ପାଇଛନ୍ତି।
ଭବିଷ୍ୟତରେ ଏଭଳି ବୟାନ ନଦେବାକୁ ଦଳ ତାଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ବିଜେପି ବିବୃତ୍ତିରେ କହିଛି। କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ବୟାନକୁ ତୀବ୍ର ବିରୋଧ ହେବା ପରେ ଏପରି ବିବୃତ୍ତି ରଖିଛି ବିଜେପି।
ପ୍ରକାଶ ଥାଉକି, ନିକଟରେ ସୋଶାଲ ମିଡିଆରେ କଙ୍ଗନା ରାଣାୱତଙ୍କ ଏକ ବିବୃତ୍ତି ଭାଇରାଲ ହୋଇଥିଲା। କଙ୍ଗନା କହିଥିଲେ, "କୃଷକଙ୍କ ଆନ୍ଦୋଳନ ସମୟରେ ମୃତଦେହକୁ ଝୁଲାଇ ଦିଆଯିବା ସହ ଦୁଷ୍କର୍ମ କରାଯାଇଥିବା ଦେଖିବାକୁ ମିଳିଥିଲା। ଶେଷରେ କୃଷକ ବିଲକୁ ପ୍ରତ୍ୟାହାର କରି ନିଆଯାଇଥିଲା। ବାଂଲାଦେଶ ଆନ୍ଦୋଳନ ପରେ କୃଷକ ଆନ୍ଦୋଳନରେ ଲମ୍ବା ଯୋଜନା ରହିଥିଲା। ଏଠାରେ ଚୀନ୍ ଏବଂ ଆମେରିକା ଭଳି ବିଦେଶୀ ଶକ୍ତି କାର୍ଯ୍ୟ କରୁଛନ୍ତି।"
ଯଦି ଆମର (ବିଜେପି) ଶୀର୍ଷ ନେତୃତ୍ୱ ଶକ୍ତିଶାଳୀ ନଥାନ୍ତେ ତେବେ ବାଂଲାଦେଶରେ ଯାହା ଘଟିଲା, ଭାରତରେ ସେପରି ହେବାକୁ ବେଶି ସମୟ ଲାଗିନଥାନ୍ତା ବୋଲି କଙ୍ଗନା କହିଥିଲେ। ଏହି ଭିଡିଓ ଭାଇରାଲେ ହେବା ପରେ ବିଜେପିକୁ ଟାର୍ଗେଟ କରିଥିଲେ ବିରୋଧୀ। ଶେଷରେ ଏ ଉପରେ ବିଜେପି ପକ୍ଷରୁ ବିବୃତ୍ତି ଜାରି କରାଯାଇ ସ୍ପଷ୍ଟୀକରଣ ରଖାଯାଇଛି।
The statement made by BJP MP Kangana Ranaut in the context of the farmers' movement is not the opinion of the party. BJP disagrees with the statement made by Kangana Ranaut. On behalf of the party, Kangana Ranaut is neither permitted nor authorised to make statements on party… pic.twitter.com/DXuzl3DqDq
— ANI (@ANI) August 26, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।