Advertisment

ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିଲା: ବିଜେପି, ଡବଲ ଇଞ୍ଜିନ ସରକାର ଡବଲ ନିରାଶ କଲା: ବିଜେଡି

ବିଜେଡିର ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଜେଟରେ କିଛି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ୪୦ରୁ ଅଧିକ ଲୋକପ୍ରିୟ ଯୋଜନାର କପିପେଷ୍ଟ।

BJP and BJD

BJP and BJD

Advertisment

ରାଜ୍ୟର ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଆଗତ କରିବା ପରେ ବିରୋଧୀ ବିଜେଡି ଏହାକୁ ନୈରାଶ୍ୟଜନକ ବୋଲି କହିଛି । ତେବେ ବିଜେପି ଏହାକୁ ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିଲା ବୋଲି କହିଛି ।

Advertisment

ବିଜେଡିର ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଜେଟରେ କିଛି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ୪୦ରୁ ଅଧିକ ଲୋକପ୍ରିୟ ଯୋଜନାର କପିପେଷ୍ଟ । କେବଳ ନାମ ପରିବର୍ତ୍ତନ ହୋଇଛି । ବହୁ ପ୍ରଚାରିତ ସୁଭଦ୍ର ଯୋଜନାରେ ରାଜ୍ୟର ସମସ୍ତ ମହିଳା ଲାଭାନ୍ୱିତ ହେବା ଆଶା କ୍ଷୀଣ । କାରଣ ମାତ୍ର ୧୦ହଜାର କୋଟି ଟଙ୍କା ଆବଂଟନ ହୋଇଥିବାରୁ ୨୦ଲକ୍ଷ ମହିଳାଙ୍କୁ ଏହି ସୁବିଧା ମିଳିପାରିବ । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ଭତ୍ତାକୁ ୩ହଜାର ଟଙ୍କାକୁ ବୃଦ୍ଧି କରିବାକୁ ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେବଳ ୮୦ବର୍ଷ ବୟସରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ମାସିକ ପେନସନ୍ ବୃଦ୍ଧି ହୋଇଛି । ଅର୍ଥନୀତିକ ଦୂରଦୃଷ୍ଟି ବଜେଟରେ ଦୃଶ୍ୟମାନ ହୋଇନି । ରୋଜଗାର, ଶିଳ୍ପ, ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଆଦି ବିଷୟରେ ବଜେଟରେ କିଛି ନାହିଁ । ଡବଲ ଇଞ୍ଜିନ ସରକାରର ଏହି ବଜେଟ୍ ରାଜ୍ୟବାସୀଙ୍କୁ ଡବଲ ନିରାଶ କରିଛି ବୋଲି ବିଜେଡି କହିଛି ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ,ଏହି ବଜେଟରେ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦିଆଯାଇଛି । ଚଳିତ ବଜେଟର ପରିମାଣ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ହୋଇଛି, ଯାହା ୨୦୨୩-୨୪ ତୁଳନାରେ ୧୫% ଅଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସରେ ଅନୁପ୍ରାଣିତ ହୋଇ ବିଜେପି ସରକାର ୪ବର୍ଗ ଗରିବ,ମହିଳା, କୃଷକ ଓ ଯୁବପିଢ଼ିଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଓଡିଶାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ, ଯାହା ଆଜିର ବଜେଟ୍‌ରେ ସ୍ପଷ୍ଟ ହୋଇଛି । ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡିଶାର ମୂଳଦୁଆ ସ୍ଥାପନା କରିଲା । ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ସବୁ ବର୍ଗର ଲୋକଙ୍କୁ ଚଳିତ ବଜେଟ ସନ୍ତୁଷ୍ଟି ଦେଇଛି । ଡବଲ ଇଂଜିନ ସରକାରରେ ଓଡ଼ିଶାର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

Advertisment
BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe