Advertisment

ବିଜେପି ଷ୍ଟାର୍ ପ୍ରଚାରକ ତାଲିକାରୁ ହଟିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ ବରିଷ୍ଠ ନେତାଙ୍କୁ ଷ୍ଟାର୍ କ୍ୟାମ୍ପେନର୍ ତାଲିକାରୁ ବାଦ୍ ଦେଇଛି ବିଜେପି।

ଅଦ୍ୟତନ ହୋଇଛି
Ajit Pawar(Left) & Eknath Shinde (Right)

Ajit Pawar(Left) & Eknath Shinde (Right)

Advertisment

ଲୋକସଭା ନିର୍ବାଚନ ମଧ୍ୟରେ ଷ୍ଟାର୍ ପ୍ରଚାରକ ତାଲିକାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ହଟାଇଲା ବିଜେପି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ ବରିଷ୍ଠ ନେତାଙ୍କୁ ଷ୍ଟାର୍ କ୍ୟାମ୍ପେନର୍ ତାଲିକାରୁ ବାଦ୍ ଦେଇଛି ବିଜେପି।

Advertisment

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କେବଳ ଦଳୀୟକର୍ମୀ କିମ୍ବା ଦଳୀୟ ନେତା ଷ୍ଟାର୍ ପ୍ରଚାରକ ତାଲିକାରେ ରହିପାରିବେ। ଅନ୍ୟ ଦଳର ନେତା-ମନ୍ତ୍ରୀ ଏଥିରେ ସାମିଲ ହୋଇପାରିବେ ନାହିଁ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ୪୦ ଜଣିଆ ଷ୍ଟାର୍ ପ୍ରଚାରକଙ୍କ ସଂଶୋଧିତ ତାଲିକା ଦାଖଲ କରିଛି। ଏଥିରେ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ନାମ ନାହିଁ। କାରଣ ଏକନାଥ ସିନ୍ଦେ ଶିବସେନା ଗୋଷ୍ଠୀ ଏବଂ ଅଜିତ ପାୱାର ନ୍ୟାସନାଲ୍ କଂଗ୍ରେସ ପାର୍ଟିର ହୋଇଥିବାରୁ ସେମାନେ ବିଜେପି ଷ୍ଟାର୍ ପ୍ରଚାରକ ତାଲିକାରେ ରହିପାରିବେ ନାହିଁ। 

Advertisment

ମହାରାଷ୍ଟ୍ର ଆସନ୍ତା ଏପ୍ରିଲ ୧୯ରୁ ମେ ୨୦ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜୁନ ୪ରେ ଫଳାଫ ପ୍ରକାଶ ପାଇବ।

Maharashtra Lok Sabha Poll Eknath Shinde BJP Star Campaigners Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe