Advertisment

କ୍ୟାବିନେଟରୁ ବରିଷ୍ଠ ମନ୍ତ୍ରୀ ଅନୀଲ ବିଜଙ୍କୁ ବାଦ ଦେଲା ବିଜେପି

ଖଟ୍ଟର ସରକାରରେ ଥିବା ୫ ଜଣ ମନ୍ତ୍ରୀ ନାୟବ ସିଂହଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ନାୟବ ସିଂହ ମୁଖ୍ୟମନ୍ତ୍ରୀ ଓ ୫ ନେତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

author-image
Hemant Lenka
Anil Vij

Anil Vij

ହରିଆଣାରେ ୨୦୧୪ରୁ ଶାସନ କରି ଆସୁଥିବା ବିଜେପି ଜନବିରୋଧୀ ହାୱାକୁ ପ୍ରତିହତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ପରେ ନାୟବ ସିଂହ ସୈନି ତାଙ୍କ ସ୍ଥାନରେ ଶପଥ ନେଇଛନ୍ତି।

Advertisment

ତେବେ ବିଜେପି ନୂଆ କ୍ୟାବିନେଟରୁ ଆଉ ଏକ ବଡ଼ ନାଁକୁ ବାଦ ଦେଇଛି। ଅନୀଲ ବିଜ ହରିଆଣା ବିଜେପିର ସବୁଠାରୁ ଟାଣୁଆ ନେତା। ଖଟ୍ଟରଙ୍କ ପରେ ସେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଗଣତି ହୁଅନ୍ତି। କିନ୍ତୁ ତାଙ୍କୁ ନାୟବ ସିଂହଙ୍କ କ୍ୟାବିନେଟରେ ସ୍ଥାନ ମିଳି ନାହିଁ।

ଖଟ୍ଟର ସରକାରରେ ଥିବା ୫ ଜଣ ମନ୍ତ୍ରୀ ନାୟବ ସିଂହଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ନାୟବ ସିଂହ ମୁଖ୍ୟମନ୍ତ୍ରୀ ଓ ୫ ନେତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ଅନୀଲ ବିଜ ହରିଆଣାର ଗୃହମନ୍ତ୍ରୀ ଭାବେ କାମ କରୁଥିଲେ। ଜେଜେପି ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେବାରୁ ଖଟ୍ଟର ଓ ତାଙ୍କ କ୍ୟାବିନେଟର ସବୁ ସଦସ୍ୟ ଆଜି ଇସ୍ତଫା ଦେଇଥିଲେ।

କୁହାଯାଉଥିଲା ଯେ ବିଜ ହରିଆଣାର ଉପ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। କାରଣ ପୂର୍ବରୁ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିଲେ। ସେ ପଦ ଛାଡ଼ିଥିବାରୁ ବିଜ ତାଙ୍କ ସ୍ଥାନ ନେବେ। କିନ୍ତୁ ତାଙ୍କୁ କ୍ୟାବିନେଟରେ ମଧ୍ୟ ସ୍ଥାନ ମିଳି ନାହିଁ।

ଖଟ୍ଟର ଇସ୍ତଫା ଦେବା ପରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଠାରେ ଶ୍ରୀ ସୈନିଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ଏହାକୁ ଦେଖି ବିଜ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। କୁହାଯାଉଛି ଯେ ବୈଠକ ଛାଡ଼ି ଯିବା ବେଳେ ବିଜ ଅତ୍ୟନ୍ତ ରାଗି ଯାଇଥିଲେ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅର୍ଜୁନ ମୁଣ୍ଡା ଓ ଦଳର ଜାତୀୟ ସାଧାରଣ ସମ୍ପାଦକ ତୁରୁଣଙ୍କ ଉପସ୍ଥିତିରେ ସେ ବୈଠକ ଅଧାରୁ ଛାଡ଼ିଥିଲେ। ଏପରି କି ସେ ନାୟବ ସିଂହ ସୈନିଙ୍କ ଶପଥପାଠ କାର୍ଯ୍ୟକ୍ରମକୁ ମଧ୍ୟ ଆସି ନଥିଲେ। ତେଣୁ ବିଜ୍‌ ନିଜ ଦଳ ଉପରେ ପୂରା ଘଟଣାକ୍ରମକୁ ନେଇ ଖପ୍ପା ଥିବା ଏକପ୍ରକାରର ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ନାୟବ ସିଂହ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଖଟ୍ଟର ଲୋକସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ବିଜେପି କୁରୁକ୍ଷେତ୍ରରୁ ପ୍ରାର୍ଥୀ କରିପାରେ। କାରଣ ନାୟବ ସିଂହ ମୁଖ୍ୟମନ୍ତ୍ରୀ ହେବା ପରେ କୁରୁକ୍ଷେତ୍ର ଲୋକସଭା ଆସନ ତାଙ୍କୁ ଛାଡ଼ିବାକୁ ପଡ଼ିଛି। ୨୦୧୯ରେ ସେ ଏଠାରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ। କିନ୍ତୁ ବିଜଙ୍କୁ ନେଇ ଦଳ କ’ଣ ରଣନୀତି କରିଛି, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ।

ଆଜି ସୈନିଙ୍କ ବ୍ୟତୀତ ବିଜେପିର ଜେପି ଦଲାଲ, ମୋଲଚାନ୍ଦ ଶର୍ମା, ବନୱାରୀ ଲାଲ ଓ କନୱର ପାଲ ଗୁରଜର ଏବଂ ସ୍ୱାଧୀନ ବିଧାୟକ ରଣଜୀତ ସିଂହ ଶପଥ ନେଇଛନ୍ତି। ଏହି ୫ ବିଧାୟକ ଖଟ୍ଟର ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ।

Bjp Haryana News Manohar Lal Khattar