Advertisment

ସନ୍ନି ଦେଓଲଙ୍କ ଟିକେଟ କାଟିଲା ବିଜେପି, କ୍ୟାପ୍ଟେନଙ୍କ ପତ୍ନୀଙ୍କୁ କଲା ପ୍ରାର୍ଥୀ

ନିକଟରେ ବିଜେପିରେ ମିଶିଥିଲେ ବରିଷ୍ଠ କୂଟନୀତିଜ୍ଞ ତରନଜିତ ସାନ୍ଧୁ। ତାଙ୍କୁ ମଧ୍ୟ ଦଳ ପଞ୍ଜାବର ଅମୃତସର ଆସନରୁ ପ୍ରାର୍ଥୀ କରିଛି।

Sunny Deol

Sunny Deol

Advertisment

ବିଜେପି ଆଜି ପଞ୍ଜାବର ୧୩ ଲୋକସଭା ଆସନରୁ ୬ଟି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ବଲିଉଡ ଅଭିନେତା ସନ୍ନି ଦେଓଲଙ୍କୁ ବାହାରର ରାସ୍ତା ଦେଖାଇଛି। ତାଙ୍କୁ ଟିକେଟକୁ ଦଳ କାଟି ଦେଇଛି।

Advertisment

୨୦୧୯ରେ ସନ୍ନି ଦେଓଲ ପଞ୍ଜାବର ଗୁରଦାସପୁର ଲୋକସଭା ଆସନରୁ ବିଜୟୀ ହୋଇ ସଂସଦକୁ ଯାଇଥିଲେ। କିନ୍ତୁ ସଂସଦରେ ଖରାପ ଉପସ୍ଥାପନ ପାଇଁ ତାଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟି ରଖି ବିଜେପି ତାଙ୍କୁ ଏଥର ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ଗୁରଦାସପୁରରୁ ଦଳୀୟ ନେତା ଦୀନେଶ ସିଂହ ବାବୁଙ୍କୁ ବିଜେପି ପ୍ରାର୍ଥୀ କରିଛି।

ସେହିପରି ବିଜେପି ଆଜି ଜାରି କରିଥିବା ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୂଆ ମୁହଁ ମଧ୍ୟ ରହିଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରେନୀତ କୌରଙ୍କୁ ବିଜେପି ଟିକେଟ ଦେଇଛି। ସେ ପଟିଆଲା ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ।

Advertisment

ନିକଟରେ ବିଜେପିରେ ମିଶିଥିଲେ ବରିଷ୍ଠ କୂଟନୀତିଜ୍ଞ ତରନଜିତ ସାନ୍ଧୁ। ତାଙ୍କୁ ମଧ୍ୟ ଦଳ ପଞ୍ଜାବର ଅମୃତସର ଆସନରୁ ପ୍ରାର୍ଥୀ କରିଛି। ଶ୍ରୀ ସାନ୍ଧୁ ଆମେରିକାରେ ଭାରତର କୂଟନୀତିଜ୍ଞ ଭାବେ କାମ କରୁଥିଲେ। ଅବସର ନେବା ପରେ ସେ ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି।

ସବୁଠାରୁ କୌତହଳର ବିଷୟ ହେଲା ହଂସ ରାଜ ହଂସ ବିଜେପି ଟିକେଟ ପାଇଛନ୍ତି। ୨୦୧୯ରେ ସେ ଦିଲ୍ଲୀର ନର୍ଥ-ୱେଷ୍ଟ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ଏଥର ଉକ୍ତ ଆସନରୁ ପ୍ରାର୍ଥୀ କରି ନାହିଁ। ତାଙ୍କୁ ଦିଲ୍ଲୀରୁ ଆଣି ପଞ୍ଜାବରେ ଅବସ୍ଥାପିତ କରାଯାଇଛି। ହଂସ ରାଜ ହଂସ ପଞ୍ଜାବର ଫରିଦକୋଟରେ ନିଜ ଭାଗ୍ୟ ପରୀକ୍ଷା କରିବେ।

ନିକଟରେ କଂଗ୍ରେସ ଛାଡ଼ିଥିବା ସାଂସଦ ରଭନୀତ ସିଂହ ବିଟ୍ଟୁ ବିଜେପିରେ ମିଶିଥିଲେ। ସେ ପୁଣିଥରେ ଲୁଧିଆନରୁ ଲଢ଼ିବେ। ୨୦୧୯ରେ ସେ ଏଠାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ। ଏଥର କିନ୍ତୁ ବିଜେପି ପକ୍ଷରୁ ସେ ଲଢ଼ିବେ।

ଆପ୍‌ର ଏକମାତ୍ର ସାଂସଦ ସୁଶୀଲ କୁମାର ରିଙ୍କୁ ମଧ୍ୟ ମାର୍ଚ୍ଚ ୨୮ରେ ବିଜେପିରେ ମିଶିଥିଲେ। ତାଙ୍କୁ ଦଳ ଜଲନ୍ଧର ଆସନରୁ ଟିକେଟ ଦେଇଛି।

Punjab Sunny Deol Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe