Advertisment

୮ ବିଦ୍ରୋହୀଙ୍କୁ ବିଦା କଲା ବିଜେପି, ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀରେ ହୋଇଥିଲେ ପ୍ରାର୍ଥୀ

ମୁଖ୍ୟମନ୍ତ୍ରୀ ନାୟବ ସିଂହଙ୍କ ବିରୋଧରେ ଲାଡୱାରୁ ନାମାଙ୍କନ ଦାଖଲ କରିଥିବା ସନ୍ଦୀପ ଗର୍ଗ ମଧ୍ୟ ବିଜେପିରୁ ବିଦା ହୋଇଛନ୍ତି।

Bjp Flag

BJP

Advertisment

ଅକ୍ଟୋବର ୫ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେପି ପାଇଁ ଦଳର ବିଦ୍ରୋହୀ ନେତା ଚିନ୍ତା ବଢ଼ାଇଛନ୍ତି। ଏଥିପାଇଁ ବିଜେପି ପକ୍ଷରୁ ଆଜି ଦଳର ୮ ଜଣ ବିଦ୍ରୋହୀ ନେତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।

Advertisment

ସେମାନେ ଦଳ ବିରୋଧରେ ଯାଇ ଆଗାମୀ ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତେଣୁ ୮ ଜଣଙ୍କୁ ବିଜେପି ଦଳରୁ ୬ ବର୍ଷ ପାଇଁ ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ହରିୟାଣା ବିଜେପି ମୁଖ୍ୟ ମୋହନ ଲାଲ ବାଦୋଲି ଗୋଟିଏ ବିବୃତି ଜାରି କରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଲିକାରେ ପୂର୍ବତନ ମନ୍ତ୍ରୀ ରଣଜୀ ଚୌତାଲାଙ୍କ ନାଁ ରହିଛି। ତାଙ୍କୁ ଟିକେଟ ନ ମିଳିବାରୁ ସେ ମନ୍ତ୍ରୀ ପଦ ଛାଡ଼ିଥିଲେ।

Advertisment

ସେହିପରି ମୁଖ୍ୟମନ୍ତ୍ରୀ ନାୟବ ସିଂହଙ୍କ ବିରୋଧରେ ଲାଡୱାରୁ ନାମାଙ୍କନ ଦାଖଲ କରିଥିବା ସନ୍ଦୀପ ଗର୍ଗ ମଧ୍ୟ ବିଜେପିରୁ ବିଦା ହୋଇଛନ୍ତି। ଅନ୍ୟ ୬ ଜଣ ହେଲେ ଜିଲେ ରାମ ଶର୍ମା, ବଚନ ସିଂହ ଆର୍ଯ୍ୟ, ନବୀନ ଗୋଏଲ, କେହର ସିଂହ ରାୱତ, ରାଧା ଅହଲୱାତ ଓ ଦେବେନ୍ଦ୍ର କଡୟାନ।

Bjp Haryana News Nayab Singh Saini Haryana Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe