Advertisment

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟକ୍କର ଦେବେ ବିଜେପିର ନାଭ୍ୟା ହରିଦାସ

୨୦୧୯ରେ ରାହୁଲ ଗାନ୍ଧି ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ।

author-image
Hemant Lenka
BJP

BJP

ପ୍ରଥମଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧୀ ପ୍ରାର୍ଥୀ ଘୋଷଣା କରିଛି ବିଜେପି। କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କୁ କେରଳରେ ୱାୟନାଡ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନରେ ପ୍ରାର୍ଥୀ କରିଛି। ଏବେ ତାଙ୍କୁ ଏଠାରେ ଟକ୍କର ଦେବାକୁ ବିଜେପି ନାଭ୍ୟା ହରିଦାସଙ୍କୁ ଟିକେଟ ଦେଇଛି। ନାଭ୍ୟାଙ୍କୁ ପ୍ରାର୍ଥୀ କରି ଦଳ ୱାୟନାଡରେ ବିଜୟୀ ହେବାକୁ ଆଶା ରଖିଛି।

Advertisment

ନାଭ୍ୟା ହେଉଛନ୍ତି କେରଳ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ। ସେ ଦୁଇ ଥର କୋଝିକୋଡେରୁ କାଉନସିଲର ହୋଇଛନ୍ତି। ବିଜେପି ସଂସଦୀୟ ଓ କର୍ପୋରେସନର ସଦସ୍ୟ। ୨୦୨୧ କେରଳ ବିଧାନସଭା ନିର୍ବାଚନରେ ସେ କୋଝିକୋଡେରୁ ଏନଡିଏର ପ୍ରାର୍ଥୀ ହୋଇଥିଲେ। ହେଲେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। 

କେରଳର ୱାୟନାଡ ଲୋକସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Advertisment

୨୦୧୯ରେ ରାହୁଲ ଗାନ୍ଧି ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ। 

ସେ ଦୁଇଟି ଆସନରୁ ବିଜୟ ହୋଇଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବା ଅପରିହାର୍ଯ୍ୟ ରହିଥିଲା। ତେଣୁ ସେ ୱାୟନାଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏଠାରେ ଉପ ଉପ ନିର୍ବାଚନ ହେବାକୁ ଯାଉଛି।

ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରା କୌଣସି ନିର୍ବାଚନରେ ଲଢ଼ିବାକୁ ଯାଉଛନ୍ତି। ଯଦି ସେ ବିଜୟୀ ହୁଅନ୍ତି, ତା’ହେଲେ ପ୍ରଥମଥର ପାଇଁ ସଂସଦରେ ରାହୁଲ, ପ୍ରିୟଙ୍କା ଓ ସୋନିଆ ଗାନ୍ଧିଙ୍କୁ ଦେଖିବାକୁ ମିଳିବ।

Bjp Priyanka Gandhi Vadra Wayanad Election